ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ଧାରିଆ ଭିତରେ ଚାଲିଛି  ଅଶନା ପ୍ରାଥମିକ ଚିକିତ୍ସାଳୟ ରେ ସ୍ବାସ୍ଥ୍ୟ ସେବା ; ଟାଟା ପାଓ୍ବାରର ଅଣଦେଖା ; ଟ୍ରାନ୍ସଫର୍ମର ବସିଛି; କିନ୍ତୁ ବିଦ୍ୟୁତ ସଂଯୋଗ ନାହିଁ ; ତୁରନ୍ତ ବିଦ୍ୟୁତ ସଂଯୋଗ ନେଇ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ଙ୍କ ଦାବି

ଅନ୍ଧାରିଆ ଭିତରେ ଚାଲିଛି  ଅଶନା ପ୍ରାଥମିକ ଚିକିତ୍ସାଳୟ ରେ ସ୍ବାସ୍ଥ୍ୟ ସେବା ; ଟାଟା ପାଓ୍ବାରର ଅଣଦେଖା ; ଟ୍ରାନ୍ସଫର୍ମର ବସିଛି; କିନ୍ତୁ ବିଦ୍ୟୁତ ସଂଯୋଗ ନାହିଁ ; ତୁରନ୍ତ ବିଦ୍ୟୁତ ସଂଯୋଗ ନେଇ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି ଙ୍କ ଦାବି

ରାଇରଙ୍ଗପୁର /୨୭/୦୫ — ସାଧାରଣ ଜନତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ତୃଣମୂଳ ସ୍ତରର ତଥା ଗ୍ରାମାଞ୍ଚଳରେ ପିଏଚଡ଼ି,ସିଏଚିସି,ଉପଖଣ୍ଡ ଚିକିତ୍ସାଳୟର ଭିତ୍ତିଭୂମି ସ୍ଥାପନ କରିଛନ୍ତି କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ଗୃହ,କାର୍ଯ୍ୟାଳୟ,କର୍ମଚାରୀ ଗୃହ,ଆସାଵା ଯନ୍ତ୍ରପାତି ।ତଦସହ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ।କିନ୍ତୁ ସବୁ ହେଲାପରେ ବି ପ୍ରଶାସନର‌ ଆଢ଼ୁଆଳରେ କିଛି ଅବ୍ୟବସ୍ଥା ରହିଛି ଯାହାଫଳରେ ଅସୁବିଧା ଭୋଗ କରୁଛନ୍ତି ଗ୍ରାମାଞ୍ଚଳ ରୋଗୀମାନେ ।ସୂଚନାଯୋଗ୍ଯ ମୟୂରଭଂଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଵହଳଦା ବ୍ଳକର ଅସନା ପଞ୍ଚାୟତର ଅସନା ପ୍ରାଥମିକ ଚିକିତ୍ସାଳୟ‌କେନ୍ଦ୍ରରେ ।ଏହି ପ୍ରାଥମିକ ଚିକିତ୍ସାଳୟରେ କରୋନା ଏପିଡେମିକ ସମୟରେ ବିଜୁଳି ବାକି ଥିବା ନେଇ ଟାଟା ପାଓ୍ଵାର ଵିଦ୍ଯୁତ ବିଛିନ୍ନ କରିଛି ।ଟାଟା ପାଓ୍ବାର ଆସିଥିଲା ଉତ୍ତମ ସେବା ଦେବା ପାଇଁ ।କିନ୍ତୁ ଅଞ୍ଚଳବାସୀଙ୍କ ସ୍ଵାସ୍ଥ୍ୟ ସେବାକୁ ଗୁରୁତ୍ଵ ନ ଦେଇ ବିଦ୍ୟୁତ୍ ବିଛିନ୍ନ କରିଛି ।ଟ୍ରାନସ୍ଫର୍ମରରୁ ଅଫିସ ଏଵଂ କ୍ୱାର୍ଟର କୁ ବିଦ୍ୟୁତ ସଂଯୋଗ ନାହିଁ ,ବାୟୋଓ୍ଵେଷ୍ଟ ମେନେଜମେନେଜମେଣ୍ଟ ସିଷ୍ଟମ ମଧ୍ୟ କାମ କରୁନାହିଁ ।ଅନ୍ଧାର ଭିତରେ ଚାଲିଛି ରୋଗୀ ସେବା ।ଡାକ୍ତର ଵିଭାଗୀୟ କତୃପକ୍ଷକୁ ଏହି ଵିଷୟର‌ବାରମ୍ଵାର ଚିଠି ଲେଖି ଅସହାୟ ହୋଇଗଲେଣି ।ବିଦ୍ୟୁତ ସଂଯୋଗ ନ ଥିବାରୁ ଡାକ୍ତର ଓ କର୍ମଚାରୀ ଅନ୍ଧାରୀ ଘରେ ରହିବାକୁ ତେଣୁ ନାହାନ୍ତି ।ଯାହା ଫଳରେ ରୋଗୀମାନେ ଅପରାହ୍ନ ଓ ରାତିରେ ସ୍ବାସ୍ଥ୍ୟ ହେବାରୁ ବଞ୍ଚିତ ହେଉଛନ୍ତି । ଅଞ୍ଚଳବାସୀଙ୍କ ଠାରୁ ଏଭଳି ଗୁରୁତର ଅଭିଯୋଗ ତଥା ଟାଟା ପାଓ୍ଵାରର‌ମନମାନିକୁ ନେଇ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତୀ ଅସନା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସେଠାକାର ପରିବେଶ,ଅଞ୍ଚଳଵାସୀ ଓ ରୋଗୀମାନଙ୍କ ସହ ଆଲୋଚନା କରିଥିଲେ । ନବ ନିଯୁକ୍ତ ଡ଼ାକ୍ତର ଅଭିଜିତ କିଶୋର ସାହୁଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।ସେ କହିଥିଲେ ବିଦ୍ଯୁତ ସଂଯୋଗ ଓ ପାଣି ସମସ୍ୟା ରହିଛି । ତେଣୁ ଡାକ୍ତର ଓ ରୋଗୀମାନେ ଉଭୟ ହଇରାଣ ଓ ହରକତ ହେଉଛନ୍ତି ।

