ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏପ୍ରିଲ ୨୩ ରୁ ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ

ଏପ୍ରିଲ ୨୩ ରୁ ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ

 ଢେ଼ଙ୍କାନାଳ(ମସୀହା)ଶ୍ରୀ ଶ୍ରୀ ସତ୍ୟ ନାରାୟଣଙ୍କ ଆପରକରୁଣା ରୁ ଜିଲ୍ଲା ପାଲା ଗାୟକ ସଂଘ ର ୪୨ତମ ବାର୍ଷିକ ସମ୍ମିଳନୀ ଢେ଼ଙ୍କାନାଳ ସଦର ବ୍ଲକ ତରଭା ପାଟଣାସାହି ସ୍ଥିତ ସତ୍ୟ ନାରାୟଣ ପାଲା ମଣ୍ଡପ ଠାରେ ଚଳିତ ଅପ୍ରେଲ ୨୩ ତାରିଖ ଠାରୁ ୨୭ ତାରିଖ ଯାଏଁ ବଳିଷ୍ଠ ଓ ବିଶିଷ୍ଟ ଗାୟକ, ଗାୟିକା ମାନଂକ ଦ୍ବାରା ସମ୍ମିଳନୀ ଓ ପାଲା ପରିବେଷଣ ହେବ l ତରଭା ଗ୍ରାମବାସୀ ମାନଙ୍କ ସହଯୋଗ କ୍ରମେ ଆୟୋଜିତ ଏହି ସମ୍ମିଳନୀ ୨୩ ତାରିଖ ମଙ୍ଗଳବାର ଦିନ ଉଦ୍ଘାଟନ ହେବ l ଦୀର୍ଦ୍ଧ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ପ୍ରତ୍ୟହ ଦିନ ଏଗାର ଘଟିକା ଠାରୁ ଦିନ ଦୁଇଟା ପର୍ଯ୍ୟନ୍ତ ପାଠଶାଳା, ଓ ଆଲୋଚନା ଚକ୍ର ଏବଂ ଦିନ ୩.୩୦ ରୁ ପାଞ୍ଚଟା ଯାଏଁ ସମୀକ୍ଷା ଓ ବିଶ୍ଲେଷଣ କାର୍ଯକ୍ରମ ରହିଛି l ପ୍ରତିଦିନ ସନ୍ଧ୍ୟା ଆଠ ଘଟିକା ଠାରୁ ଜିଲ୍ଲା ର ବହୁ ନାମୀ ଦାମୀ ଗାୟକ ଗାୟିକା ମଞ୍ଚରେ ପାଲା ପରିବେଷଣ କରିବେ l ଏହି ସାଂସ୍କୃତିକ ଓ ପାରମ୍ପରିକ ସମ୍ମିଳନୀ ରେ ପାଲା ସଂସ୍କୃତି ପ୍ରେମୀ ମାନେ ଯୋଗ ଦେବାକୁ ସଭାପତି ସୁରେନ୍ଦ୍ର ମିଶ୍ର, ସମ୍ପାଦକ ଦୁର୍ଗାଚରଣ ମହାପାତ୍ରଓ ଆବାହକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ବେହେରା ଅନୁରୋଧ କରିବା ସହ କାର୍ଯକ୍ରମ ର ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଉତ୍କଳ ସମ୍ମିଳନୀ ପକ୍ଷରୁ ନୂଆଖାଇ ମହୋତ୍ସବ ପାଳିତi

Sunil Chandra Nayak

ଦୁଃସାହସିକ ମୋଟର ସାଇକେଲ ଯାତ୍ରା ପାଇଁ ଅଜୟ ଗୁରୁ ଙ୍କୁ ସମ୍ବର୍ଦ୍ଧନା , ୨- ବାଲିମି ଛକରେ ମିଲେଟ୍ ଟିଫିନ୍ ସେଣ୍ଟର ଉଦ୍‌ଘାଟିତ , ୩-ବିଶ୍ଵ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ ,୪- ବରିଷ୍ଠ ନାଗରିକ ଦିବସ ପାଳିତ , ୫- ଭୁବନ ବିଜେଡି ତରଫରୁ ସହିଦ ବାଜି ରାଉତଙ୍କ ୧୦୧ତମ ଜୟନ୍ତୀ ପାଳନ , ୬-ଜାତୀୟ କଂଗ୍ରେସ ଦଳ ପକ୍ଷରୁ ୪ ଦଫା ଦାବି ନେଇ ବିରାଟ ପ୍ରତିବାଦ ଶୋଭାଯାତ୍ରା ୭- ଶିକ୍ଷକ ବଦଳିକୁ ବିରୋଧ, ଷଢଙ୍ଗୀ ହାଇସ୍କୁଲ ଫାଟକରେ ତାଲା , ୮-ପୋଖରୀରେ ବୁଡି ଛାତ୍ରର ଅକାଳ ମୃତ୍ୟୁ ; ଅଞ୍ଚଳରେ ଶୋକର ଛାୟା , ୯- ବଟଗାଁ ଗ୍ରାମ ପଞ୍ଚାୟତରେ ଶିଶୁ ବିବାହ ମୁକ୍ତ ଗ୍ରାମ ପାଇଁ ଗ୍ରାମସଭା , ୧୦-ଶାଶୁ ଘର ଲୋକଙ୍କ ଯୌତୁକ ପାଇଁ ବୋହୂକୁ ନିର୍ଯାତନା, ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା , ୧୧- ସହିଦ ବାଜିରାଉତ ଜନ୍ମ ସତବାର୍ଷିକ ପାଳିତ  ୧୨- କୋଟଗରା ହେଲା ‘ଶିଶୁ ଶ୍ରମିକ ମୁକ୍ତ’ ପଞ୍ଚାୟତ ଘୋଷିତ

Sunil Chandra Nayak

ଧର୍ମଗଡ ଏନ୍ଏସି ଆନୁକୁଲ୍ୟରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!