ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ପେଡ ମାଆ କେ ନାମ୍ : ରାଉରକେଲା ପୋଲିସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ

ଏକ ପେଡ ମାଆ କେ ନାମ୍ : ରାଉରକେଲା ପୋଲିସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ

ରାଉରକେଲା ୧୭/୯, ଏକ ପେଡ ମାଆ କେ ନାମ୍ ଅର୍ଥାତ୍ ମାଆ ପାଇଁ ଗୋଟିଏ ଗଛ ଲଗାଇବା। ଏହି ସ୍ଲୋଗାନକୁ ପାଥେୟ କରି ରାଉରକେଲା ପୋଲିସ୍ ଜିଲ୍ଲା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀଙ୍କ ତତ୍ତ୍ବାବଧାନରେ ଆରମ୍ଭ କରାଯାଇଛି। ୧୦ ହଜାର ବୃକ୍ଷରୋପଣ କରାଯିବା ଲକ୍ଷ୍ୟ ରଖି ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ୍ ଡିଆଇଜି ବ୍ରିଜେଶ କୁମାର ରାୟ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନୀୟ ଅତିଥି ଭାବେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ଶ୍ରାବଣୀ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରେକୃଷ୍ଣ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମାକାନ୍ତ ସାହୁ, ଏସ୍ଓଜି ଇନିସପେକ୍ଟର ଏମ୍ ପ୍ରଧାନ, ରିଜର୍ଭ ଇନିସପେକ୍ଟର (ଆର.ଆଇ) ସମିତ୍ ସମନ, ସାଇବର୍ କ୍ରାଇମ୍ ଇନିସପେକ୍ଟର ଯୋଗେଶ୍ଵର ପଣ୍ଡାଙ୍କ ସହ ବିଭିନ୍ନ ଜୋନର ଡିଏସପି ଏବଂ ରିଟାୟାର୍ଡ ପୋଲିସ୍ ଅଫିସର୍ସ ଆସୋସିଏସନର କର୍ମକର୍ତ୍ତାମାନେ ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏଥିସହିତ ରିଜର୍ଭ ପୋଲିସ ପଡିଆରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମରେ ରିଜର୍ଭ ପୋଲିସ ବାହିନୀର ଜଓ୍ବାନମାନଙ୍କ ସହିତ ଏସ୍ଓଜି ଜଓ୍ବାନମାନେ ମଧ୍ୟ ବୃକ୍ଷ ରୋପଣ କରିଥିଲେ।

      ଆଜିର ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମ ସମ୍ପର୍କରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରାଉରକେଲା ଏସ୍.ପି.ଙ୍କ ତତ୍ତ୍ବାବଧାନରେ ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମ ଆରମ୍ଭ କରାଯାଇଛି। ତାଙ୍କର ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମ ସମସ୍ତ ପୋଲିସଙ୍କୁ ପ୍ରେରଣା ଦେବ। ୧୦ହଜାର ବୃକ୍ଷ ରୋପଣ ପାଇଁ ରାଉରକେଲା ପୋଲିସ୍ ଜିଲ୍ଲା ପକ୍ଷରୁ ଲକ୍ଷ୍ୟ ରଖି ଆଜି ରିଜର୍ଭ ପୋଲିସ୍ ପଡିଆରେ ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମ ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ଯେ, ପ୍ରକୃତି ସହିତ ଆମେ କିପରି ମିତ୍ରତା କରି ପ୍ରକୃତିର ବିନାଶକୁ ରୋକିପାରିବା। ରାଜ୍ଯ ସରକାରଙ୍କ ନିର୍ଦ୍ଦେଶରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ବିଭିନ୍ନ ଅନୁଷ୍ଠାନ ସହିତ ପୋଲିସ୍ ବିଭାଗ ପକ୍ଷରୁ ମଧ୍ଯ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏକ ପେଡ ମାଆ କେ ନାମ୍, ଏହି ସ୍ଲୋଗାନ ସହିତ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ବିଭିନ୍ନ ଥାନା, ବିଟ୍ ହାଉସ୍, ଆଉଟ୍ ପୋଷ୍ଟ, ରିଜର୍ଭ ଅଫିସ, ଏସ୍.ପି. ଅଫିସ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନମାନଙ୍କରେ ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମ କରାଯିବ। ଏହି ବୃକ୍ଷ ରୋପଣ କରି ଆମେ ଯେଉଁ ପ୍ରେରଣା ପାଇବା ତାହା ପ୍ରକୃତି ସହିତ ମିତ୍ରତା କରି ବିନାଶକୁ ରୋକିବା ପାଇଁ ପ୍ରେରଣା ଯୋଗାଇବ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସଂପର୍କିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ

masiha

ମୈତ୍ରେୟୀ ଲେଖିକା ସଂଗଠନର ଚତୁର୍ଥ ବାର୍ଷିକ ବନ୍ଧୁମିଳନ ଓ ପତ୍ରିକା ଉନ୍ମୋଚନ 

masiha

ଧର୍ମଗଡ ଏନଏସି ଅଧିନରେ ଥିବା ଦୋକାନ ଗୃହ ଭଡ଼ା ବୃଦ୍ଧି ନେଇ ଅସନ୍ତୋଷ

Leave a Comment

error: Content is protected !!