ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ କିନ୍ନରଙ୍କ ଅଧିକାର ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ 

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ କିନ୍ନରଙ୍କ ଅଧିକାର ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ 

ତାଳୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ପ୍ରାଜ୍ଞ୍ୟା ପାରମିତା ସ୍ୱାଇଁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଆଇନଜୀବୀ ସୁନୀଲ କୁମାର ପାତ୍ର, ଚିନ୍ତାମଣି ପାତ୍ର, ଧର୍ମଗଡ଼ ଆଇନଜୀବୀ ସଙ୍ଘ ର ଅଧ୍ୟକ୍ଷ ତୁଷାର ରଞ୍ଜନ ପଟ୍ଟଯୋଶୀ, ସଭାପତି କିନ୍ନର ସମାଜ ଧର୍ମଗଡ଼, ପଙ୍କଜ ବିଶି, ବରିଷ୍ଠ ଓକିଲ ତଥା ସଦସ୍ୟ ତାଳୁକ ଆଇନ ସେବା ସମିତି ସଂଯୁକ୍ତା ପଣ୍ଡା ଓ ରିଟେନର କଲ୍ୟାଣୀ ନାଏକ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ମାନନୀୟ ଅଧକ୍ଷ ଉପସ୍ଥିତ କିନ୍ନର ମାନଙ୍କୁ ମନୋବଳ ବଢାଇବା ସହିତ ସମ୍ବିଧାନ ରେ କିନ୍ନର ମାନଙ୍କ ପାଇଁ ବର୍ଣ୍ଣିତ ଶିକ୍ଷାଗତ ଅଧିକାର, ନିଜସ୍ୱ ପରିଚୟ ଅଧିକାର, ସମାନତା ଅଧିକାର ସମେତ ବିଭିନ୍ନ ଅଧିକାର ଉପରେ ଆଲୋକପାତ କରିଥିଲେ । ଆଇନଜୀବି ସଂଯୁକ୍ତା ପଣ୍ଡା ଉକ୍ତ ସଭା କୁ ପରିଚାଳନା କରିଥିବା ବେଳେ ରିଟେନର କଲ୍ୟାଣୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ଓ ଜୟପାଟଣା ର କିନ୍ନର ସମାଜ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।

  ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସ୍ବର୍ଗତ ଚୈନ ସିଂ ମାଝି ଙ୍କ ଦଶାହ କାର୍ଯ୍ୟ ରେ ଯୋଗଦେଇ ଶୋକସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି

Sunil Chandra Nayak

ତେଣ୍ଟେଇସୁଣୀ କମିଟି ର ବୈଠକ, ପର୍ଯ୍ୟଟନ ସ୍ଥଳୀ ଦାବି

ଝାଡୁ କରି ପ୍ରତିବାଦ କଲେ କୋକସରା ବ୍ଲକ ଆନ୍ଦୋଳନ ରତ ଅମଲା କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!