ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖିରିପଦା ସରସ୍ଵତୀ ଶିଶୁ ମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ପାଳିତ

ଖିରିପଦା ସରସ୍ଵତୀ ଶିଶୁ ମନ୍ଦିରର ୧୬ ତମ ବାର୍ଷିକ ଉତ୍ସବ ପାଳିତ

ବାଲେଶ୍ଵର,୧୨/୦୨/୨୪ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଖିରିପଦା ସରସ୍ଵତୀ ଶିଶୁ ମନ୍ଦିରର ୧୬ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଭାବଗ୍ରାହୀ ପାଢୀଙ୍କ ପରିଚାଳନାରେ ଉକ୍ତ ଉତ୍ସବରେ ଗଣେଶ ବେହେରାଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସିମୁଳିଆ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଉମାକାନ୍ତ ନାୟକ ଏବଂ ହେଲ୍ପ ଲାଇନର ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ଅଧ୍ୟକ୍ଷ ବିଦ୍ୟାଧର ବେହେରା ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ମାଖନପୁର କ୍ଲଷ୍ଟରର ସିଆରସିସି ସୁଶାନ୍ତ କୁମାର ମହାପାତ୍ର, ରାଇକୁଳା ସରସ୍ଵତୀ ଶିଶୁ ମନ୍ଦିରର ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର ଓ ଗୌତମ ବେହେରା ତଥା ସ୍ଥାନୀୟ ସରପଞ୍ଚ ସରୋଜିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଓ ପରିଚାଳନା କମିଟିର ଅନ୍ୟ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନର ଗୁରୁମା ପଲ୍ଲବୀ ପାଣି ଓ ସୁପ୍ରଭା ମିଶ୍ର, ରଶ୍ମିତା ପାଢ଼ୀ, ପ୍ରଭାସିନୀ ବାରିକଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା ହୋଇଥିଲା । ଉକ୍ତ ଶିଶୁ ମନ୍ଦିରର ପୂର୍ବତନ ଛାତ୍ରୀ ସୁଶ୍ରୀ ଭାଦ୍ରବୀ ପ୍ରିୟଦର୍ଶିନୀ ବେହେରା ଯୋଗଦେଇ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୩୯ତମ ବର୍ଷାନ୍ତ ସାରସ୍ବତ ସମ୍ମେଳନ, ସମ୍ବର୍ଦ୍ଧିତ ହେଲେ ଗୀତାରାଣୀ, କାଞ୍ଚନ, ଜ୍ୟୋତି ଓ ପ୍ରଶାନ୍ତ

masiha

ଲୁହାଶିଳା ଆର କେ ଜୁନିୟର କଲେଜରେ   ମତଦାତା ଦିବସ ପାଳିତ

masiha

ରୂପସା ନୀଳମଣି ମହାବିଦ୍ୟାଳୟ ରେ ଓଡିଆ ପକ୍ଷ ପାଳନ. ରକ୍ତ ଦାନ ଶିବର 

Sunil Chandra Nayak

Leave a Comment

error: Content is protected !!