ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାନାନ୍ତର ଘଟଣାରେ ସାହିବାସିନ୍ଦାଙ୍କ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାନାନ୍ତର ଘଟଣାରେ ସାହିବାସିନ୍ଦାଙ୍କ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

ହିଞ୍ଜିଳିକାଟୁ,ତା ୨୭/୫ ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ୱାର୍ଡ ନଂ ୧୦ ରେଗିଡ଼ି ଚାରି ଛକରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ମୁଖ୍ୟ ବଜାର ନିକଟ ତଳ ରେଗିଡ଼ିକୁ ସ୍ଥାନାନ୍ତର ଘଟଣାକୁ ନେଇ ଆଜି ସାହିବାସିନ୍ଦା ମାନେ ପୂର୍ବାହ୍ନ ୭ ଟା ସମୟରେ ହିଞ୍ଜିଳିକାଟୁ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଧାରଣା ଦେବାର ୩ ଘଣ୍ଟା ପରେ ସିଡିପିଓ ବିଜୟଲକ୍ଷ୍ମୀ ପାଢ଼ୀ କାର୍ଯ୍ୟଳୟକୁ ଆସିଥିଲେ । ଯାହାକୁ ନେଇ ସ୍ଥାନୀୟ ସାହିବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳୁଆ ଘୋଷଣା କରିଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ମନମାନି କାର୍ଯ୍ୟକୁ ସାହିବାସିନ୍ଦା ମାନେ ନିନ୍ଦା କରିବା ସହ କାର୍ଯ୍ୟରତ ସିଡିପିଓ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ସିଡିପିଓ ବାହାରକୁ କୌଣସି କାର୍ଯ୍ୟର ତଦାରଖ କରିବାପାଇଁ ଯାଇଥିବା କହିଥିଲେ । ପରିସ୍ଥିତି ଏଭଳି ରହିଥିଲା ଧାରଣା ସ୍ଥଳରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀ ଏବଂ ତହସିଲଦାର ତପନ କୁମାର ମହାପାତ୍ର ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଥିଲେ । ସୂଚନା ଅନୁସାରେ ସ୍ଥାନୀୟ ପୌରାଞ୍ଚଳ ସ୍ଥିତ ୱାର୍ଡ ନଂ ୧୦ ରେଗିଡ଼ି ଚାରିଛକରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ମୁଖ୍ୟ ବଜାର ନିକଟ ତଳ ରେଗିଡ଼ିକୁ ସ୍ଥାନାନ୍ତର ନେଇ ସାହି ବାସିନ୍ଦାଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ହିଞ୍ଜିଳିକାଟୁ ପୌରାଞ୍ଚଳସ୍ଥିତ ୱାର୍ଡ ନଂ ୧୦ ରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଙ୍ଗନବାଡି କେନ୍ଦ୍ର ଜାନୁଆରୀ ୨୬, ୨୦୧୮ ମସିହାରେ ଉଦଘାଟିତ ହୋଇଥିଲା ।ଉଦଘାଟନ ପର ଠୁ ୧୦ ନଂ ୱାର୍ଡ ସହ ବର୍ଷ ବର୍ଷ ଧରି ଯଥାକ୍ରମେ ୭ ଓ ୮ ନଂ ୱାର୍ଡର କାର୍ଯ୍ୟ ସମ୍ପାଦନ ହୋଇ ଆସୁଥିଲା। ଗତ ମାସ ୭ ନଂ ୱାର୍ଡ ଅଙ୍ଗନବାଡି କେନ୍ଦ୍ର ନିଜ ୱାର୍ଡରେ ଭଡ଼ା କୋଠା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ୧୦ ନଂ କେନ୍ଦ୍ରରେ ୮ ନଂ ୱାର୍ଡ କେନ୍ଦ୍ର ମିଳିତ ହୋଇ କାର୍ଯ୍ୟ ସମ୍ପାଦନ ହେଲା । କିନ୍ତୁ ବର୍ତ୍ତମାନ ସେହି ସ୍ଥାନକୁ ନେଇ ଅଯଥା ବିବାଦ ମୁଣ୍ଡ ଟେକିଛି । ଚଳିତ ମାସ ମେ ୧୫ ତାରିଖରେ ୱାର୍ଡ ନଂ ୧୦ର