ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ର ସତ୍ୟଜିତ ସାହୁ,ରାକେଶ ରାଉତ ଓ ଏ ଏସ ପାଇଲେ

ଭୁବନ ର ସତ୍ୟଜିତ ସାହୁ,ରାକେଶ ରାଉତ ଓ ଏ ଏସ ପାଇଲେ

କାମାକ୍ଷାନଗର – ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ଦୁଇ ଶହ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହାସଲ କରିଛନ୍ତି । ସେଥି ମଧ୍ୟରୁ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୭ ନମ୍ବର ୱାର୍ଡ ବଡ଼ହାଟ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ମନୋଜ କୁମାର ସାହୁ ଓ ଦିପ୍ତିମୟୀ ସାହୁ ଙ୍କ ପୁତ୍ର ସତ୍ୟଜିତ ସାହୁ ( ୧୦୮ କ୍ରମାଙ୍କ ) ସଫଳ ହୋଇ ଭୁବନ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସତ୍ୟଜିତ ଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ,ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟୁଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି । ଅନୁରୂପ ଭାବେ ଭୁବନ ବ୍ଲକ ଯମୁନାକୋଟ ଗ୍ରାମର ମାନସ ରାଉତ ଓ ଅଞ୍ଜଳି ରାଉତ ଙ୍କ ପୁତ୍ର ରାକେଶ ରାଉତ (କ୍ରମାଙ୍କ ୩୬) ମଧ୍ୟ ସଫଳତା ହାସଲ କରିଥିବା ଜଣାପଡିଛି।ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଓ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ରାକେଶ ଗାଁ ପାଇଁ ଗର୍ବ ଆଣିଛନ୍ତି ବୋଲି କହିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଅଦିନେ ମଲ୍ଲୀ ମହକ: ପ୍ରଫୁଲ୍ଲ କର ଙ୍କ ସ୍ମୃତି ରେ ଆୟୋଜିତ ସଙ୍ଗୀତ ସନ୍ଧ୍ୟା ରେ ବିଭୋର ହେଲେ ଶ୍ରୋତା

Sunil Chandra Nayak

ଗ୍ଳୋବାଲ ୱାର୍ମିଂ ବିଷୟରେ ରାୟଗଡା ଜିଲ୍ଳା କୋର୍ଟରେ ଚିତ୍ରାଙ୍କନ ପ୍ରତିଯୋଗିତା

masiha

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!