ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

ଆସିକା ,୧୩/୩/୨୫ // ଧରାକୋଟ ସ୍ଥିତ ସରକାରୀ ଯୁକ୍ତ ତିନି ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ପାଇଁ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ ଯୋଗଦେଇ ଆତ୍ମ ସୁରକ୍ଷା କୌଶଳର ପ୍ରୟୋଗ ଓ ଆବଶ୍ୟକତା ଉପରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଓଡ଼ିଶା ସରକାରଙ୍କ ଏହି ଅଭିନବ ପ୍ରୟାସ କୁ ସାଧୁବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଲିମା ପାତ୍ର,ଆରତୀ ପ୍ରଧାନ ଓ ରଜେଶ୍ୱରି ସାହୁ ଓ ପ୍ରଶିଖିକା ମିନତି ଗୌଡ଼ ଉପସ୍ଥିତ ରହିଥିଲେ। ମହାବିଦ୍ୟାଳୟ ର କର୍ମଚାରୀ ପୂର୍ଣ୍ଣ ଚନ୍ଦ୍ର ଦାସ,ଅଶୋକ ଗୌଡ଼,ରାକେଶ ସ୍ୱାଇଁ ଓ ପ୍ରଭାସିନୀ ନାହାକ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ବଜ୍ରାଘାତରେ ଜଣଙ୍କର ମୃତ୍ୟୁ

Sunil Chandra Nayak

ରାଇରଙ୍ଗପୁରରେ କୁଡୁମି ସେନା ତରଫରୁ ବିଭିନ୍ନ ଦାବି ନେଇ ଵିଶାଳ ମଶାଲ ଶୋଭାଯାତ୍ରା

Sunil Chandra Nayak

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳନ

masiha

Leave a Comment

error: Content is protected !!