ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୬ତମ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସରଗିଫୁଲ ୨୦୨୫”ଉଦଯାପିତ 

୧୬ତମ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସରଗିଫୁଲ ୨୦୨୫”ଉଦଯାପିତ 

ଜୁନାଗଡ଼୨୨/୧୧ (ମନୀ ସ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ କୁରୁଗୁଡା ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗୀଫୁଲ ୨୦୨୫’ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରବାନ୍ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଡିଇଓ ରାଧାକାନ୍ତ ଛତ୍ରୀ, ବିଡିଓ ଦେବାଶିଷ କର, ତହସିଲଦାର ବିରୂପାକ୍ଷ ନନ୍ଦ, କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ଵତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ସାହୁ, ଉପ କୋଷାଗାର ଅଧିକାରୀ ରାଧାକାନ୍ତ ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରୁପସିଂ ରାଉତ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ଦୁଶ୍ମନ୍ତ ପଣ୍ଡା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜାନକୀବଲ୍ଳଭ ସାମନ୍ତରାୟ, କୁରୁଗୁଡl ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷୀକେଶ ମେହେର, ଜିଲ୍ଲା ଶିକ୍ଷକ ସଂଘ ସଭାପତି ଶ୍ରୀ ବେଦବ୍ୟାସ ପ୍ରଧାନ ଏବଂ କୁରୁଗୁଡା ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ପଣ୍ଡା ମଂଚାସୀନ ଥିଲେ। ପ୍ରଥମ ଦିବସ ରେ ଭଲିବଲ୍ ପ୍ରତିଯୋଗୀତା ଓ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଭଲିବଲ୍ ରେ ବାଳିକା ବିଭାଗରେ ଲାଞ୍ଜିଗଡ଼ ବ୍ଲକ ର ବାଣୀ ପଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବାଳକ ବିଭାଗରେ ଥୁଆମୂଳ ରାମପୁର ବ୍ଲକର ଗୋପଳପୁର୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁରସ୍କୃତ ହୋଇଥିଲେ। ବିଜ୍ଞାନ ପ୍ରଦର୍ଶନୀ ରେ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଥମ, କୁରୁଗୁଡା ଉଚ୍ଚ ବିଦ୍ୟାଳୟ ଦ୍ଵିତୀୟ, ଜୁନାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ତୃତୀୟ, ଗୋପଲପୁର୍ ବାଳିକା ଉଚ୍ଚ ବିଦ୍ୟାଳୟ ଚତୁର୍ଥ, ବାଣୀପଙ୍ଗା ବାଳିକା ଉଚ୍ଚ ବିଦ୍ୟାଳୟ ପଞ୍ଚମ, ଓ ଲୁବେନଗଡ଼ ଉଚ୍ଚ ବିଦ୍ୟାଳୟ ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।ପ୍ରଥମ ସlନ୍ଧ୍ୟକାଳୀନ ଅଧିବେଶନ ରେ କଳାହାଣ୍ଡି ଜୋନ ଶିକ୍ଷା ମଣ୍ଡଳାଧିଶ ଶ୍ରୀ କୈଳାଶ ଚନ୍ଦ୍ର ମହାରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଧର୍ମଗଡ଼ ଉପ ଜିଲ୍ଲାପାଳ ସୁଶ୍ରୀ ପ୍ରେକ୍ଷା ଅଗ୍ରୱାଲ ଯୋଗଦାନ କରି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଉଦଯାପନୀ ଉତ୍ସବ ରେ ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର କୁମାର ପଟ୍ଟଯୋଶୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ସଂଜୀବ ପଣ୍ଡା, ପ୍ରଶାନ୍ତ ପଣ୍ଡା, ଥବିର ଦୀପ, ସ୍ଵାଗତିକା ମିଶ୍ର, ସୋନାଲିକା ପାଢୀ, ପ୍ରମୋଦ ଛତ୍ରିଆ, ଶଶୀକାନ୍ତ ମାଝୀ ଏବଂ ଜଗମୋହନ ସାହୁ ପରିଚାଳନା କରିଥିଲେ। ନୃତ୍ୟ ପ୍ରତିଯୋଗୀତାରେ ଫୁଣ୍ଡା ଆଶ୍ରମ ସ୍କୁଲ ପ୍ରଥମ, ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ଵିତୀୟ ଓ ଭବାନୀପାଟଣା ଅନ୍ବେଷା ହଷ୍ଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଲମ୍ବୋଦର ସାହୁ,ସୁବ୍ରତ ପାଣିଗ୍ରାହୀ, ଚକ୍ରଧର ଖାନସମl, ଲଷ୍ମୀଧର ବୋଡ଼କିଆ, ଅସୀମା ଦୋରା, ସୂର୍ଯ୍ୟ ପଣ୍ଡା, ଅଶୋକ ସାହୁ, ଦୀପକ ପଣ୍ଡା, ବିଜୟ ବାଗ, ବୀଣାପାଣି ସାମନ୍ତ ଏବଂ ଜନ୍ମେଜୟ ଶବର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ର ସମସ୍ତ ତତ୍ୱାବଧାନ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା, ବେଦବ୍ୟାସ ପ୍ରଧାନ ଏବଂ ସତୃଜିତ ପତି ରହିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ 

Sunil Chandra Nayak

ସାମ୍ବାଦିକଙ୍କ ମାତୃ ବିୟୋଗ 

masiha

ତମାଖୁ ମୁକ୍ତ ଅଭିଯାନ ୩.୦ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!