ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ସଦରମହକୁମା ସ୍ତରୀୟ ଲୋକକଳା ଦିବସ ଓ ରଜପର୍ବ ପାଳିତ।

ନବରଙ୍ଗପୁର ତା 14/6(ମସିହା)ନବରଙ୍ଗପୁର ସଦରମହକୁମା ସ୍ତରୀୟ ଲୋକକଳା ଦିବସ ଓ ରଜପର୍ବ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ବିଭାଗ ଓ ନବରଙ୍ଗପୁର ବ୍ଲକ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଳନ ଅବସରରେ କଳାକାର ମାନଙ୍କୁ ନେଇ ନାଚ ଗୀତ ମାଧ୍ୟମ ରେ ଏକ ଶୋଭାଯାତ୍ରା ଜିଲ୍ଲା ସଂସ୍କୃତି ଭବନ ରୁ ବାହାରି ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ଉତ୍ସବର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇ ସମସ୍ତଙ୍କୁ ସ୍ଵାଗତ ପୂର୍ବକ ପବିତ୍ର ରଜପର୍ବ ପାଳନ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ସମାଜରେ ମଣିଷ ର ଜୀବନ ଜୀବିକା ସହିତ ସଂସ୍କୃତି ଜଡିତ। ଏଥି ପାଇଁ ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ଆଜି ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ପ୍ରତ୍ୟେକ ବ୍ଳକ ଏବଂ ସଦର ମହକୁମା ରେ ରଜପର୍ବ ସହିତ ଲୋକକଳା ଦିବସ ପାଳନ କରାଯାଉଛି l ଏହି ଅବସରରେ ମୁଁ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଉଛି କହି ଜିଲ୍ଲାପାଳ ଡଃ ମିଶ୍ର ରଜପର୍ବ ଓ ଲୋକକଳା ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପ୍ରସାଦ ପଟ୍ଟନାୟକ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡଃ ବିଜୟ କୁମାର ମିଶ୍ର, ବିଜୟ କୁମାର ଚୌଧୁରୀ,ଜେମାମଣି ବିଶୋଇ,ପ୍ରେମଚାନ୍ଦ ପଟ୍ଟନାୟକ, ପ୍ରଭାସିନୀ ମହାନ୍ତି ଯୋଗଦେଇ ଉତ୍ସବ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଅନୁଷ୍ଟିତ ଝୋଟି ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀମାନଙ୍କୁ ଏବଂ କଳାକାର ମାନଙ୍କୁ ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା। କବି ଜେମାମଣି ଙ୍କ ଲିଖିତ ରଜପର୍ବ ଗୀତ ସମ୍ପର୍କିତ ଏକ ପୁସ୍ତକ ର ଉନ୍ମୋଚନ ଜିଲ୍ଲାପାଳ ଙ୍କ ଦ୍ଵାରା କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଦେବଦାସ ମହାକୁଡ,ମନୋଜ କୁମାର ପଟ୍ଟନାୟକ, ଜଗନ୍ନାଥ ବେହେରା, ସଙ୍ଗୀତ ତ୍ରିପାଠୀ, ଦିଲୀପ ହୋତା,ଯୁଗଳ କିଶୋର ପଟ୍ଟନାୟକ, ଫାଲଗୁନି ପାତ୍ର,ଦୁର୍ଗା ପ୍ରସାଦ ପାଢୀ,ଏ.ସନ୍ତୋଷ, ନିଳକଣ୍ଠ ନାୟକ, ନାଟ ଗୁରୁ,କଳାକାର ପ୍ରମୁଖ ଯୋଗାଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବେଲଗାଁ ମହିମା ଆଶ୍ରମରେ ନୁଆଁଖାଇ ପର୍ବ ପାଲିତ

masiha

କଳାହାଣ୍ଡି ଆରଣ୍ୟକ ବାରିକ୍ ସମାଜର ଜରୁରୀ କାଳୀନ ବୈଠକ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ : ସରକାରଙ୍କ ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ସ୍ଥଳୀ, ମାନ୍ଯତା ପାଇବାରେ ବଞ୍ଚିତ

Sunil Chandra Nayak

Leave a Comment

error: Content is protected !!