ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ମଜଦୁର ସଂଘ ଓ ଅଙ୍ଗନବାଡି ସଂଘ ନବରଙ୍ଗପୁର ଜିଲ୍ଲା ବିଭିନ୍ନ ଜିଲ୍ଲା ପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ 

ଭାରତୀୟ ମଜଦୁର ସଂଘ ଓ ଅଙ୍ଗନବାଡି ସଂଘ ନବରଙ୍ଗପୁର ଜିଲ୍ଲା ବିଭିନ୍ନ ଜିଲ୍ଲା ପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ 

ନବରଙ୍ଗପୁର :(୧୮|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଭାରତୀୟ ମଜଦୁର ସଂଘ ଓ ଅଲ ଓଡିଶା ଲେଡ଼ିଜ ୱାର୍କର ଏସୋସିଏସନ ତରଫରୁ ନବରଙ୍ଗପୁର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତ ସରକାର ନ୍ୟୁ ଦିଲ୍ଲୀ,ମାନନୀୟା ଅର୍ଥ ମନ୍ତ୍ରୀ ଭାରତ ସରକାର ନ୍ୟୁ ଦିଲ୍ଲୀ, ମାନ୍ୟବର ଶ୍ରମ ମନ୍ତ୍ରୀ ଭାରତ ସରକାର ନ୍ୟୁ ଦିଲ୍ଲୀ, ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓଡିଶା ସରକାର ଭୁବନେଶ୍ୱର ଙ୍କୁ ପ୍ରଦାନ କରିଥିଲେ l ( ୧୦-୧୨ ଫେବୃଆରୀ ୨୦୨୫ ଗୌହାଟି, ଆସାମ) ରେ ଗୃହୀତ ପ୍ରସ୍ତାବି ଭାରତ ସରକାରଙ୍କ ଦ୍ବାରା ୧ ଫେବୃଆରୀ ୨୦୨୫ରେ ଉପସ୍ଥାପିତ ବଜେଟରେ ଆୟକର ସୀମା ବୃଦ୍ଧି କରି କର୍ମଚାରୀ ଜଗତକୁ ଆଶ୍ବସ୍ତି ଦିଆଯାଇଛି। ଦୁଗ୍ଧ ଶିଳ୍ପ, ମତ୍ସ୍ୟ ଶିଳ୍ପ, ତିଗ୍ ଶ୍ରମିକ ଏବଂ କ୍ଷୁଦ୍ର ଶିଳ୍ପକୁ ମଧ୍ଯ ରିଲିଫ୍ ଯୋଗାଇ ଦିଆଯାଇଛି। ବରିଷ୍ଠନାଗରିକ ମାନଙ୍କୁ ଟିଡିଏସ୍ ମାଧ୍ୟମରେ ରିଲିଫ୍ ଦେଇ ସମ୍ମାନୀତ କରାଯାଇଛି। କର୍କଟ ରୋଗର ଔଷଧ ଉପରେ ଆମଦାନୀ ଶୁଳ୍କ ଛାଡ଼କରି ଆଶ୍ବସ୍ତି ପ୍ରଦାନ କରାଯାଇଛି। ସେହିପରି ଷ୍ଟାର୍ଟଅପ୍, ଚମଡ଼ା ଶିଳ୍ପ ଏବଂ ଭିତ୍ତିଭୂମି ଉତ୍ପାଦନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି ଦିଗରେ ଏକଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି, ଯାହାକୁ ଏହି କାର୍ଯ୍ୟକାରୀ କମିଟି ସ୍ଵାଗତ କରୁଛି। କିନ୍ତୁ ଭାରତୀୟ ମଜଦୁର ସଂଘ ଦ୍ବାରା ୬ ଜାନୁଆରୀ ୨୦୨୫ ରେ ପ୍ରାକ୍-ବଜେଟ୍ ବୈଠକରେ ମାନ୍ୟବର