ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢଉଗାଁ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ

ଢଉଗାଁ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ 

ଆସିକା ,୧୩/୩/୨୫ //ଧରାକୋଟ ବ୍ଲକର ବାସୁଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ଢଉଗାଁ ର ବାର୍ଷିକ ଉତ୍ସବ ବେସ ଆଡମ୍ବର ସହ ପାଳନ ହୋଇଯାଇଛି। ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବାଡତ୍ୟା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବି ଡି ଓ ଡେନିସ ବେହେରା, ମୁଖ୍ୟ ବକ୍ତା ଭାବେ ତହସିଲଦାର ଲମ୍ବୋଦର ମାରାଣ୍ଡି,ସମ୍ମାନିତ ଅତିଥି ଭାବରେ ଏ ବି ଇ ଓ ସିମାଞ୍ଚଳ ବେହେରା, ସରପଞ୍ଚ ଶ୍ରୀମତୀ ମନୁ ପାତ୍ର,ସି ଆର ସି ସି ଶର୍ମିଷ୍ଠା ପାତ୍ର, ଏସ ଏମ ସି ସଭାପତି ଅଶ୍ଵିନୀ କୁମାର ପଢ଼ିହାରି,ସମବାୟ ସମିତି ସଭାପତି ସଞ୍ଜୟ ପାତ୍ର,ପୂର୍ବତନ ସମିତି ସଭ୍ୟ ବିଶ୍ଵନାଥ ପ୍ରଧାନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବାଜୀ ପ୍ରଧାନ,ବୃଶକେତୁ ଦାସ,ନିରଞ୍ଜନ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ବଳ ,ନିରାମୟ ଓ ଶୃଙ୍ଖଳିତ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଇଂମ୍ଫା ଥେରୁବାଲି ରେ ଗର୍ବ ଓ ଦେଶଭକ୍ତି ସହ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ପିଚୁପ୍ଲାଣ୍ଟ ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ

masiha

ଜୁନାଗଡ଼ ଡ଼ିଗ୍ରୀ ମହାିଦ୍ୟାଳୟ ଠାରେ ବିଶ୍ଵ ଏଡ଼ସ ଦିବସ ପାଳିତ

masiha

Leave a Comment

error: Content is protected !!