ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହାଡ଼ା ଗଚ୍ଛ ଉପରେ ଭାଲୁ :ଭାଲୁ ଦେଖି ଗ୍ରାମବାସୀ ଭୟଭୀତ

ନବରଙ୍ଗପୁର–(ମସିହା)ଗାଁ ମୁଣ୍ଡରେ ଥିବା ଏକ ବାହାଡା ଗଛ ଚଢ଼ି ରହିଛି ଭାଲୁ l ଭାଲୁ କୁ ଦେଖି ଗ୍ରାମବାସୀ ଭୟଭୀତ l ଏଭଳି ଦ୍ରୁଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଏକମ୍ବ। ପଞ୍ଚାୟତ ସଦରମହକୁମା ରେ lମିଳିଥିବା ସୂଚନା ପ୍ରକାରେ ଗ୍ରାମର କିଛି ଲୋକ ଓ ଶ୍ରମିକ ସକାଳ ୫ ଘଣ୍ଟା ସମୟରେ ଚାଷ କାର୍ଯ୍ୟ ନିମନ୍ତେ ନିଜନିଜର ଜମିକୁ ଯାଉଥିଲେ lଗାଁ ଠାରୁ ଅନ୍ୟୁନ ୧ କିମି ଦୂରରେ ଜମି ହୁଡ଼ା ରେ ଥିବା ଏକ ବାହାଡ଼ା ଗଛ ଉପରେ ଏକ ଭାଲୁ ଚଢି ଗଛ ଡାଳରେ ବସି ରହିଥିବା ର ଦେଖିବାକୁ ପାଇଥିଲେ l ଭାଲୁ ଭୟରେ ଚାଷ ନ କରି ଗାଁ ଭିତରକୁ ଫେରି ଆସିଥିଲେ ଓ ଗ୍ରାମବାସୀମାନଙ୍କୁ ଭାଲୁ ବିଷୟରେ ଜଣାଇଥିଲେ l ପରେ ଗ୍ରାମବାସୀ ଏ ଘଟଣା ବିଷୟରେ ଝରିଗାଁ ବନାଞ୍ଚଳ ଅଧିକାରୀଙ୍କୁ ସୂଚନା ଦେଇଥିଲେ lସୂଚନା ପାଇ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ ଘଟଣା ସ୍ଥଳକୁ ବନ କର୍ମଚାରୀ ଙ୍କୁ ସଙ୍ଗେ ସଙ୍ଗେ ପଠାଇଥିଲେ l ଆଜି ସକାଳ ୯ ଘଣ୍ଟା ଠାରୁ ଜଗି ବସିଥିଲେ।ଟିକେ ସନ୍ଧ୍ୟା ହେଲେ ଭାଲୁ ଗଛରୁ ଓହ୍ଲାଇଲେ ତାକୁ ଜଙ୍ଗଲ ଅଭିମୁଖେ ଘଉଡାଇ ଦିଆ ଯିବ ବୋଲି ବନାଞ୍ଚଳ ଅଧିକାରୀ ସୂଚନା ଦେଇଥିଲେ l ସତ କୁ ସତ ସନ୍ଧ୍ୟା ହେବା ପରେ ଗଛ ରୁ ଭାଲୁ ଓହ୍ଲାଇବା ପରେ ବନ କର୍ମଚାରୀ ଜଙ୍ଗଲ କୁ ଘଉଡାଇ ଦେଇ କାର୍ଯ୍ୟାଳୟ କୁ ଫେରି ନ ଥିବା ସୂଚନା ଦେଇଥିଲେ ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋଲ୍ହାନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ଆକସ୍ମିକ ବିୟୋଗରେ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

masiha

ରାଇରଙ୍ଗପୁର ମାରଓ୍ବାଡି ଯୁବମୋର୍ଚ୍ଚା ତରଫରୁ ପ୍ରତିମାସ ଅମାବାସ୍ୟାରେ ଅନ୍ନ ସେବା ଵଣ୍ଟନ

Sunil Chandra Nayak

ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ତଥା ଢେ଼ଙ୍କାନାଳର ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ

Sunil Chandra Nayak

Leave a Comment

error: Content is protected !!