ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ 

ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ବୁଥ ସ୍ତରୀୟ ଅଧିକାରୀ ଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ 

ନବରଙ୍ଗପୁର :(ତା ୨୭.୫.୨୦୨୬:(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ସମସ୍ତ ୧୦ ଟି ବ୍ଲକରେ ପର୍ଯ୍ୟାୟ କ୍ରମେ ୨୫/୫,୨୬/୫ ଏବଂ ଆଜି ୨୭.୫.୨୦୨୬ ରିଖ ତିନି ଦିନ ଧରି ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ଚାରିଗୋଟି ନିର୍ବାଚନ ରିଟର୍ଣିଂ ଅଧିକାରୀମାନଙ୍କ ତତ୍ୱାବଧାନରେ ସଫଳ ଭାବେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ବିଶ୍ୱଜିତ ଚନ୍ଦ୍ର ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ୧୦ ଗୋଟି ବ୍ଳକରୁ ୯୯୪ ଜଣ ବ୍ଳକ ସ୍ତରୀୟ ଅଧିକାରୀ ନିୟୋଜିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନିୟମଗିରି ସୁରକ୍ଷା ସମିତି ତରଫରୁ ବିଶ୍ବ ଆଦିବାସୀ ଦିବସ ପାଳିତ

Sunil Chandra Nayak

ଗୌଡ଼ଛେଣ୍ଡିଆ ଗ୍ରାମରେ ଷୋହଲ ପ୍ରହର ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ

Sunil Chandra Nayak

ଦୁର୍ବଳ ନଦୀବନ୍ଧ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

Leave a Comment

error: Content is protected !!