ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ଉପରେ ପସରା ପକାଉଥିବା ବ୍ୟବସାୟୀ ଙ୍କୁ ପ୍ରଶାସନର ତାଗିଦ

କନ୍ଧମାଳ ଜିଲ୍ଲା ଟିକାବାଲି ସାପ୍ତାହିକ ଜନଜାତି ହାଟ ପଡ଼ିଆ ରେ ଟିକାବାଲି ବ୍ଲକ ପ୍ରଶାସନ ଙ୍କର ନିର୍ଦ୍ଦେଶ ରେ ସପ୍ତାହ ର ପ୍ରତ୍ୟେକ ଶୁକ୍ରବାର ବାର ଦିନ ଏହି ହାଟ ବସିଥାଏ। କିଣା ବିକା କରିବା ନିମନ୍ତେ ଟିକାବାଲି ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ରୁ ଲୋକମାନେ ହାଟ କୁ ଆସୁଥିବା ବେଳେ ବାଲିଗୁଡା,କେ ନୂଆଗାଁ , ସାରଂଗଡ଼ , ଜି ଉଦୟଗିରି ରାଇକିଆ, ଫିରିଙ୍ଗିଆ, ଫୁଲବାଣୀ ସହର ରୁ ବିଭିନ୍ନ ଦୈନଦିନ ବ୍ୟବହାରିକ ଜିନିଷ ସହ ସବୁଜ ପନିପରିବା ବିକ୍ରି କରିବା ନିମନ୍ତେ ବ୍ୟବସାୟୀ ମାନେ ଏହି ହାଟ କୁ ଯାଇଥାନ୍ତି। ଏହି ହାଟରେ ଗାଈ ଗୋରୁ ଛେଳି ମେଣ୍ଢା ମଧ୍ୟ ବ୍ୟବସାୟ କରାଯାଉଥିବା ଦେଖିବା କୁ ମିଳୁଛି। ଜିନିଷ ପତ୍ର କିଣିବା ନିମନ୍ତେ ଗ୍ରାହାକ ମାନଙ୍କର ପ୍ରବଳ ଭିଡ ଜମିଥାଏ। ପରିବା ବ୍ୟବସାୟୀ ମାନେ କୁଆଡେ ହାଟ ଭିତରେ ଜାଗା ନ ପାଇ ସବୁଜ ପନି ପରିବା ହାଟର ରାସ୍ତା କଡରେ ପସରା ଖୋଲି ବିକ୍ରି କରିଥାନ୍ତି। ଏହି ରାସ୍ତା କଡରେ ବସି ବିକ୍ରି କରୁଥିବା ବ୍ୟବସାୟୀ ଙ୍କ ପାଇଁ ଜାନବାହାନ ଯାତାୟତ ରେ ବାଧା ସୃଷ୍ଟି ହୋଇଥାଏ । ଯାହା ଫଳରେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବା ନଜିର ରହିଛି। ଏହି ସମସ୍ୟା ର ସମାଧାନ କରିବା ନିମନ୍ତେ ଆଜି ତା ୨୦/୧/୨୦୨୩ ରିଖ ଶୁକ୍ରବାର ଦିନ ସାପ୍ତାହିକ ହାଟ ଚାଲୁଥିବା ସମୟରେ ଟିକାବାଲି ତହସିଲଦାର ଵିସ୍କେସନ ପ୍ରଧାନ ଙ୍କର ଆଦେଶ କ୍ରମେ ଅତିରିକ୍ତ ତହସିଲଦାର ମୋହନ ମଲ୍ଲିକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୀଲ ମଲ୍ଲିକ ଏବଂ ଟିକାବାଲି ଥାନା ଅଧିକାରୀ କଲ୍ୟାଣମୟୀ ଷେଣ୍ଢ ,ଏସ ଆଇ ସଞ୍ଜୟ କୁମାର ସ୍ୱାଇଁ ଙ୍କ ସହିତ ପୋଲିସ ଷ୍ଟାଫ ଙ୍କ ମିଳିତରେ ଜନ ସଚେତନତା କାର୍ଯ୍ୟକ୍ରମ ରାସ୍ତା ର ଉଭୟ ପାର୍ଶ୍ଵରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀ ଙ୍କୁ ସେହି ସ୍ଥାନ ରୁ ଉଠି ହାଟ ଭିତରେ ବସିବା ନିମନ୍ତେ ତାଗିଦ କରିଥିଲେ। ଆଗାମୀ ହାଟରେ ବ୍ୟବସାୟୀ ଙ୍କର ଏଭଳି ବ୍ୟତିକ୍ରମ ଦେଖା ଦେଲେ ସେହି ବ୍ୟବସାୟୀ ମାନଙ୍କ ଠାରୁ ଫାଇନ କଟାଯିବା ନିମନ୍ତେ ସୂଚନା ଦିଆଯାଇଥିବା ଟିକାବାଲି ଏ ବି ଡି ଓ ଶ୍ରୀ ମଲ୍ଲିକ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଡବ୍ଲ୍ୟୁଓଡିସି ସିଇଓଙ୍କ କୋକସରା ବ୍ଲକ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

Sunil Chandra Nayak

ବଜ୍ରପାତ ଘଟି ୩ ମହିଳା ଆହତ

Sunil Chandra Nayak

ବଜ୍ରାଘାତ ରେ ତିନିଗୃହପାଳିତ ଗାଈ ମୃତ

Sunil Chandra Nayak

Leave a Comment

error: Content is protected !!