ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ବ୍ଳକ ରେ ଜିଲ୍ଲାପାଳ ଓ SP ଙ୍କ ମିଳିତ ଜନ ଶୁଣାଣି

ଧରାକୋଟ ବ୍ଳକ ରେ ଜିଲ୍ଲାପାଳ ଓ SP ଙ୍କ ମିଳିତ ଜନ ଶୁଣାଣି

ଆସିକା,୧୧/୧୧/୨୫ —  ଧରାକୋଟ ବ୍ଳକ ରେ ଆଜି ଗଂଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ଓ ଗଂଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଆଜି ମିଳିତ ଭାବେ ଯୁଗ୍ମ ଜନ ଶୁଣାଣି କରିଛନ୍ତି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ତହସିଲଦାର ଲମ୍ବୋଦର ମାରାଣ୍ଡି, ବି ଡି ଓ ସଂଗ୍ରାମ କେଶରୀ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକର ଅଠର ଗୋଟି ପଞ୍ଚାୟତ ରୁ ଆସିଥିବା 148 ଜଣ ଲୋକ ନିଜ ନିଜର ବିଭିନ୍ନ ଅଭିଯୋଗ ଅନ ଲାଇନ ରେ ପଞ୍ଜୀକରଣ କରି ଦାଖଲ କରିଥିଲେ । ଜିଲ୍ଲାପାଳ ଏହି ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ । ଏହି ଜନ ଶୁଣାଣିରେ ସବୁ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ବିଶେଷ କରି ଭତ୍ତା, ଆବାସ, ରାସନ କାର୍ଡ, ପାଇବା ପାଣି ଓ ରାସ୍ତା ସମସ୍ୟା ନେଇ ଲୋକେ ଅଭିଯୋଗ କରିଥିବା ଦେଖିବା କୁ ମିଳିଥିଲା। ଆଜି ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ପରେ ଧରାକୋଟ ବ୍ଲକର ଢଉଗାଁ, ବାହାରପୁର,ଧରାକୋଟ ଓ ଅନ୍ୟାନ୍ୟ ପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର କ ରିପୋର୍ଟ ମସିହା ନ୍ୟୁଜ

Related posts

ସାରଳା ମନ୍ଦିର ହୁଣ୍ଡିରୁ 18 ଲକ୍ଷରୁ ଅଧିକ ଆୟ

Sunil Chandra Nayak

ଖଇରା-ଔପଦା ଫଟୋଗ୍ରାଫି ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

masiha

ବାଲୁକା କଳାରେ ରାଧାକ୍ରିଷ୍ଣନ ଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!