ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ତ୍ୱ

ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ତ୍ୱ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ସଭା ଗୃହ ରେ ମଙ୍ଗଳବାର ଶିକ୍ଷା ର ଉନ୍ନତି ପାଇଁ ଧର୍ମଗଡ ବ୍ଲକ ର ନଅ ଗୋଟି ଆଞ୍ଚଳିକ ସାଧନ କେନ୍ଦ୍ରର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରିଣି ପଙ୍କଜିନୀ ମାଝିଙ୍କ ଅବାହକତ୍ୱରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସଦାଶିବ ନାୟକ ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅରୂପାନନ୍ଦ ଭୋଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା, ସହକାରୀ ଯନ୍ତ୍ରୀ କରୁଣାକର ମୁର୍ମୁ ପ୍ରମୁଖ ମଞ୍ଚାସିନ ହୋଇ ପ୍ରତ୍ୟେକ ବିଦ୍ୟାଳୟର ଭୌତିକ ଭିତ୍ତିଭୂମି ଓ ଶୈକ୍ଷିକ ବିକାଶ କରିବା ଓ ଜିଲ୍ଲାରେ ଧର୍ମଗଡ଼ ବ୍ଲକକୁ ଏକ ନମ୍ବର ବ୍ଲକ ଭାବରେ ଗଢ଼ିବା ବୋଲି ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ବିଡ଼ିଓ ଶ୍ରୀ ନାୟକ l ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମକୁ ଅଭିଭାବକ ମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ଠିକ ଭାବରେ ପାଳନ କରିବା, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଠିକ ସମୟରେ ବିଦ୍ୟାଳୟକୁ ଯିବା, ଗୁଣାତ୍ମକ ଶିକ୍ଷାଦାନ ଦେବା, ସ୍କୁଲ ପୋଷାକ ପିନ୍ଧିବା ଉପରେ ଅନୁରୋଧ କରିଥିଲେ l ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ମାଝୀ ଉପସ୍ଥାନ ବୃଦ୍ଧି, ବିଦ୍ୟାଳୟ ପରିବେଶ ପରିଷ୍କାର ରଖିବା, ସମସ୍ତ ରେଜିଷ୍ଟର ଅପଡେଟ ରଖିବା, ମାର୍ଚ୍ଚ ମାସ ଶେଷ ପୂର୍ବରୁ ୟୁ ସି ଦେବା,ବିଦ୍ୟାଳୟ ପରିଦର୍ଶନ ରେଜିଷ୍ଟରକୁ ପରିଦର୍ଶନ ନୋଟ ଲେଖିବା ପାଇଁ ଦେବା, ଆଗାମୀ ଶିକ୍ଷାବର୍ଷକୁ ସଠିକ ରୂପରେ ପରିଚାଳନା ପାଇଁ ଷ୍ଟାଫ ସହିତ ଆଲୋଚନା କରିବା ସମ୍ପର୍କରେ ଆଲୋଚନା କରିଥିଲେ lଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅରୂପାନନ୍ଦ ଭୋଇ ପରିଚାଳନା କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଶ୍ୱଜିତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ମାଗଣା ପି ଡି ଏସ ଚାଉଳ, ୧ ହଜାର ଟଙ୍କା ଓ ନବୀନଙ୍କ ଝୋଟି ବେଗ ନ ବାଣ୍ଟି ଆତ୍ମସାତ 

masiha

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ

Sunil Chandra Nayak

କଳାହାଣ୍ଡି: ମହାସମାରୋହରେ ପାଳିତ ହେଲା ଡଙ୍ଗରଗଡ଼ ମହୋତ୍ସବ

masiha

Leave a Comment

error: Content is protected !!