ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ତିନି ଦିନ ଧରି କ୍ରିକେଟ କୋଚିଂ କେମ୍ପ, ଓଡ଼ିଶା କ୍ରିକେଟ କୋଚ୍ ଙ୍କ ଯୋଗଦାନ

ତିନି ଦିନ ଧରି କ୍ରିକେଟ କୋଚିଂ କେମ୍ପ, ଓଡ଼ିଶା କ୍ରିକେଟ କୋଚ୍ ଙ୍କ ଯୋଗଦାନ

ନବରଙ୍ଗପୁର :(୧୯|୩)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଓଡିଶା କ୍ରିକେଟ ସଂଘ୍ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲାର କ୍ରିକେଟ ଖେଳାଳିଙ୍କ ପାଇଁ ଏକ ତିନିଦିନିଆ କୋଚିଂ କେମ୍ପ୍ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରିକେଟ ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହା ନବରଙ୍ଗପୁର ଜିଲ୍ଲାର ସମସ୍ତ କ୍ରିକେଟ ଖେଳାଳୀଙ୍କ ପାଇଁ ଖୁସି ଏବଂ ଗର୍ବର ବିଷୟ ବୋଲି ବରିଷ୍ଠ ଏବଂ ପ୍ରାକ୍ତନ କ୍ରୀଡାବିତ୍ ନିଜ ମତବ୍ୟକ୍ତ ପ୍ରକାଶ କରିଛନ୍ତି। ଏହି କୋଚିଂ କେମ୍ପରେ ଯୋଗ ଦେବାକୁ ଆସୁଛନ୍ତି ଓଡିଶା କ୍ରିକେଟ ଏକାଡେମୀର ଟେକ୍ନିକାଲ ଡାଇରେକ୍ଟର ଶ୍ରୀ ଭି ଭେଙ୍କେଟରମଣ, କୋଚ ସୌରଭ ସେଗାଲ, କୋଚ ପ୍ରିତମଜିତ ଦାସ ଏବଂ ମେନେଜର ଅଭିଳାଷ ହରିଚନ୍ଦନ। ନବରଙ୍ଗପୁର ଷ୍ଟାଡିଅମ ଠାରେ ଆସନ୍ତା ୨୭ ତାରିଖରୁ ୨୯ତାରିଖ ତିନି ଦିନ ଧରି ଏହି କୋଚିଂ କେମ୍ପ ଅନୁଷ୍ଠିତ ହେବ। ଏହି ଦକ୍ଷତା ବିକାଶ ପ୍ରଶିକ୍ଷଣ କେମ୍ପ ରେ ଜିଲ୍ଲାର କୋଣ ଅନୁକୋଣ ରୁ ୧୬ ବର୍ଷ ରୁ କମ ବୟସର ଖେଳାଳି ମାନେ ବହୁ ସଂଖ୍ୟାରେ ଯୋଗଦେବା ନିମନ୍ତେ ଜିଲ୍ଲା କ୍ରିକେଟ ସଂଘ ଅନୁରୋଧ କରିଛନ୍ତି। ଏହି ପ୍ରଶିକ୍ଷଣ ରେ ଯୋଗ ଦେବା ନିମନ୍ତେ କୌଣସି ରେଜିଷ୍ଟ୍ରେସନ୍ ର ଆବଶ୍ୟକ ନାହିଁ, ଖେଳାଳିଙ୍କୁ ରହିବାର ବ୍ୟବସ୍ଥା କରାଯାଇଛି ଏବଂ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଏହି ପ୍ରଶିକ୍ଷଣ ଦିବା ୬ ଘଣ୍ଟା ୩୦ ମିନିଟ ରୁ ୯ ଘଣ୍ଟା ପୁଣି ଅପରାହ୍ନ ୪ ଘଣ୍ଟା ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । ଉକ୍ତ ଶିବିରରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସଭାପତି ଶ୍ରୀ ଦେବାସଶିଷ ପଟ୍ଟନାୟକ, ଉପସଭାପତି ଶୁଭେନ୍ଦୁ ବେହେରା, ସହ ସମ୍ପାଦକ ଏମ. ବାଲ କ୍ରିଷ୍ଣା ରାଓ, ଜିଲ୍ଲା କ୍ରିକେଟ ସଂଘର ସଦସ୍ୟ ଶ୍ରୀ ଅଶୋକ ନାୟକ, ଶଶାଙ୍କ ବେହେରା, ନବରଙ୍ଗପୁର ଜିଲ୍ଲା କ୍ରିକେଟ ଏକାଡେମୀର କୋଚ ଶ୍ରୀ ଲାଲ ମହମ୍ମଦ ଖାନ,ଜିଲ୍ଲା କ୍ରିକେଟ ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା କ୍ରିକେଟ ସଂଘର ସଦସ୍ୟ ଶ୍ରୀ ଲମ୍ବୋଦର ସୈରା, ଦୁର୍ଯ୍ୟ ହରିଜନ, ମହିଳା କ୍ରିକେଟ ଦଳର ଅଜିତା ଦାସ ଏହି କୋଚିଂ କେମ୍ପରେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିବେ ବୋଲି ସୂଚନା ପ୍ରାପ୍ତ ହୋଇଛି ।

( ମ ନି ସ ) 

Related posts

ଧନସରା କ୍ରିକେଟ ଟୁର୍ଣ୍ଣାମେଣ୍ଟ, କପୁରମାଲ ଦଲ ଚାମ୍ପିୟାନ

masiha

ଗ୍ରୀଷ୍ମ କାଳୀନ ବେଡ଼ମୀଣ୍ଟନ କର୍ମଶାଳା ଉଦଯାପିତ

masiha

ଅମ୍ବାଦଳାରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍ଘାଟିତ 

masiha

Leave a Comment

error: Content is protected !!