ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ କୁ ୧୨ କୋଟି ଟଙ୍କା ର ଅନୁଦାନ,ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଧର୍ମଗଡ ବ୍ଲକ କୁ ୧୨ କୋଟି ଟଙ୍କା ର ଅନୁଦାନ,ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଧର୍ମଗଡ ବ୍ଲକ ବାସୀଙ୍କ ପକ୍ଷରୁ ପ୍ରତିନିଧିତ୍ଵ କଲେ ଧଅଁରପୁର ସରପଞ୍ଚ ଗୌରୀ ସେଠିଆ

ଧର୍ମଗଡ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇବ ଟି ସଚିବ ଭି କେ ପାଣ୍ଡିଆନ ଭିଡିଓ କନଫରେନ୍ସ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଛନ୍ତି।

 ଧର୍ମଗଡ ବ୍ଲକର ୨୪ଗୋଟି ଗ୍ରାମ ପଂଚାୟତର ପ୍ରତି ପଞ୍ଚାୟତରେ ୫୦ ଲକ୍ଷ ଟଙ୍କା ଲେଖାଏଁ ମୋଟ ୧୨କୋଟି ଟଙ୍କା ଖର୍ଚ୍ଚରେ ୩୫୮ଗୋଟି ପ୍ରକଳ୍ପ ନେଇ ମୋ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପଣ୍ଡିଆନ ଘୋଷଣା କରିଥିଲେ।

ଧଅଁରପୁର ସରପଞ୍ଚ ଗୌରୀ ସେଠିଆ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଧର୍ମଗଡ ବ୍ଲକ କୁ ୧୨ କୋଟି ଟଙ୍କା ର ଅନୁଦାନ ଯୋଗାଇ ଦେଇ ଥିବା ରୁ ସେ ଧର୍ମଗଡ ବ୍ଲକ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ଅଧ୍ୟକ୍ଷ ଙ୍କୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କୃତଜ୍ଞତା ଜଣାଇ ଥିଲେ।ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦର୍ଶୀ ଓ ଐତିହାସିକ ଯୋଜନା “ଆମ ଓଡିଶା- ନବୀନ ଓଡିଶା” ମାଧ୍ୟମରେ ପ୍ରତି ଗ୍ରାମ ପଞ୍ଚାୟତର ଗାଁ

ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ବିଭିନ୍ନ ଐତିହ୍ୟସ୍ଥଳୀର ସଂରକ୍ଷଣ, ଡିଜିଟାଲ ଭିତ୍ତିଭୂମୀ,କ୍ରୀଡାର ବିକାଶ, ଦକ୍ଷତା ବିକାଶ କେନ୍ଦ୍ର, ବ୍ୟାଙ୍କିଙ୍ଗ ସେବା, ଶିକ୍ଷାର ବିକାଶ ତଥା ସ୍ବୟଂ ସହାୟକ ମହିଳାଙ୍କ ସଶକ୍ତିକରଣ କରିବା ସହିତ ପଞ୍ଚାୟତକୁ ସଶକ୍ତ କରିବାର ପ୍ରୟାସ ନିଶ୍ଚିତଭାବରେ ଏକ ପ୍ରଶଂସନୀୟ

ପଦକ୍ଷେପ ଏବଂ କିଛିଦିନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ୫ଟି ଅଧ୍ୟକ୍ଷ ମହୋଦୟ ଆମ ଅଞ୍ଚଳ ଗସ୍ତ କରି ଲୋକମାନଙ୍କ ଅଭିଯୋଗ ଶୁଣାଣୀ କରିଥିଲେ ଏବଂ ସେହି ଅଭିଯୋଗ ଭିତ୍ତିରେ ଆମର ଆବଶ୍ୟକ ଥିବା ମଠ,ମନ୍ଦିର, କମ୍ୟୁନିଟି ଘର, ସ୍କୁଲ ଏବଂ କଲେଜ ରୁପାନ୍ତରିକରଣ ନିମନ୍ତେ ବିଭିନ୍ନ ପ୍ରକଳ୍ପ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦନ କରାଇଥିଲେ, ଯାହାକି ଆମମାନଙ୍କୁ ସ୍ବପ୍ନ ସଦୃଶ ଲାଗୁଛି ।ତେଣୁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଏବଂ ୫ଟି ଅଧ୍ୟକ୍ଷ ମହୋଦୟଙ୍କୁ ଧନ୍ୟବାଦ ଅର୍ପଣ ସହିତ କୃତଜ୍ଞତା ଜ୍ଞାପନ କରୁଅଛୁ ବୋଲି ଶ୍ରୀମତୀ ସେଠୀଆ ବକ୍ତବ୍ୟ ପ୍ରଦାନ କରିଥିଲେ।   

ଧର୍ମଗଡ ବିଡିଓ ହିମାଞ୍ଚଳ ମାଝିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି ମାନସ ବାଗ ଓ ସ୍ୱାଧୀନ ବାଗ,ଭାରପ୍ରାପ୍ତ ଉପଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ ,ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଜୟ ସେନ ଧରୁଆ,ଧର୍ମଗଡ ବ୍ଲକ ଜିଲ୍ଲାପରିଷଦ ଗୋପୀନାଥ ମହାନନ୍ଦ, ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର,ପୂର୍ବତନ ନଗର ପାଳ ହୀରା ବାଗ ,ତହସିଲଦାର ସଞ୍ଜୟ କୁମାର ସାମନ୍ତ ରାୟ,ସମସ୍ତ ପଞ୍ଚାୟତ ସରପଞ୍ଚ ସମିତି ସଭ୍ୟାଓ ସଭ୍ୟ ,ସରକାରୀ କର୍ମଚାରୀ, ମିଶନ ଶକ୍ତି ମହିଳା ଓ ଜନ ସାଧରଣ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଏସ୍.ଏସ୍.ଡ଼ି,ଜାମଦା ରେ ଆମ ଓଡ଼ିଶା ପକ୍ଷରୁ ଭାଷାଜ୍ଞାନ,ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତା

masiha

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ତଥା ସମ୍ବର୍ଦ୍ଧନା ମହୋତ୍ସବ ୨୦୨୩ ଅନୁଷ୍ଠିତ

Sunil Chandra Nayak

ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ 

masiha

Leave a Comment

error: Content is protected !!