ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଜୁନାଗଡ଼ ରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଜୁନାଗଡ଼,୨୧/୧୧(ମ ନି ସ) qରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଠାରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।

 ଜୁନାଗଡ଼ ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରାୟ ୩୫୦ରୁ ଅଧିକ ଭିନ୍ନକ୍ଷମ ପଞ୍ଜିକୃତ ହେଇଥିବା ବେଳେ ପ୍ରାୟ ୨୨୫ ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା. ୪୦ ଜଣ ଭିନ୍ନକ୍ଷମ ସହାୟକ ଉପକରଣ ନିମନ୍ତେ ଆବେଦନ କରିଥିବା ବେଳେ ୩୩ ଜଣ ବସ ପାସ ନିମନ୍ତେ ଆବେଦନ କରିଥିଲେ ।ଏତଦ ବ୍ୟତୀତ ଅନ୍ୟନ୍ୟା ଯୋଜନା ନିମନ୍ତେ ୧୦୦ ରୁ ଉର୍ଦ୍ଧ ହିତାଧିକାରୀ ଆବେଦନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଏନଏସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବୀରେନ୍ଦ୍ର କହଁର, ଅତିରିକ୍ତ ତହସିଲଦାର ଅଶୋକ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ.।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର, ଜିଲ୍ଲା ପୁନର୍ବାସ କାର୍ଯ୍ୟାଳୟର କର୍ମଚାରୀ ମାନେ ଭିନ୍ନକ୍ଷମ ମାନଙ୍କର ପରୀକ୍ଷା କରି ସାର୍ଟିଫିକେଟ ପ୍ରଦାନ କରିଥିଲେ।ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁଙ୍କ ପ୍ରତକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ହିମାଂଶୁ ରଞ୍ଜନ ବଳ ତଥା ଅନ୍ୟାନ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଫେଇ କାର୍ଯକ୍ରମ

masiha

ବିଶିଷ୍ଟ ସମାଜସେବୀ ଗୟାଧର ନାଏକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

Sunil Chandra Nayak

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ  ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ସଫେଇ ଅଭିଯାନ ଏବଂ ବିକାଶ ବାହନର ଶୁଭାରମ୍ଭ

masiha

Leave a Comment

error: Content is protected !!