ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ଭାରତ ସଂକଳ୍ପ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ବିକାଶ ଭାରତ ସଂକଳ୍ପ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୨୧/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ବିକାଶ ଭାରତ ସଂକଳ୍ପ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ତହସିଲଦାର ସଦାଶିବ ଭତ୍ରା ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଚଳିତ ମାସ ୨୩ ତାରିଖ ଜବାଗୁଡା ପଞ୍ଚାୟତରୁ ଠାରୁ ସଂକଳ୍ପ ଯାତ୍ରା ଆରମ୍ଭ ହୋଇ ୨୯ ତାରିଖ ଦିନ ଅଞ୍ଚଳା ପଞ୍ଚାୟତରେ ଶେଷ ହେବ | ଏଥିରେ ଏଲିଡି ମାଧ୍ୟମରେ କେନ୍ଦ୍ର ସରକାର ଙ୍କ ସମସ୍ତ ଜନହିତକର ଯୋଜନା ଉପରେ ଜନସାଧାରଣଙ୍କୁ ସଚେତନ କରାଯିବ | ଏହା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ଓ ସ୍ୱାସ୍ଥ୍ୟ ମେଳା କରାଯିବ | ପ୍ରତ୍ୟେକ ଦିନ ୨ ଟି ପଞ୍ଚାୟତରେ କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତି ନିଆଯାଇଥିଲା | ଏହି ବୈଠକରେ ଜିଲା ନୋଡାଲ ଅଧିକାରୀ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ପ୍ରାଣୀ ଚିକିତ୍ସକ ଏଲ. ଲୋକନାଥ ରେଡ୍ଡୀ, ସହକାରୀ ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର କୁମାର କାଣ୍ଡି, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦେବରାଜ ଗୋପାଳ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ଡାବୁଗାଁ ସବ ପୋଷ୍ଟ ମାଷ୍ଟର ଛତିଶ ଓରାମ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ ଓ ରୋଜାଲିନ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ମାଳି, ଅର୍ଜୁନ ଭତ୍ରା ଓ ହଲଧର ଜାନୀ, ସମସ୍ତ ଗ୍ରାମରୋଜଗାର ସେବିକାସେବକ, ଯୋଗାଣ ସହାୟକ ମାନେ ଉପସ୍ଥିତ ଥିଲେ | ଉକ୍ତ ବୈଠକକୁ କମ୍ପ୍ୟୁଟର ପୋଗ୍ରାମର ପ୍ରବୀଣ ପଟ୍ଟନାୟକ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସ୍ବର୍ଣ୍ଣପ୍ରଭା

masiha

ମାଓବାଦୀଙ୍କ ଦୁର୍ଗମ ଅଞ୍ଚଳ ରେ ଜନ ସଂପର୍କ ଶିବିର କଲେ କୋରାପୁଟ ଏସପି ଅଭିନାସ ସୋନକର 

Sunil Chandra Nayak

ଶାରୀରିକ କ୍ରୀଡା ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!