ତଦସହ ଏହାକୁ ନେଇ ତୁରନ୍ତ ଟାଟାପାଓ୍ଵାର ଅଧିକାରୀ,ଏସଡିଏମଓ ଏବଂ ପ୍ରଶାସନକୁ ଜଣାଇ ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ।ବିଧାୟକଙ୍କ ସହିତ ଵହଳଦା ବ୍ଳକର ଵରିଷ୍ଠ କଂଗ୍ରେସ ନେତା ସୁରେଶ ବେହେରା,ଲାଲବିହିରୀ ବିନ୍ଧାଣି,ଜିତରାୟ ହେମ୍ବ୍ରମ,ଲାଗୁ ମୁର୍ମୁ ଏବଂ ସ୍ଥାନୀୟ‌ଗ୍ରାମଵାସୀ ଉପସ୍ଥିତ ଥିଲେ ।

ଆଜି ସକାଳେ ବହଳଦା ବ୍ଳକର ଆଶନା ପଞ୍ଚାୟତର ଜନସାଧାରଣ ଓ ଲୋକଙ୍କ ଅଭିଯୋଗ ପାଇ ଆଶନା ପ୍ରାଥମିକ ଚିକିତ୍ସାଲୟର ନିରୀକ୍ଷଣ କଲେ, ଏହି ଚିକିତ୍ସାଳୟରେ ନିୟମିତ ଡାକ୍ତର ଓ ବିଜୁଳି ପାଣି ରହୁ ନଥିବାର ଅଭିଯୋଗ ପାଇଥିଲେ, ଆଜି ଏହି ନିରିଷଣ ବେଳେ ନୂତନ ଭାବେ ସାଫ୍ତାହେ ପୂର୍ବରେ ଏହି ପ୍ରାଥମିକ ଚିକିତ୍ସାଳୟ ନିୟୁକ୍ତି ପାଇଥିବା ଡାକ୍ତର ଅଭିଜିତ କିଶୋର ସାହୁ କାର୍ୟ୍ଯରତ ରହିଥିଲେ ଓ ପାର୍ମାଶିଷ୍ଟ ଦାସମତ ସୋରେନ ଓ ଜଣେ ନର୍ସସ୍ଟାଫ ଓ ଜଣେ ପିଉନ ଉପସ୍ଥିତ ରହିଥିଲେ। 

ଡାକ୍ତର ଅଭିଜିତ କିଶୋର ସାହୁଙ୍କ ସହିତ ଆଲୋଚନା ବେଳେ ବିଜୁଳି ଓ ପାଣିର ଅଭାବରୁ ଜନସାଧାରଣ ନିଶ୍ଚିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ବିଜୁଳି ପାଇଁ ବିଗତ କରୋନା ସମୟରୁ ବିଜୁଳିଲାଇନ କଟି ଯାଇଥିବା ସୂଚନା ମିଳିଥିଲା। 