ଅର୍ଥମନ୍ତ୍ରୀଙ୍କୁ ଦିଆଯାଇ ଥିବା ପରାମର୍ଶ ଗୁଡ଼ିକ ଆଶାନୁରୂପ ଭାବରେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇ ନାହିଁ । କାର୍ଯ୍ୟକାରୀ କମିଟି ଅନୁଭବ କରୁଛି ଯେ ଉପସ୍ଥାପିତ ବଜେଟ୍ ଇପିଏସ ୯୫ ର ୭୫ ଲକ୍ଷରୁ ଅଧିକ ପେନସନ ଭୋଗୀଙ୍କୁ କୌଣସି ଆଶ୍ୱସ୍ତି ଦେଇନାହିଁ, ଯାହା ଫଳରେ ସେମାନଙ୍କ ମଧ୍ୟରେ ବଡ଼ ନିରାଶା ରହିଛି । କାରଣ ମୁଦ୍ରାଷ୍ଟୀତିର ଏହିଯୁଗରେ ୧୦୦୦ ଟଙ୍କାରେ ବଞ୍ଚିବା କଳ୍ପନାତୀତ। ଅଙ୍ଗନୱାଡି, ଆଶା, ମଧ୍ୟାହ୍ନ ଭୋଜନ ପରି ଯୋଜନା କର୍ମୀ( ସ୍କିମ ୱାର୍କର )ଏବଂ ବିଡ଼ି, ବଗିଚା, ଚା ବଗିଚା ଶ୍ରମିକ, କୃଷି ଶ୍ରମିକ ଏବଂ ଖଣି ଶ୍ରମିକ ଭଳି ଅସଂଗଠିତ ଶ୍ରମିକଙ୍କୁ ମଧ୍ଯ ଅବହେଳା କରାଯାଇଛି।ଉପସ୍ଥାପିତ ବଜେଟରେ, ସରକାର ୨୯-୩୦ ସୁଦ୍ଧା ସମ୍ପତ୍ତି ବିମୁଦ୍ରୀକରଣ ମାଧ୍ୟମରେ ୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁଲକ୍ଷ୍ୟ ରଖୁଛନ୍ତି। ଜୀବନ ବୀମା ନିଗମରେ ୧୦୦% ବିଦେଶୀ ନିବେଶକୁ ଅନୁମତି ଦେଇ ଏବଂ ସାର୍ବଜନୀନ ସମ୍ପତ୍ତିର ବିକ୍ରୟ ପାଇଁରାସ୍ତା ଖୋଲି ଦେଇ, କ୍ଷତ ଉପରେ ଲୁଣ ଲଗାଯାଇଛି ଏବଂ ସରକାରଙ୍କ ଏହି ପଦକ୍ଷେପ ଆତ୍ମ ନିର୍ଭରଶୀଳ ଭାରତ ଧାରଣା ଉପରେଏକ ଆକ୍ରମଣ।ତେଣୁ, ଭାରତୀୟ ମଜଦୁର ସଂଘର ୧୫୮ତମ କାର୍ଯ୍ୟକାରିଣୀ ଭାରତ ସରକାରଙ୍କ ଠାରୁ ଦାବୀ କରୁଛି ଯେ: ୧. ଇପିଏସ ୯୫ ଅନୁଯାୟୀ ସର୍ବନିମ୍ନ ୫୦୦୦ ଟଙ୍କା ପେନସନ ତୁରନ୍ତ କରାଯାଉ ଏବଂ ଶେଷରେ ଦରମାର ୫୦% + ମହଙ୍ଗା ସହାୟତା ପେନସନ ଦିଆଯାଉ।୨. ଇପିଏଫ ଦରମା ସୀମା ୧୫୦୦୦ ଟଙ୍କାରୁ ୩୦୦୦୦ ଟଙ୍କା ଏବଂ ଇଏସଆଇସି ଦରମା ସୀମା ୨୧୦୦୦ ଟଙ୍କାରୁ ୪୨୦୦୦ ଟଙ୍କାକୁ ବୃଦ୍ଧିକରାଯାଉ।୩, ସାର୍ବଜନୀନ ସମ୍ପତ୍ତି ବିକ୍ରୟ ତୁରନ୍ତ ବନ୍ଦ କରାଯିବା ଉଚିତ।୪. ବୀମା/ଆର୍ଥିକ କ୍ଷେତ୍ରରେ ୧୦୦% ବିଦେଶୀ ନିବେଶକୁ ନିଷିଦ୍ଧ କରାଯିବା ଉଚିତ। ୫. ଯୋଜନା କର୍ମୀମାନଙ୍କୁ ସରକାରୀ କର୍ମଚାରୀଙ୍କ ପରି ସମାନ ଦରମା ଏବଂ ସାମାଜିକ ସୁରକ୍ଷା ଦିଆଯାଉ।