ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଏବିଭିପି ର ଚାରିଦିନିଆ ଅଭ୍ୟାସ ବର୍ଗ ଉଦଯାପିତ

ନବରଙ୍ଗପୁର(ମସିହା)ଗତ ଜୁନ ୧୨ ତାରିଖ ରୁ ଆରମ୍ଭ ହୋଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ର ଚାରି ଦିନିଆ ପ୍ରାନ୍ତ ଅଭ୍ୟାସ ବର୍ଗ ଆଜି ଉଦଯାପିତ ହୋଇଯାଇଛି। ଏହି ବର୍ଗରେ ୧୪ ଜିଲ୍ଲାରୁ ପ୍ରତ୍ୟେକ ମହାବିଦ୍ୟାଳୟ ପରିସରରୁ ୨୫୩ ରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । ଏହି ବର୍ଗକୁ ପରିଷଦର ରାଜ୍ୟ ସଭାପତି ଗାର୍ଗୀ ବାନାର୍ଜୀ ଉଦଘାଟନ କରିଥିଲେ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ମାନନୀୟ ଗୋବିନ୍ଦ ନାୟକ ଉପସ୍ଥିତ ରହି ୧୯୪୯ ରେ ସୃଷ୍ଟି ହୋଇଥିବା ଛାତ୍ର ସଙ୍ଗଠନ ଆଜି ଜନ ସଂଗଠନ ଭାବେ ଠିଆ ହୋଇଥିବା କହିଥିଲେ। ତୃତୀୟ ଦିନରେ ମାନନୀୟ ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଶ୍ରୀ ଆଶିଷ ଚୌହାନ ସମୁହ କାର୍ଯ୍ୟକର୍ତ୍ତା ବିକାଶ ଓ ନିୟୋଜନ ବିଷୟରେ ବିଦ୍ୟାର୍ଥୀ ଙ୍କ ଆଗରେ ବକ୍ତବ୍ୟ ରଖିଥିଲେ ।କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଅପାଙ୍ଗସୁ ଶେଖର ସିଲ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ,ରାଜ୍ୟ ସଂଗଠନ ସମ୍ପାଦକ ବୈଳଚନ ସାହୁ, ରାଜ୍ୟ ସମ୍ପାଦକ , ବ୍ୟବସ୍ଥା ପ୍ରମୁଖ ପ୍ରଦୀପ ତ୍ରିପାଠୀ, ସହ ପ୍ରମୁଖ ଦୀପାଞ୍ଜଳି ଦାସ ରାଜ୍ୟ ସହ ସଂଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା ଏବଂ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ଆଗମୀ ୨୦୨୩-୨୪ ପାଇଁ ନୂତନ ଦାୟିତ୍ବ ଘୋଷଣା ପରେ ବର୍ଗ ସମାପନ ହୋଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

5t ଅଧ୍ୟକ୍ଷ କଳାହାଣ୍ଡି ଗସ୍ତ ନେଇ କେପଟେନ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ

masiha

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ଅଦଳବଦଳକୁ ନେଇ ପ୍ରକାଶିତ ବିଭ୍ରାନ୍ତକାରୀ ସମ୍ବାଦ ‘ସଂପୂର୍ଣ୍ଣ ଅମୁଳକ ଏବଂ ଆଧାରହୀନ’ : ଶ୍ରୀ ମନମୋହନ ସାମଲ

ବିଜେଡି ଜିଲ୍ଲା ସଭାପତିଙ୍କୁ ଭେଟିଲେ ସୁବାସିନୀ ସାହୁ

masiha

Leave a Comment

error: Content is protected !!