ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଲାଟ ଶୈବପୀଠ ପରିସରରେ ନର୍ଲା ପ୍ରେସ କ୍ଲବର ବୈଠକ 

ବିଲାଟ ଶୈବପୀଠ ପରିସରରେ ନର୍ଲା ପ୍ରେସ କ୍ଲବର ବୈଠକ 

 ନର୍ଲା (ମନିସ)ନର୍ଲା ପ୍ରେସ କ୍ଲବର ବରିଷ୍ଠ ସାମ୍ବାଦିକ ସମୂହକୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରୁପ୍ରାରୋଡ ଗ୍ରାମ ପଞ୍ଚାୟତସ୍ଥିତ ବିଲାଟ ଶୈବପୀଠର ପାଦ ଦେଶରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ନେଇ ସଙ୍ଗଠନର ଆଗାମୀ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମ ଉପରେ ବ୍ଳକ ସ୍ତରୀୟ ଆଲୋଚନା କରାଯାଇ ଥିଲା। ଏହି ବୈଠକରେ ସ୍ଵତନ୍ତ୍ର ଭାବେ ନର୍ଲାର ଯୁବ ନେତା ମନ୍ମୟ ଚାନ୍ଦ, ରୁପ୍ରାରୋଡ ପୂର୍ବତନ ସରପଂଚ ଚିତ୍ତ ରଞ୍ଜନ ରଣା, ସମାଜସେବୀ ନରସିଂହ ଥପା ଯୋଗଦାନ କରି ପ୍ରେସ କ୍ଲବର ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ । ସାମ୍ବାଦିକ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂଗଠନ ସଦା ଜାଗ୍ରତ ରହିବ ବୋଲି ମତ ପୋଷଣ ହୋଇଥିଲା । ବରିଷ୍ଠ ସାମ୍ବାଦିକ ତଥା କ୍ଲବର ସଭାପତି ଦୀପକ ଠାକୁରଙ୍କ ଆହ୍ୱାନରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସାମ୍ବାଦିକ ମନୋଜ ଷଡ଼ଙ୍ଗୀ, ସୁଶାନ୍ତ କୁମାର ଚାନ୍ଦ,ଅଜୟ ସେନାପତି, ତ୍ରିଲୋଚନ ଗଉଡ,ଅନୀଲ ଅଗ୍ରୱାଲ, ପ୍ରଦୀପ କୁମାର ଗଉଡ, ସଦାଶିବ ନାଗ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୃତ ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କୈଳାଶ ସା, ବେଣୁଧର ଗଉଡ, ନଗେନ୍ଦ୍ର ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।ଶେଷରେ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ଦୀପକ ଠାକୁର ମସୀହା ନର୍ଲା ପ୍ରତିନିଧି

Related posts

କାର୍ଯ୍ୟରେ ଯୋଗଦେଲେ ନୂତନ ସବ-ରେଜିଷ୍ଟ୍ରାର

Sunil Chandra Nayak

ଓଡିଶା ଶିଳ୍ପସଂଘ ପକ୍ଷରୁ ଉତ୍କଳ ଦିବସ ପାଳିତ

Sunil Chandra Nayak

The 5th installation ceremony of Intract club of SSVM

Sunil Chandra Nayak

Leave a Comment

error: Content is protected !!