୬. ଅସଂଗଠିତ କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଉପଲବ୍ଧ କରାଯିବା ଉଚିତ।ଭାରତୀୟ ମଜଦୁର ସଂଘ ପରିଚାଳିତ, ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଏସୋସିଏସନ ନବରଙ୍ଗପୁର ଜିଲ୍ଲା ସରକାରଙ୍କ ଦ୍ବାରା ବିଗତ ଦିନରେ ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ଅଣ୍ଡା ଦର ବୃଦ୍ଧି କରିବା, ସୁଭଦ୍ରା ଯୋଜନାରେ ଇନସେନଟିଭ ଦେବା। ମାତୃ ବନ୍ଦନ(ମମତା) ଯୋଜନା ରେ ଇନସେନଟିଭ ଇତ୍ୟାଦି ବୃଦ୍ଧି କରିବା ସ୍ବାଗତଯୋଗ୍ୟ। ଆମ ସଂଗଠନତରଫରୁ ଅଶେଷ ଅଶେଷ ଧନ୍ୟବାଦ, କିନ୍ତୁ ଦୁଃଖର ବିଷୟ ଅନେକ କିଛି ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ତେଣୁ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଏସୋସିଏସନ ତରଫରୁ ୧୨ ଦଫା ଦାବୀ ପତ୍ର ଆପଣଙ୍କୁ ପ୍ରଦାନ କରୁଅଛୁ। ଆଶା ଉକ୍ତ ଦାବୀଗୁଡିକ ପୁରଣ କରିବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବେ ।୨୦୨୫-୨୬ ବର୍ଷର କେନ୍ଦ୍ରିୟ ବଜେଟ ଉପସ୍ଥାପନ କରାଯାଇଥିଲା ଏବଂ କିଛି ବିନ୍ଦୁରେ ଛାଡ ଦେଇ ଆଶ୍ବସ୍ଥ ପ୍ରଦାନ ଯାହାକି ଆମ ଭାରତୀୟ ମଜଦୁର ସଂଘ ସ୍ବାଗତ କରିଥିଲା ଏହି ବଜେଟରେ ଅଙ୍ଗନୱାଡି କର୍ମି, ସହାୟିକା ଓ ଆଶା କର୍ମିଙ୍କ ମାନ ପତ୍ରରେ କୌଣସି ବୃଦ୍ଧି କରାଯାଇ ନାହିଁ, ଯାହା ଫଳରେ ଭାରତ ଦେଶର ୩୫ ଲକ୍ଷ ଭଉଣି ନିରାଶ ହୋଇଛନ୍ତି। ଆମ ରାଜ୍ୟର ସମସ୍ତ ଭଉଣି ମାନେ ଆଘାତ ପାଇଛନ୍ତି। କେନ୍ଦ୍ର ଏବଂ ରାଜ୍ୟର ଅନେକ କାମ ଏହି ଭଉଣିମାନଙ୍କ ଦ୍ବାରା କରାଯାଉଛି, କିନ୍ତୁ ସରକାର ସେମାନଙ୍କୁ ସାମାଜିକ ସୁରକ୍ଷା ଦେବା ଓ ସେମାନଙ୍କ ସମ୍ମାନ ବୃଦ୍ଧିକରିବାରେ ଅବହେଳା ବୃଦ୍ଧି କରୁଛନ୍ତି, ଦୟାକରି ଆପଣଙ୍କ ଆର୍ଥିକ ଘୋଷଣାରେ ନିମ୍ନ ଲିଖିତ ଦାବୀ ଗୁଡିକ ଅନ୍ତର୍ଭୁକ୍ତ କରନ୍ତୁ ଏବଂ ସେମାନଙ୍କୁ ସହାୟତା ପ୍ରଦାନ କରନ୍ତୁ (୧) କେନ୍ଦ୍ର ସରକାର ୨୦୧୮ ମସିହାରୁ ଆଜିପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମି, ସହାୟିକା ଓ ଆଶାକର୍ମିଙ୍କ ମାନ ଦେୟ ବୃଦ୍ଧିକରି ନାହାନ୍ତି। ସେମାନେ କଣ ମୁଦ୍ରାସ୍ଥିତିର ଶିକାର ହେଉନାହାନ୍ତି କି? ତେଣୁ ଅଙ୍ଗନୱାଡି କର୍ମି ଓ ଆଶାକର୍ମିଙ୍କୁ ସରକାରୀ କର୍ମଚାରୀ ଘୋଷଣା କରାଯାଉ, ଯେ ପର୍ଯ୍ୟନ୍ତ ସେମାନଙ୍କୁ ସରକାରୀ କର୍ମଚାରି ଘୋଷଣା ନ କରାଯାଇଛି । ପ୍ରତ୍ୟେକ କର୍ମିଙ୍କୁ ମାସିକ ୧୮ ଟଙ୍କାରୁ ୨୧ ହଜାର ଟଙ୍କା ମାନଦେୟ ରାଶି ଦିଆଯାଉ।(୨) ସମସ୍ତ ସମ୍ମାନ ଜନକ କର୍ମଚାରୀଙ୍କୁ ସମାନ ଦରମା ଦିଆଯିବା ଉଚିତ।(୩) ଅଙ୍ଗନୱାଡି କର୍ମିଙ୍କୁ ଅବସର ଗ୍ରହଣ ସମୟରେ ଏକକାଳୀନ ୧୫ ଲକ୍ଷ ଟଙ୍କା ଦିଆଯାଉ।୪) ଆଶାକର୍ମିଙ୍କୁ ଅବସରକାଳୀନ ସହୟତା ରାଶି ଏକକାଳୀନ ୧୦ ଲକ୍ଷ ଟଙ୍କା ଦିଆଯାଉ।(୫) ମହିଳା ସଶକ୍ତି କରଣ ଦିଗରେ ତୁରନ୍ତ ନିର୍ଦ୍ଦେଶ ଜାରି କରି ସହାୟତା ରାଶି ଯୋଗାଇ ଦିଆଯାଉ। ଏହା ଯଦି ପୁରଣ କରା ନ ଯାଏ, ତାହେଲେ ଆଗାମୀ ଦିନରେ ପଲ୍ଲୀ ରୁ ଦିଲ୍ଲୀ ଯାଏ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି l ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ, ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ, ଉପଦେଷ୍ଟା ପରମେଶ୍ୱର ବିଷୋୟୀ, କୋଠାବାଡି ସଂଘ ସମ୍ପାଦକ ରାମ ବିଷୋୟୀ,ବିଶ୍ୱକର୍ମା ମଜଦୁର ସଂଘ ସମ୍ପାଦକ ଖଗେଶ୍ୱର ବିଷୋୟୀ ଅଙ୍ଗନବାଡି ସଂଘ ଉପଦେଷ୍ଟା ସବିତା ନାୟକ ଜିଲ୍ଲା ସଭାନେତ୍ରୀ ଭାଗ୍ୟବତୀ ଷଡ଼ଙ୍ଗୀ ସମ୍ପାଦିକା ସନ୍ଦ୍ୟାରାଣୀ ବିଶ୍ୱାସ, କୋଷଧକ୍ଷା ମମତା ବ୍ରହ୍ମା, ଆଶା କର୍ମୀ ସଂଘ ସମ୍ପାଦିକା ଗୀତାଞ୍ଜଳୀ ହରିଜନଙ୍କ ସମେତ ଶହ ଶହ କର୍ମୀ ଯୋଗ ଦେଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଶ୍ବ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

masiha

ପାହାଡପୁରରେ ମହାମହିମ ରାଷ୍ଟ୍ରପତିଙ୍କ ସ୍ବାମୀ ଶ୍ୟାମ ଚରଣଙ୍କୁ ନବମ ଶ୍ରାଦ୍ଧ ବାର୍ଷିକ ଧୂମଧାମରେ ପାଳିତ 

Sunil Chandra Nayak

ଯୋରଦା କଲ୍ଯାଣ ମଣ୍ଡପରେ ଲ୍ଯାମ୍ପସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!