ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶବ୍ଦ ଓ ଭାବର ମହାମିଳନ ପର୍ବ 

ଶବ୍ଦ ଓ ଭାବର ମହାମିଳନ ପର୍ବ 

ଭୁବନେଶ୍ୱର _ଢେଙ୍କାନାଳ ଥିଙ୍କର୍ସ ଫୋରମର ପଞ୍ଚମ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗତକାଲି ସହର ସ୍ଥିତ ଯାଉଁଳି ପୋଖରୀ ମଠରେ ପ୍ରକାଶ ଚନ୍ଦ୍ର ରାଉତଙ୍କ ସଂଚାଳନା ଏବଂ ସୋମେନ୍ଦୁ ଶତପଥୀଙ୍କ ସଭାପତିତ୍ୱରେ ଆନନ୍ଦ ଉଲ୍ଲାସର ସହିତ ଆୟୋଜିତ ହୋଇଯାଇଛି |

ଏଥି ପୂର୍ବରୁ ଢେଙ୍କାପୀଠରେ ପୂଜା ସହିତ ଢେଙ୍କାଙ୍କ ପ୍ରତିମୂର୍ତ୍ତି ଠାରୁ ଯାଉଁଳିପୋଖରୀ ମଠ ପର୍ଯ୍ୟନ୍ତ ଶୋଭାଯାତ୍ରା ପରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମଠ ମହନ୍ତ ଶ୍ରୀ ଶ୍ରୀ ପ୍ରଭୁପାଦ ମହାରାଜ ଉଦଘାଟନ କରିଥିଲେ |

ମୁଖ୍ୟ ଅତିଥି ଡଃ ସୁରେନ୍ଦ୍ର ମୋହନ ମିଶ୍ର, ମୁଖ୍ୟ ବକ୍ତା ଅଧ୍ୟାପିକା ତଥା କବି ଇପ୍ସିତା ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାରାୟଣ ଦାସ, ସମ୍ମାନିତ ବକ୍ତା ଭାବେ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇ ଅତି ଉଚ୍ଚମାନର ବକ୍ତବ୍ୟ ରଖିଥିଲେ |

ଏହି କାର୍ଯ୍ୟକ୍ରମରେ ଅବିଭକ୍ତ ଢେଙ୍କାନାଳର ବାର ଜଣ ଦିଗଜ୍ଜ କବିଙ୍କର ଗୋଟିଏ ଗୋଟିଏ କବିତା ଜଣ କବୀ ପାଠ କରି ପୂଜ୍ୟଙ୍କୁ ପୂଜା ଅର୍ପଣ କରିଥିଲେ|

 ସଭାରେ ଅନୁଷ୍ଠାନର ମୁଖପତ୍ର “ଚରୈବେତି “ଉନ୍ମୋଚନ ହୋଇଯାଇଛି | ପଣ୍ଡିତ ବିପିନ ବିହାରୀ ଶତପଥୀ, ପ୍ରଭାତ ନଳିନୀ ଦାସ, ଡ଼ଃ ପ୍ରିୟଦର୍ଶିନୀ ମିଶ୍ର(ବଲାଙ୍ଗୀର )ଙ୍କୁ ଚରୈବେତି ସାରସ୍ୱତ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ଏବଂ ଶ୍ରୀଯୁକ୍ତ ଦିଲ୍ଲୀଶ୍ୱର ମହାରଣାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ,ସୌମ୍ୟା ମିଶ୍ରଙ୍କୁ ଶ୍ରେଷ୍ଠ ସମାଜସେଵୀ ସମ୍ମାନ ଏବଂ ଦିପ୍ତୀରଂଜନ ମହାପାତ୍ର @ଗୋଲଡିଙ୍କୁ ଚଳିତ ବର୍ଷର ନନ୍ଦିନୀ ଦେବୀ ସମ୍ମାନରେ ସମ୍ମାନିତ କରାଯାଇଅଛି |

ବିଗତ ରଥଯାତ୍ରା ସମୟରେ ନବଦିନାତ୍ମକ ଯାତ୍ରା ସମୟରେ ସମସ୍ତ ଙ୍କୁ ବିମୁଗ୍ଧ କରୁଥିବା କବି ଯଥା କ୍ରମେ ପୁଷ୍ପାଞ୍ଜଳି ରାଉତ,ସୌଭାଗିନୀ ମିଶ୍ର ,ପ୍ରିୟଦର୍ଶିନୀ ମିଶ୍ର ,କାଳୀ କିଙ୍କର ଦାସ ନାୟକ,ଅକ୍ଷୟ ରାଜହସ୍ତୀ ,ପ୍ରକାଶ ରାଉତ, ମୋହିନୀ ଶଙ୍କର ଶତପଥୀ ,ଅର୍ପିତା ସ୍ୱାଇଁ,ଅଶୋକ କୁମାର ସାହୁ,ଭୋଜରାଜସାହୁ ,ସ୍ମିତାଲି ବେହେରା, ରେଣୁବାଳା ମହାପାତ୍ର,ଅବିନାଶ ପଟ୍ଟନାୟକ,ନିବେଦିତା ମହାପାତ୍ର ଜାନକୀ ଶତପଥୀ ” ଭକ୍ତିସୁଧା ସମ୍ମାନ”ରେ ସମ୍ମାନିତ କରାଯାଇଛି |

ବଲାଙ୍ଗିରରୁ ଆସିଥିବା ଭଉଣୀ ଦୀପ୍ତିମାଳା ତ୍ରିପାଠୀ ଏବଂ ବୈକୁଣ୍ଠ ଦ୍ବିବେଦୀଙ୍କ ସଂଚାଳନାରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ବେଳେ ପ୍ରଶାନ୍ତ ଜେନା, ଶ୍ରୀତମ ଦେହୁରୀ ଏବଂ ସସ୍ମିତା ଦାଶଙ୍କ ସଂଯୋଜନାରେ ପ୍ରାୟ ୮୦ଜଣ କବି ସ୍ବରଚିତ କବିତା ପାଠ କରିଥିଲେ | ସଭାକାର୍ଯ୍ୟକ୍ରମରେ ଫୋରମର ଉପସଭାପତି ରଂଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସସ୍ଥାନ, ରାଉରକେଲାର କାର୍ଯ୍ୟକାରିଣୀ ବୈଠକ ଆୟୋଜିତ 

masiha

ଜଳସେଚନ କଣଠେସା,,,କୁର୍ଲୁମୁଣ୍ଡା ପ୍ରକଳ୍ପ ହିଁ ଗ୍ରାମବାସୀଙ୍କ ସାହା ଭରଷା 

masiha

ଜୁନାଗଡ଼ରେ କୁବେର ସମାଜ ପକ୍ଷରୁ ରଜ ମହୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!