କାଉନସିଲର ପ୍ରତିନିଧିଙ୍କ ସମେତ ୧୫ରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଅଭିଭାବକ ହିଞ୍ଜିଳି ବିଡ଼ିଓ ସାଗରୀକା ଷଡ଼ଙ୍ଗୀ, ସିଡିପିଓ କାର୍ଯ୍ୟାଳୟ ଓ ଇଓ ସୁକାନ୍ତ ଚନ୍ଦ୍ର ବେଉରାଙ୍କୁ ସାକ୍ଷାତ କରି ଅଙ୍ଗନବାଡି କେନ୍ଦ୍ର ଯେଉଁ ସ୍ଥାନରେ ଅଛି ସେହି ସ୍ଥାନରେ ରହିବାକୁ ଅନୁରୋଧ କରିଥିଲେ |ଚଳିତ ମାସ ୧୮ ତାରିଖରେ କ୍ଷେତ୍ର ପରିଦର୍ଶନରେ ବିଡ଼ିଓ, ଇଓ, ସିଡିପିଓ ଓ ଦୁଇ ଅଙ୍ଗନବାଡି କର୍ମୀଙ୍କ ସମେତ ସାହି ବାସିନ୍ଦା ଉପସ୍ଥିତ ଥିଲେ । ସେହି ଅନୁସାରେ ନିୟମ ତିଆରି ହେଲା – ଏକ ଫର୍ମାଟ ଅନୁଯାୟୀ ପୁରୁଣା ଓ ନୂଆ ବିଲଡିଂ ଦସ୍ତଖତ ଦୁଇ ୱାର୍ଡ ର ଅଙ୍ଗନବାଡି ଦିଦିଙ୍କ ଉପସ୍ଥିତିରେ ୨୫୦ ଘରକୁ ନେଇ ଅଭିଯାନ ହେବ, ଅଧିକ ଦସ୍ତଖତ ଯେଉଁ ବିଲଡିଂ ପାଇଁ ଆସିବ, ସେ ସେଠାରେ ରହିବ ବୋଲି ନିଷ୍ପତ୍ତି ହୋଇଥିଲା । ୨୪୦ ଘର ପୁରୁଣା କୋଠାରେ ରହୁ ଓ ୧୦ ଘର ନୂତନ କୋଠା ବୋଲି ପ୍ରସ୍ତାବ ଆସିଲା କିନ୍ତୁ ପରବର୍ତ୍ତୀ ସମୟରେ ସିଡିପିଓ ଏହା ମିଛ ଦସ୍ତଖତ କହି ଆଗାମୀ ସୋମବାର ଠୁ ସ୍ଥାନାନ୍ତର ନେଇ ଅଙ୍ଗନବାଡି କର୍ମୀଙ୍କୁ ପୋଷଣ ମେଳାରେ ସିଧା ଶୁଣାଇଦେଲେ । ଅନ୍ୟପଟେ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନବାଡି ରହିବା ଆବଶ୍ୟକ | ଯାହା ଫଳରେ ପିଲା ଶିକ୍ଷା ଲାଭ ପାଇଁ ବାହାରକୁ ଯିବା ଆବଶ୍ୟକ ନାହିଁ, ଏକ ଶୈକ୍ଷିକ ପରିବେଶ ସୃଷ୍ଟି ହେବ।ତଳ ରେଗିଡ଼ି ନିର୍ମାଣ କୋଠା ନିକଟରେ ବିଦ୍ୟୁତ ଟ୍ରାନ୍ସଫର୍ମର ଓ ମୁଖ୍ୟ ବଜାର ରହିଥିବାରୁ ଶିଶୁ ଓ ଗର୍ଭବତୀ ସୁରକ୍ଷିତ ନ ଥିବା ନେଇ ଅଭିଭାବକ ଅଭିଯୋଗ କରିବା ସହ ପିଲାଙ୍କୁ ଛାଡ଼ିବୁନି ବୋଲି କହିଛନ୍ତି ।ରେଗିଡ଼ି ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ପୁରୁଣା ଅଙ୍ଗନବାଡି କେନ୍ଦ୍ର ଥାଇ ପୁଣି ନୂତନ କେନ୍ଦ୍ର ପାଇଁ କୋଠା ନିର୍ମାଣ କେଉଁ ଉଦ୍ଦେଶ୍ୟରେ କରାଯାଇଥିଲା ଓ ୮ ବର୍ଷର ପୁରୁଣା କୋଠାକୁ ହଠାତ କାହିଁକି ସ୍ଥାନାନ୍ତର କରାଯାଉଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ନିଜ ନିଜ ୱାର୍ଡରେ କେନ୍ଦ୍ର ଖୋଲିବାକୁ ଶିକ୍ଷାବିତ ମତ ପ୍ରକାଶ କରିଥିବା ବେଳେ ନୂତନ ଅଙ୍ଗନବାଡ଼ି କୋଠାକୁ ସାହି ପାଠାଗାର ଅବା ଭୋଜିଭାତ ନିମନ୍ତେ କୋଠଘର କରିବାକୁ ସାହି ବାସିନ୍ଦା ପ୍ରଶାସନକୁ ନିବେଦନ କରିଛନ୍ତି ।

Related posts

ରାଜ୍ୟ ସରକାରଙ୍କ ଭୂସଂସ୍କାର ନୀତିର ପରିବର୍ତ୍ତନ କୁ ଓଡିଶା ରାଜସ୍ଵ ଅମଲା ସଂଘର ସ୍ଵାଗତ 

Sunil Chandra Nayak

ଫ୍ୟୁଚର ଓଡ଼ିଶା ପଵ୍ଳିକ୍ ସ୍କୁଲ ତରଫରୁ ସପ୍ତାହଵ୍ଯାପୀ ଗ୍ରୀଷ୍ମ ଅଭ୍ୟାସ କ୍ଯାମ୍ପ

ବିଧବା ଗୁରୁବାରୀଙ୍କ ଘର ହାତୀ ଭାଙ୍ଗିଲା; କବାଟ ଭାଙ୍ଗି ଧାନ,ଚାଉଳ ଖାଇ ଦେଲା

masiha

Leave a Comment

error: Content is protected !!