ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦୬ ତମ ଅନନ୍ୟା ଅଡିଓ ଆସରରେ କବିତା ମେଳା

ବ୍ୟୁରୋ ରିପୋର୍ଟ //  ତା୧୬/୨-୨୩ ଜମ୍ଭରା,କେନ୍ଦୁଝର  //  ସୁନ୍ଦର ମୋ ଭାଷା ସାହିତ୍ୟ,ଜମ୍ଭରା,କେନ୍ଦୁଝରର ୨୦୬ ତମ ଅନନ୍ୟା କବିତା ଆସର ପ୍ରତିଷ୍ଠାତା ତଥା ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି।ବରିଷ୍ଠ ସାହିତ୍ୟିକ ପ୍ରଫୁଲ୍ଲ କୁମାର ହୋତା ଆସରକୁ ଉଦ୍ଘାଟନ କରିଥିବା ବେଳେ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମଣ ସାହୁ ମୁଖ୍ୟ ଅତିଥି,ନନ୍ଦିଘୋଷ ଟିଭି ସାମ୍ବାଦିକା ସୁଶ୍ରୀ ହୁଭଶ୍ରୀ ମହାପାତ୍ର ସ୍ୱତନ୍ତ୍ର ଅତିଥି, ସୁସାହିତ୍ୟିକା ମାନସୀ ବେହୁରା ସମ୍ମାନିତ ଅତିଥି ଆସନରେ ଆସୀନ ଥିଲେ।ସୁଶ୍ରୀ ଆରାଧ୍ୟା ସେନାପତିଙ୍କ ଶୁଭ ଶଙ୍ଖଧ୍ୱନି ରେ ଆରମ୍ଭ ହୋଇଥିବା ଆସରରେ ପ୍ରତିଭାବାନ କଣ୍ଠଶିଳ୍ପୀ ପ୍ରତାପ କିଶୋର ରାଇତ,ଅଙ୍କିତା ଦାଶ ଓ ଅଙ୍କିତା ପ୍ରିୟଦର୍ଶିନୀଙ୍କ ଭକ୍ତି ନୈବେଦ୍ୟ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ଅତିଥି ମାନଙ୍କ ସାହିତ୍ୟ ଚର୍ଚ୍ଚା ଓ ଭାଷା ପ୍ରୀତି ମହକ ସଭିଙ୍କୁ ଆବିଭୂତ କରିଥିଲା।ଅଂଶୁମାନ ସ୍ବାଇଁ ଓ ଜନରଞ୍ଜନ ପ୍ରଧାନଙ୍କ ମିଳିତ ସଂଯୋଜନାରେ ଚାଳିତ ଆସରରେ ଦୀପ୍ତିଦେବଦର୍ଶିନୀ ସୁତାର,ହାସ୍ୟମୟୀ ରାଜ, ଧୀରେନ୍ଦ୍ର ମଲ୍ଲିକ ସମେତ ବିଭିନ୍ନ ଜିଲାରୁ ଓ ରାଜ୍ୟ ବାହାରୁ ମୋଟ ୩୭ଜଣ କବିତା ଆବୃତ୍ତି କରିବା ସଂଗେ ସଂଗେ ଅନନ୍ୟା ମୁଖ୍ୟ ସଂଚାଳକ ପ୍ରଭଞ୍ଜନ ତ୍ରିପାଠୀଙ୍କ ଅଭିନୟ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଅନନ୍ୟା ଅନନ୍ୟ ପ୍ରତିଭା ଅରୁନ୍ଧତୀ ଲେଙ୍କାଙ୍କ ବିବାହ ବାର୍ଷିକୀ ସରାଗରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଭୂତି ପ୍ରଦାନ ତାନଶ୍ରୀ ପାଣିଗ୍ରାହୀ ଓ ଭାରତୀ ସାହୁ କରିଥିବାବେଳେ ଅନୁଷ୍ଠାନ ବାର୍ତ୍ତା ବିଷ୍ଣୁପ୍ରସାଦ ମିଶ୍ର,ଧନ୍ୟବାଦ ଅର୍ପଣ ଦେବେନ୍ଦ୍ର ନାୟକ ଓ ଶାନ୍ତିପାଠ ଗୌରୀ ପଣ୍ଡା କରିଥିଲେ।ଆସରର ସମସ୍ତ କବିତା,ସଂଗୀତ ପୁଲୱାମା ଶହୀଦ ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା।

Related posts

ଜୁନାଗଡ ସାହିତ୍ୟ ସଂସ୍କୃତି ସଂସଦ ର ପ୍ରଥମ ବାର୍ଷିକ ଉତ୍ସବ ଓଶ୍ରାବଣ ସାହିତ୍ୟ ଆସର 

Sunil Chandra Nayak

ରାଉରକେଲାରେ ପାଳିତ ହେଲା ୭୪ତମ ସାଧାରଣତନ୍ତ୍ର ଦିବସ

Sunil Chandra Nayak

ମନରେଗା ଯୋଜନା ଦୁର୍ନୀତିକୁ ନେଇଁ ଶ୍ରମିକଙ୍କ ପ୍ରତିବାଦ ସଭା 

Leave a Comment

error: Content is protected !!