ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ର ସତ୍ୟଜିତ ସାହୁ,ରାକେଶ ରାଉତ ଓ ଏ ଏସ ପାଇଲେ

ଭୁବନ ର ସତ୍ୟଜିତ ସାହୁ,ରାକେଶ ରାଉତ ଓ ଏ ଏସ ପାଇଲେ

କାମାକ୍ଷାନଗର – ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ଦୁଇ ଶହ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହାସଲ କରିଛନ୍ତି । ସେଥି ମଧ୍ୟରୁ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୭ ନମ୍ବର ୱାର୍ଡ ବଡ଼ହାଟ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ମନୋଜ କୁମାର ସାହୁ ଓ ଦିପ୍ତିମୟୀ ସାହୁ ଙ୍କ ପୁତ୍ର ସତ୍ୟଜିତ ସାହୁ ( ୧୦୮ କ୍ରମାଙ୍କ ) ସଫଳ ହୋଇ ଭୁବନ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସତ୍ୟଜିତ ଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ,ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟୁଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି । ଅନୁରୂପ ଭାବେ ଭୁବନ ବ୍ଲକ ଯମୁନାକୋଟ ଗ୍ରାମର ମାନସ ରାଉତ ଓ ଅଞ୍ଜଳି ରାଉତ ଙ୍କ ପୁତ୍ର ରାକେଶ ରାଉତ (କ୍ରମାଙ୍କ ୩୬) ମଧ୍ୟ ସଫଳତା ହାସଲ କରିଥିବା ଜଣାପଡିଛି।ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଓ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ରାକେଶ ଗାଁ ପାଇଁ ଗର୍ବ ଆଣିଛନ୍ତି ବୋଲି କହିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟରେ ବିକାଶ ଛାତ୍ର ଛାତ୍ରୀଙ୍କ ସଫଳତା

ସ୍ଥାନୀୟ ହାଇୱା ଲଗାଇବା ଦାବି ,ରାଜରାସ୍ତାକୁ ଓହ୍ଲାଇଲା ହାଇୱା ମାଲିକ ସଂଘ 

ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଧର୍ମଗଡ ବ୍ଲକ ଅଞ୍ଚଳ 

masiha

Leave a Comment

error: Content is protected !!