ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା : ପିକଅପ ଦୁର୍ଘଟଣା…. ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

ଗୋଲାମୁଣ୍ଡା : ପିକଅପ ଦୁର୍ଘଟଣା…. ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡୋକରୀପଡା ନିକଟରେ ପିକଅପ ଓଲଟି ଦୁର୍ଘଟଣା ହୋଇଥିବା ଘଟଣାରେ ମୃତ୍ୟୁ ସଂଖ୍ୟା ଚାରି କୁ ବୃଦ୍ଧି।ଗତକାଲି ଧର୍ମଗଡ ଏବଂ ଜୁନାଗଡ଼ ହସ୍ପିଟାଲରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି l ମୃତକ ମାନେ ହେଲେ ମୋହନ ବିଶ୍ୱାଳ, ମଞ୍ଜୁଲତା ବିଶ୍ୱାଳ, ପ୍ରମିଳା ଚଲାନ ଏବଂ ସୁକାନ୍ତି ମାଝୀ l ଗତକାଲି ଧର୍ମଗଡ ହସ୍ପିଟାଲ ରେ ମୋହନ ବିଶ୍ୱାଳ ଙ୍କ ମୃତ୍ୟୁ ହୋଇଥିବା ବେଳେ ଜୁନାଗଡ଼ ହସ୍ପିଟାଲରେ ମଞ୍ଜୁଲତା ବିଶ୍ୱାଳ ଙ୍କ ମୃତ୍ୟୁ ହୋଇଥିଲା ଏହା ଶହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣା ରେ ଚିକିତ୍ସାଧୀନ ହେଉଥିବା ପ୍ରମିଳା ଚଲାନ ଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ବୁର୍ଲା ଯିବା ସମୟରେ ବଲାଙ୍ଗୀର ନିକଟରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ସଂପ୍ରତି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ସୁକାନ୍ତି ମାଝୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ତାଙ୍କ ମୃତ୍ୟୁ ପରେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ହୋଇଛି l

ସୂଚନାଯୋଗ୍ୟ ଯେ, ଉକ୍ତ ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ କରି ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଘୋଷଣା କରିବା ସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଥିଲେ ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଧର୍ମଗଡ ଠାରେ ୮୮ତମ ଓଡ଼ିଶା ଦିବସ

Sunil Chandra Nayak

ଜାମଦା ସରସ୍ବତୀ ଶିଶୁ ମନ୍ଦିରଠାରେ ବାର୍ଷିକ ପୁରସ୍କାର ବିତରଣ

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଯୁବକ ସଂଘ ଆନୁକୂଲ୍ୟରେ ୧୯ ତମ ଐତିହାସିକ ଟୁସୁମେଳା

masiha

Leave a Comment

error: Content is protected !!