ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫରଙ୍ଗ ରୁ କନନ୍ଦେନ ଯୋର ପର୍ଯ୍ୟନ୍ତ୧୨ଶହ ମିଟର ମରଣଯନ୍ତା ରାସ୍ତା କେବେ ହେବ ପିଚୁ

ଗୋଳାମୁଣ୍ଡା,୨୨/୩/ ମସିହା/ଅନେକ ଥର ଯେଉଁ ରାସ୍ତାରେ ଦୁର୍ଘଟଣା ଘଟିଥିବା ବେଳେ ଗଣମାଧ୍ୟମ ଠାରୁ ସାଧାରଣ ଲୋକ ପିଚୁ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ଅନେକ ଥର ଜଣାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନେ କୁମ୍ଭକର୍ଣ୍ଣ ଭଳି ନିଦ୍ରା ଯାଇଛନ୍ତି । କେବେ ନିଦ ଭାଙ୍ଗିବ ବୋଲି ଅଂଚଳର ସାଧାରଣ ଲୋକ ମାନେ ପ୍ରଶ୍ନ କରିଛନ୍ତି, ସେହି ରାସ୍ତା ହେଉଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫରଙ୍ଗ ରୁ କୁମ୍ଭାରୀ ମଝିରେ ଥିବା କନନ୍ଦେନ ବ୍ରିଜ ଠାରୁ ଫରଙ୍ଗ ପର୍ଯ୍ୟନ୍ତ ୧୨ଶହ ମିଟର ଗାତ ସୃଷ୍ଟି ହୋଇଛି । ଏହା ୨୦୨୨/୨୦୨୩,ରେ ଟେଣ୍ଡର ମାଧ୍ୟମରେ ୧୨ଲକ୍ଷ ୮୪ ଚୋରାଶି ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି, ହେଲେ ଏ ପର୍ଯ୍ୟନ୍ତ କାମ ଚାଲୁ ନ କରିବାର କାରଣ ଜଣା ପଡୁ ନାହିଁ। ଫଳରେ ବର୍ଷା ପାଣିରେ ଆଣ୍ଠୁଏ ପାଣି ଥିବା ହେତୁ ଯାତାୟତ କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧା ହେଉଛି,ଏହି ରାସ୍ତା ନିର୍ମାଣ ପାଇଁ ଅନେକ ଥର ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ବେଳେ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ ପଡି ନାହିଁ, ବୋଧେ କୁମ୍ଭକର୍ଣ୍ଣ ଭଳି ନିଦ୍ରା ହୋଇଛି କି ବୋଲି ସାଧାରଣ ଲୋକ ମାନେ କହିଛନ୍ତି, ଦେଖିବାକୁ ମିଳିଛି ଯେ ଗତ ଦୁଇ ଦିନର ବର୍ଷାରେ ଆଣ୍ଠୁଏ ପାଣି, ଯାତାୟତ ପାଇଁ ଅନେକ ଅସୁବିଧା,ବିଭାଗୀୟ ଅଧିକାରୀ ତଦନ୍ତ କରି ତୁରନ୍ତ ପିଚୁ କରା ନ ଯାଏ ତେବେ ଆଗାମି ଦିନରେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା କୁ ପଛେଇବୁ ନାହିଁ ବୋଲି ଉଦିଆ ନିଆଲ, ମନୋଜ ଗଡ଼ତିଆ, ଭାଗ୍ୟବାନ ବାଗ, ଲଳିତ ପଧାନ, ହରିଶଙ୍କର ନିଆଲ, ଭୁବନେ ସୁନାନୀ,ଜୟ କୁମାର ସୁନାନୀ ଦେବେନ୍ଦ୍ର ବାରିକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଉପରୋକ୍ତ ବିଷୟ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ଟୁଡୁଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିଥିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

Sunil Chandra Nayak

ମା ଭଣ୍ଡାର ଘରଣୀ ଦେବୀଙ୍କ ବିଶାଳ କଳସ ଶୋଭାଯାତ୍ରା ସହ ଆଜି ଧର୍ମଗଡରେ ଆରମ୍ଭ ହେଲା ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁଙ୍କ ୧୪୮ତମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!