ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ମଣ୍ଡି ସଚେତନତା ରଥ ଏବଂ କର୍ମଶାଳା ଉଦଘାଟିତ

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ମଣ୍ଡି ସଚେତନତା ରଥ ଏବଂ କର୍ମଶାଳା ଉଦଘାଟିତ

ତେନ୍ତୁଳିଖୁଣ୍ଟି ୧୯/୧୨/୨୩ // ନବରଙ୍ଗପୁର ଜିଲା କୃଷି ଓ କୃଷକ ସଶସ୍ତୀକରଣ ବିଭାଗ ସୌଜନ୍ୟରେ ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ମଣ୍ଡି ସଚେତନତା ରଥର ଶୁଭାରମ୍ଭ ଆଜି କରାଯାଇଛି । ଏହି ରଥ 4 ଦିନ ବ୍ଲକର 15 ଟି ଗ୍ରାମ ପଞ୍ଚାୟତରେ ଥିବା ସମସ୍ତ ଗ୍ରାମକୁ ଯାଇ ମାଣ୍ଡିଆ ମଣ୍ଡି ଏବଂ ମଣ୍ଡି କେବେ ଖୋଲା ଯିବ, କେଉଁଠି କେଉଁଠି ବସିବ, ମଣ୍ଡି ପଞ୍ଜିକରଣ କେବେ ଠାରୁ ଆରମ୍ଭ କରାଯିବ ଏବଂ ପଞ୍ଜିକରଣ ପାଇଁ କଣ କଣ କାଗଜପତ୍ର ର ଆବଶ୍ୟକତା ଅଛି ସେହି ବିଷୟରେ ସଚେତନ କରିବ | 

ଏହି ମାଣ୍ଡିଆ ମଣ୍ଡି ରଥ କୁ ଆଜି ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ତହସିଲଦାର ଅଶୋକ କୁମାର ମୁଦୁଲି ଓ ବ୍ଲକ ଉପାଧକ୍ଷ ରାଜେନ୍ଦ୍ର ବିଷୋୟୀ ଶୁଭ ଉଦ୍ଘାଟନ କରିଥିଲେ | ଏହି ପରିପେକ୍ଷି ରେ ସହକାରୀ ବ୍ଲକ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ମଧ୍ୟ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ | 

ଓଡିଶା ମିଲେଟ ମିଶନ ର ବ୍ଲକ ସଂଯୋଜକ ନିଶାନ୍ତ କୁମାର ବିଷୋୟୀ ଏବଂ ଅବିନାଶ ପଣ୍ଡା, ଅଗ୍ରଗାମୀ ତରଫରୁ ପ୍ରକଳ୍ପ ସଂଯୋଜକ ଜଗନ୍ନାଥ ଜେନା, ବ୍ଲକ କୃଷି ଅଧିକାରୀ ଅଫିସ ତରଫରୁ ବାଳଗୋବିନ୍ଦ ସାହୁ ସହିତ କୃଷି ଓଭରସିୟର ମଧୁସ୍ମିତା ପତି, ବନ୍ଦିତା ମହାରଣା, ହରିଶଙ୍କର ତ୍ରିପାଠୀ ଆଦି ଯୋଗ ଦେଇଥିଲେ | 

ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ମାଣ୍ଡିଆ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ମଧ୍ୟ ଏହି ଇଭେଣ୍ଟ ରେ ଯୋଗଦେଇଥିଲେ | ଚଳିତ ବର୍ଷ ମାଣ୍ଡିଆ ମଣ୍ଡିରେ ମାଣ୍ଡିଆ ର ସର୍ବାଧିକ ମୂଲ୍ୟ 3846 ଟଙ୍କା ରଖାଯାଇଛି ଏବଂ ସମସ୍ତ ମାଣ୍ଡିଆ ଚାଷୀ ମାନଙ୍କୁ FAQ ମାନର ମାଣ୍ଡିଆ ଆଣି ମଣ୍ଡି ରେ ବିକ୍ରି କରିବା ପାଇଁ ଏହି ସଚେତନତା ରଥ ମାଧ୍ୟମରେ କୁହାଗଲା | 

ମଣ୍ଡି ରଥ ଉଦ୍ଘାଟନ ପରେ ପଞ୍ଚାୟତ ସମିତି କନଫରେନ୍ସ ହଲରେ ମିଲେଟ୍ସ ର ଏକ କର୍ମଶାଳା ମଧ୍ୟ ଅନୁଷ୍ଠିତ ହୋଇଥିଲା | ଏହି କର୍ମଶାଳାରେ 60+ ସଦସ୍ୟ ଯୋଗ ଦେଇଥିଲେ | ଏହି କର୍ମଶାଳା କୁ ତହସିଲଦାର ଏବଂ ବ୍ଲକ ଉପାଧକ୍ଷ ଦୁହେଁ ଉପସ୍ଥିତ ରହି ପରିଚାଳନା କରିଥିଲେ | 

ଆଗାମୀ ଦିନରେ କିପରି ବହୁଳ ଭାବରେ ତେନ୍ତୁଳିଖୁଣ୍ଟି ବ୍ଳକ ର ଚାଷୀମାନେ ମାଣ୍ଡିଆ ଚାଷ କରି ମଣ୍ଡି ରେ ବହୁଳ ପରିମାଣରେ ବିକ୍ରି କରିପାରିବେ ସେହି ଦିଗରେ ପଦକ୍ଷେପ ନେବା ପାଇଁ ତହସିଲଦାର ମୁଦୁଲି କହିଥିଲେ | ଏହି ପରିପେକ୍ଷି ର ଅଗ୍ରଗାମୀ ର CRP ଟଙ୍କଧର ଝଡ଼ିଆ, ଜଗନ୍ନାଥ ଦିଶାରୀ ଏବଂ କୃପାସିନ୍ଧୁ ଗୌଡ଼ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଥିବା ମନ୍ଦିର ପରିସରରୁ ଅଚିହ୍ନା ବ୍ୟକ୍ତିର ମୃତ ଦେହ ଉଦ୍ଧାର ପରିଚୟ ଅସ୍ପଷ୍ଟ

masiha

ଡାବୁଗାଁ ବ୍ଳକ ଟପ୍ପର ଅନିଲ ଭତ୍ରl 

masiha

ଶିଶୁଗଳ୍ପ ପ୍ରତିଯୋଗିତାର ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ବିଶ୍ବବିଦ୍ୟାଳୟ ଛାତ୍ର

Sunil Chandra Nayak

Leave a Comment

error: Content is protected !!