ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାଗବାହାଲି–ସାନକେନ୍ଦୁଗୁଡ଼ା ରାସ୍ତା କାମକୁ ନେଇ ବିବାଦ। ରାସ୍ତା ନିର୍ମାଣ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ଓ ବିଡିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର 

ଶାଗବାହାଲି–ସାନକେନ୍ଦୁଗୁଡ଼ା ରାସ୍ତା କାମକୁ ନେଇ ବିବାଦ

ରାସ୍ତା ନିର୍ମାଣ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ବିଧାୟକ ଓ ବିଡିଓଙ୍କୁ ଗ୍ରାମବାସୀଙ୍କ ଦାବିପତ୍ର 

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ତେଣ୍ଡାପାଲି ପଞ୍ଚାୟତର ଶାଗବାହାଲି ଠାରୁ ସାନକେନ୍ଦୁଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ ଓ ମରାମତି କାମକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ବିରୋଧ ଯୋଗୁଁ ରାସ୍ତା କାମ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ଶାଗବାହାଲି, ଘଣ୍ଟିଗୁଡ଼ା ଓ ପଦ୍ମପୁର ଗ୍ରାମବାସିନ୍ଦା ମାନେ ଧର୍ମଗଡ଼ ବିଧାୟକ ଏବଂ ଧର୍ମଗଡ଼ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରି ତୁରନ୍ତ କାମ ଚାଲୁ ରଖିବାକୁ ଦାବି କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଶାଗବାହାଲିରୁ ସାନକେନ୍ଦୁଗୁଡ଼ା ପର୍ଯ୍ୟନ୍ତ ଥିବା ଏହି ରାସ୍ତାଟି ତିନୋଟି ଗ୍ରାମ ପାଇଁ ଏକମାତ୍ର ଯାତାୟାତ ପାଇଁ ମୁଖ୍ୟ ରାସ୍ତା ଅଟେ। ବର୍ତ୍ତମାନ ରାସ୍ତାଟି ସମ୍ପୂର୍ଣ୍ଣ ମେଟାଲ ବିଛା ଥିବା ଅବସ୍ଥାରେ ଥିବାରୁ ଗ୍ରାମବାସୀମାନେ ଅନେକ ସମସ୍ୟା ମଧ୍ୟରେ ଯାତାୟାତ କରୁଛନ୍ତି। ବିଶେଷକରି ବର୍ଷା ଦିନରେ ରାସ୍ତା ଉପରେ ଖୋଲା ମେଟାଲ ଓ କାଦୁଆ ପରିସ୍ଥିତି ସୃଷ୍ଟି ହେବାରୁ ପାଦଚାରୀ, ସାଇକେଲ ଓ ଦୁଇଚକିଆ ଯାନ ଚଳାଚଳ ଅତ୍ୟନ୍ତ ବିପଦଜନକ ହୋଇପଡ଼ୁଛି। ପଞ୍ଚାୟତ ମୁଖ୍ୟାଳୟ ତେଣ୍ଡାପାଲିକୁ ଯାଇ ପିଡିଏସ ଚାଉଳ ଆଣିବା, ଭତ୍ତା ଗ୍ରହଣ କରିବା ସହ ପ୍ରତିଦିନ ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଓ ରୋଗୀମାନେ ଏହି ରାସ୍ତାରେ ଯାତାୟାତ କରୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଶାଗବାହାଲି ଠାରୁ ସାନକେନ୍ଦୁଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ ପାଇଁ ଅଞ୍ଚଳବାସି ଦୀର୍ଘ ଦିନରୁ ଦାବି କରିଆସୁଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ପ୍ରୟାସରେ ଏହି ରାସ୍ତା ନିର୍ମାଣ ପାଇଁ MGNREGA ଯୋଜନାରେ ପ୍ରାୟ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ଏବଂ କାମ ଆରମ୍ଭ ହୋଇଥିଲା। ହେଲେ ସାନକେନ୍ଦୁଗୁଡ଼ା ଗ୍ରାମର କେତେକ ସ୍ୱାର୍ଥନେଷ୍ଟି ବ୍ୟକ୍ତି ଏହି କାର୍ଯ୍ୟକୁ ବିରୋଧ କରୁଥିବାରୁ କାମ ପ୍ରଭାବିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୋଭ ଓ ଅସନ୍ତୋଷ ବଢ଼ୁଥିବା ଦେଖାଯାଇଛି।

ଆଜି ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳଙ୍କ ନେତୃତ୍ୱରେ ଶାଗବାହାଲି, ପଦ୍ମପୁର ଓ ଘଣ୍ଟିଗୁଡ଼ା ଗ୍ରାମର ବହୁ ସଂଖ୍ୟକ ଗ୍ରାମବାସୀ ଧର୍ମଗଡ଼ ବିଧାୟକ ଏବଂ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ କୈଳାସ ଗୋପାଳ, ୱାର୍ଡ ମେମ୍ବର ପବିତ୍ର ବାଗ, ଛଚିନ୍ଦ୍ର ନାଏକ, ମୁକ୍ତେଶ୍ଵର ନାଏକ, ଶ୍ୟାମଘନ ଧରୁଆ, ଦୈତାରୀ ଗୋପାଳ, ମମତା ମାଝୀ, ରେଣୁବାଳା ବାଗ, ବେଲମତି ନାଏକ, ୱାର୍ଡ ମେମ୍ବର ପୁଷ୍ପାଞ୍ଜଳି ଘିବେଳା, ଭରୁଙ୍ଗରାଜ ଗୋପାଳ, କୁଲଦୀପ ବାଗ, ପଦୁଲୋଚନ ନାଏକ ସମେତ ଅନେକ ଲୋକ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବିଜାତଳା ବ୍ଳକ ! ମାଣିକପୁର ପଞ୍ଚାୟତର ଆମଦାଵେଡା ଗ୍ରାମରେ ହାତୀ ଉପଦ୍ରବ; ଧାନ କିଆରି ନଷ୍ଟ

Sunil Chandra Nayak

15 ପ୍ରକଳ୍ପର ଭୂମି ପୂଜନ କଲେ ମନ୍ତ୍ରୀ ଢୋଲକିଆ

Sunil Chandra Nayak

ଜାହାଡା ରେ ମେଗା ସ୍ଵୟଂ ସହାୟକ ଗୋଷ୍ଠୀ ଋଣ ମେଳା 

masiha

Leave a Comment

error: Content is protected !!