ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଆଧାରିତ ପ୍ରାରମ୍ଭ ତାଲିମ ପ୍ରଦାନ ସମାପନ

ଭବାନୀପାଟଣା ବ୍ଲକର ମେଦିନୀପୁର ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଆଧାରିତ ପ୍ରାରମ୍ଭ ତାଲିମ ପ୍ରଦାନ ଶେଷ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ଆଠ ଦିନ ଧରି ଦୁଇଟି ପର୍ଯ୍ୟାୟରେ ଶହେ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା। ଏହି ତାଲିମ ଶିବିରକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ ଯୋଗଦାନ କରିଥିଲେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ୍ୟ ଶିକ୍ଷକ ନେତା ତଥା ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଅତି ସୁନ୍ଦର ଭାବରେ ସମ୍ପାଦନ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇଥିଲେ। ସାଧନ କର୍ମୀ ଭାବରେ ରଘୁନାଥ ଠାକୁର , ବିଶ୍ୱଜିତ ରାୟ , ତୁଳସୀ ରାମ ସାହୁ, ସୂର୍ୟ ନାରାୟଣ ମହାନ୍ତି ଯୋଗ ଦେଇଥିଲେ।ଏହି ପ୍ରଶିକ୍ଷଣରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜାତୀୟ ଶିକ୍ଷା ନୀତିରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କୁ କିପରି ଗୁରୁତ୍ଵ ଦିଆ ଯାଇଛି ସେ ବିଷୟରେ ପୁଙ୍ଖାନପୁଙ୍ଖ ଆଲୋଚନା ହୋଇଥିଲା। ଶ୍ରେଣୀ ଶିକ୍ଷାଦାନରେ କିପରି ମୌଳିକ ସାକ୍ଷରତା ପାଇଁ ମୌଳିକ ଭାଷାର ବିକାଶ,ପଠନ ,ଲିଖନ ଏବଂ ସଂଖ୍ୟଜ୍ଞାନ ରେ କିପରି ସି ଆର୍ ଏ ପ୍ରଣାଳୀ କୁ ଉପଯୋଗ କରି ଗଣିତ କଳିକା ଆନ୍ଦୋଳନ କିଟ୍ କୁ ବ୍ୟବହାର କରିବେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ଶେଷରେ ମାନ ନିର୍ଧାରଣ ଓ ପୁନରାବୃତ୍ତି ହୋଇଥିଲା। ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଏହାକୁ ବିଦ୍ୟାଳୟ ସ୍ତରରେ ଉପଯୋଗ କରିବାକୁ ପ୍ରଦୀପ କୁମାର ସାହୁ ଆହ୍ବାନ ଦେଇଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଆମ୍ ଆଦମୀ ପାର୍ଟି କଳାହାଣ୍ଡି ଲୋକସଭା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ ଓ ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଲେ କୃତିବାସ ମୁଣ୍ଡ 

masiha

ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉଦଘାଟନ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ୩ନମ୍ବର ଛାତ୍ରୀ ନିବାସର ତୃତୀୟ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!