ବହଳଦା ଚିକିତ୍ସା ଅଧ୍ୟକ୍ଷ ଅଧିକାରୀଙ୍କ ବୁଝିବା ପରେ ଜାଣିବାକୁ ପାଇଲି ଯେ ବିଗତ କରୋନା ସମୟ ପରେ ବିଜୁଳି ବିଲ ବାକି ଥିବାରୁ ବିଜୁଳି ଲାଇନ କଟି ଯାଇଥିବାରୁ, ବିଜୁଳି ଲାଇନ ଓ ପାଣିର ସମସ୍ୟାର ବହୁ ବର୍ଷରୁ ସମ୍ମୁଖୀନ ହେବାକୁ ପଡୁଛି, ବାରମ୍ବାର ବିଜୁଳି ବିଭାଗ ଓ ପ୍ରଶାସନର ଉଛ ଅଧିକାରୀଙ୍କୁ ପତ୍ର ଲେଖା ହୋଇଥିବା କଥା ବହଳଦା ଚିକିତ୍ସା ଅଧ୍ୟକ୍ଷ ଡାକ୍ତର ରୀତା ଟୁଡୁ ଫୋନ ଯୋଗେ ସୂଚନା ଦେଇଥିଲେ।

ଏହି ପ୍ରାଥମିକ ଚିକିତ୍ସାଳୟରେ ବର୍ତମାନ ଦୁଇଟି ଚିକିତ୍ସା ଅଧିକାରୀ କ୍ବାଟର ମଧ୍ୟ ନିର୍ମାଣାଧିନ ରହିଛି, ଏବଂ ବିଜୁଳି ଟ୍ରାନ୍ସଫର ମଧ୍ୟ ଲାଗି ରହିଛି, ମାତ୍ର ବିଭାଗୀୟ ଅବହେଳା ଯୋଗୁଁ ବିଜୁଳି ଲାଇନ ଚାର୍ଜ କରାଯାଇ ନାହିଁ । ଯାହାଫଳରେ ବାୟୗବେଷ୍ଟ- ମୈନେଜମେଣ୍ଟ ସିଷ୍ଟମ ମଧ୍ୟ ଚାଲୁ କରାଯାଇ ପାରୁନାହିଁ, ଏହି ସବୁ ସମସ୍ୟାର ସମାଧାନ ପାଇଁ ଅବିଳମ୍ବେ ବିଜୁଳି ପାଣିର ବ୍ୟବସ୍ଥା କରିବା ପାଇଁ ଜିଲା ପ୍ରଶାସନର ଉଛ ଅଧିକାରୀଙ୍କୁ ଓ ବିଜୁଳି ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା କରିବେ ବୋଲି ପୂର୍ବତନ ବିଧାୟକ ସାଧାରଣ ଲୋକଙ୍କୁ ଆଶ୍ବାସନା ଦେଇଥିଲେ। ଏହି ଅବସରରେ ବହଳଦା ବ୍ଳକର ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ବେହରା, ଲାଲବିହାରୀ ବିନ୍ଧାଣି, ଜିତରାୟ ହେମ୍ବ୍ରମ, ଫାଗୁ ମୁର୍ମୁ ଓ ବହୁ ସଂଖ୍ୟାରେ ପଞ୍ଚାୟତବାସୀ ଉପସ୍ଥିତ ରହିଥିଲେ।

ଅକ୍ଷୟ ବିଶ୍ୱାଳ ଙ୍କ ରିପୋର୍ଟ୍

Related posts

୫ ଟି ସଚିବଙ୍କ ଗସ୍ତ ପୂର୍ବରୁ ଡୋକରିଚଞ୍ଚରାରେ ସ୍ଥିତି ଅନୁଧ୍ୟାନ କଲେ ଧର୍ମଗଡ଼ ଉପ ଜିଲ୍ଲାପାଳ

ଆଜି ସମଗ୍ର ବିଶ୍ବ ପାଳନ କରୁଅଛି ବିଶ୍ୱଏଡସ୍ ଦିବସ -2024.

masiha

ଅଖିଳ ଭାରତୀୟ ଗୋଣ୍ଡେୱାନ ଗୋଣ୍ଡ୍ ମହାସଭା ର ବନମହୋତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!