ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗୋଲାମୁଣ୍ଡା ସିଡିପିଓ ଅଫିସ ସାମ୍ନାରେ କଂଗ୍ରେସ ପକ୍ଷରୁ ୭୨ଘଣ୍ଟା ଆମରଣ ଅନଶନ

୭୨ ଘଣ୍ଟା ପରେ ମଧ୍ୟ ଜିଲ୍ଲା ପ୍ରଶାସନର ଦେଖା ନାହିଁ 

ଗୋଳାମୁଣ୍ଡା/୧୭/୨/ମସିହା/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ଗର୍ଜିଛି ଜିଲ୍ଲା ଯୁବ କଂଗ୍ରେସ । ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ବିଭିନ୍ନ ବ୍ଳକରୁ ଆସିଥିବା ଯୁବ କଂଗ୍ରେସ କର୍ମୀମାନେ ଗୋଲାମୁଣ୍ଡା ସମ୍ବନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି । ୧୦ ଦଫା ଦାବୀ ନେଇ ଯୁବ କଂଗ୍ରେସ ଆମରଣ ଅନଶନରେ ବସିଥିବା ବେଳେ ଆଜି ୭୨ ଘଣ୍ଟା ହୋଇଥିଲେ ସୁଦ୍ଧା ସ୍ଥାନୀୟ ତହସିଲଦାର ଓ ପୋଲିସ ପ୍ରଶାସନ ବ୍ୟତୀତ ଜିଲ୍ଲା ପ୍ରଶାସନର ଦେଖା ନାହଁ । ୧୨ ବର୍ଷ ହେଲା ୨ଟି ସ୍ଵୟଂ ସହାୟକ ଗୋଷ୍ଠୀକୁ ଛତୁଆ ପ୍ରଦାନ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏ ପଟେ ଗୋଳାମୁଣ୍ଡା ବ୍ଲକରେ ୧୪୬୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଛି, ଖେଳ ସାମଗ୍ରୀ ,ପୋଷାକ ଓ ଔଷଧ ପାଇଁ ଉଦ୍ଧିଷ୍ଟ ଟଙ୍କାକୁ ଅଙ୍ଗନବାଡ଼ି କର୍ମୀଠାରୁ ଜବରଦସ୍ତ ଆଣି ବେନାମୀ ସଂସ୍ଥାର ବିଲ ଭାଉଚର୍ ପ୍ରଦାନ କରି ଆତ୍ମସାତ କରୁଛନ୍ତି । ଖାଦ୍ୟ ନିରାପତ୍ତା ସଂସ୍ଥା ଭୁବନେଶ୍ୱର ଦ୍ଵାରା ନିମ୍ନ ମାନର ଛତୁଆ ରିପୋର୍ଟ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଯୋଗାଣ ଦାୟିତ୍ଵରେ ପୁନର୍ବାର ସୁପାରିଶ କରିଛନ୍ତି ଏହାର ତଦନ୍ତ କରି ଦୋଷୀ ଗୋଷ୍ଠୀକୁ ବହିଷ୍କାର କରାଯାଉ ବୋଲି ଶ୍ରୀ ସାଉଲ ମଙ୍ଗରାଜ ଗଣମାଧ୍ୟମ ପ୍ରତିନିଧିଠାରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ,ପୁଣି ଆଜି ଅଠର ଦିନ ହେଲା କୌଣସି କେନ୍ଦ୍ରରେ ଛତୁଆ, ଓ ସୁଜି ହାଲୁଆ ଦିଆ ଯାଇ ନାହି,ତେଣୁ ସିଡିପିଓ ଓ ସୁପରଭାଇଜର ଙ୍କ ତୁରନ୍ତ ବଦଳି କରାଯାଉ ବୋଲି ଶ୍ରୀସାହୁଲ ମଙ୍ଗରାଜ ,ମତପ୍ରକାଶ କରି ଥିବାରୁ ଏହି ସମ୍ପର୍କରେ ସିଡିପିଓ ପ୍ରେମ ମଞ୍ଜୁରୀ ସାହୁ ତାଙ୍କର କାର୍ଯ୍ୟଳୟ ରେ ଅନୁପସ୍ଥିତ ଥିବାରୁ ଫୋନ ଯୋଗେ ଯୋଗା ଯୋଗ କରି ଥିବାରୁ ସେ କହିଛନ୍ତି ଯେ, ଆମରଣ ଅନଶନ କରିଥିବା ବିଷୟ ସୂଚନା ମୋ ପାଖରେ ନାହିଁ ଏବଂ ଗହମ ନ ଆସିବାରୁ ଏ ପର୍ଯ୍ୟନ୍ତ କୌଣସି ୱାଗନ ୱାର୍ଡ କେନ୍ଦ୍ରକୁ ଯାଇ ନାହି ବୋଲି ଫୋନରେ ପ୍ରକାଶ କରିଥିଲେ,ଆମରଣରେ ଡାକେଶ୍ୱର ଲହଜଳ ଧର୍ମଗଡ଼ ଯୁବ କଂଗ୍ରେସ ସଭାପତି, ଦେବ ରାଜ ଭାଟି ଉପ ସଭାପତି, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରୁ ଅନୀଲ କୁମାର ମଲ୍ଲିକ, ଗୋଳାମୁଣ୍ଡା ବ୍ଲକ ସଭାପତି ଲମ୍ବୁ ଯାଲ, ପିଙ୍କୁ ସରାପ, ସନୁ ଶ୍ରୀ ବାସ୍ତବ ଜିଲ୍ଲା ସାଧାରଣ ସମ୍ପାଦକା, ନିରନ ପ୍ରଧାନୀ, ଗଣେଶ ଭାଟି କଳାହାଣ୍ଡି ଜିଲ୍ଲା ସୋସିଆଲ ସଭାପତି, ପୁନମ ଗୁପ୍ତା ମହିଳା ସେଲ ଧର୍ମଗଡ଼,ଏବଂବଡ଼ ଦୁଃଖର ବିଷୟ ଏହି ଯେ, ଉକ୍ତ ଆମରଣ ଅନଶନରେ ସଂଗ୍ରାମ ମଙ୍ଗରାଜ ଯିଏକି ସାହୁଲ ମଙ୍ଗରାଜ ଙ୍କ ପୁଅ ମଧ୍ୟଗତ କାଲି ଦିନ ସାରା ରହି ଥିବା ଦୃଶ୍ୟକୁ ଦେଖିବାକୁ ମିଳିଥିଲା।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଦିବସ ବିଜୁ ଜନତା ଦଳ ପକ୍ଷରୁ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ସମାରୋହ ରୁପ୍ରାରୋଡ୍ ଠାରେ ମହାସମାରୋହରେ ହେଲା ପାଳନ

masiha

ବହଳଦା ର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଙ୍କୁ, ନୟାଗଡ଼ ଜିଲ୍ଲା ସଭାପତି ଚୟନ କମିଟିର ପର୍ଯ୍ୟବେକ୍ଷକ ସଦସ୍ୟ ମନୋନୀତ 

Sunil Chandra Nayak

କଂଗ୍ରେସର ପ୍ରସ୍ତୁତି ବୈଠକ

Leave a Comment

error: Content is protected !!