ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ କାଶୀନାଥ ବୈଦ୍ୟ ସଂଘ ଆନୁକୁଲ୍ୟରେ ଧନ୍ବନ୍ତରୀ ଦିବସ ପାଳିତ

ରାଇରଙ୍ଗପୁରରେ କାଶୀନାଥ ବୈଦ୍ୟ ସଂଘ ଆନୁକୁଲ୍ୟରେ ଧନ୍ବନ୍ତରୀ ଦିବସ ପାଳିତ

 ମୟୂରଭଞ୍ଜ- ୧୧/୧୧ ( ମସିହା) ସ୍ଵାସ୍ଥ୍ୟ କୁ ସୁସ୍ଥ ଓ ସୁରକ୍ଷିତ ରଖିବାରେ ଆୟୁର୍ବେଦର ଭୂମିକା ଅନନ୍ୟ ଓ ଅବର୍ଣ୍ଣନୀୟ ।ହିନ୍ଦୁ ଧର୍ମର ଦେବବୈଦ୍ଯ ହେଉଛନ୍ତି ଧନ୍ବନ୍ତରୀ ତାଙ୍କୁ ମଧ୍ୟ ବିଷ୍ଣୁଙ୍କ ଅବତାର କୁହାଯାଏ ।ଦେବ ଓ ଦାନବ ମିଶି ସମୁଦ୍ର ମନ୍ଥନ କରିବା ସମୟରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ରୁ ପ୍ରକଟିତ ହୋଇଥିଲେ ।ଦୀପାବଳିର ଦୁଇ ଦିନ ପୂର୍ବରୁ ଆୟୁର୍ବେଦର ସ୍ରଷ୍ଟା ଧନ୍ବନ୍ତରୀ ଜୟନ୍ତୀ ପାଳନ କରାଯାଏ । ଧନ୍ବନ୍ତରୀ ବିଷ୍ଣୁଙ୍କ ଅବତାର ହୋଇଥିବାରୁ ଚାରିଟି ବାହୁ ରହିଛି । ଦୁଇ ବାହୁରେ ଶଙ୍ଖ ଓ ଚକ୍ର ଏବଂ ଅନ୍ଯ ଦୁଇ ବାହୁରେ ଔଷଧ ଏବଂ ଅମୃତ କଳସ ଧରିଥାନ୍ତି ।ଏହି ଅବସରରେ ରାଇରଙ୍ଗପୁର କୁଡୁମି ଭବନ ପରିସରରେ ଶନିବାର ଦିନ ଧନ୍ଵନ୍ତରୀ ଦିବସ ଯୁଗଳ କିଶୋର ମହାନ୍ତଙ୍କ ସଭାପତିତ୍ବରେ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବେ ବାଦାମପାହାଡ ବନାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀ, ମୁଖ୍ୟବକ୍ତା ବିଶିଷ୍ଟ ସ୍ତମ୍ଭକାର/ ପରିବେଶବିତ୍ ଲଳିତ ମହାନ୍ତ,ସଂପାଦକ ସୁଧୀର ସେଠୀ ଯୋଗ ଦେଇଥିଲେ । ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ଆୟୁର୍ବେଦର ବିକଳ୍ପ ହେବ ନାହିଁ ।ପ୍ରକୃତି ଦତ୍ତ ବୃକ୍ଷରୁ ଏହାର ସୃଷ୍ଟି ।କମ ଖର୍ଚରେ ବହୁ ଦୁରାରୋଗ୍ୟ ଭଲ ହୋଇପାରେ ।ପ୍ରାକ୍ କାଳରୁ ବୈଦ୍ୟ ଓ କବିରାଜମାନେ ଜଙ୍ଗଲରୁ ଔଷଧୀୟ ବୃକ୍ଷ,ଲତା,ଚେର ଆଣି ଆୟୁର୍ବେଦ ବହି ପଢ଼ି ଭାଗ ମାପ ନେଇ ଔଷଧ ତିଆରି ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀଵନ ରକ୍ଷା କରୁଛନ୍ତି । ଏହାକୁ ନେଇ କେନ୍ଦ୍ର ସରକାର ଧନ୍ବନ୍ତରଈ ଦିବସକୁ ମାନ୍ୟତା ଦେଇଛନ୍ତି । ମୁଖ୍ୟ ଅତିଥି କହିଥିଲେ ସମସ୍ତେ ଜଙ୍ଗଲ ସୁରକ୍ଷା କରିବା, ନିଆଁ ଦାଉରୁ ରକ୍ଷା କରିବା,ନିଜ ବାଡ଼ିରେ କିଛି କିଛି ଔଷଧିୟ ବୃକ୍ଷ ଲଗାଇବା ଉଚିତ ।କମ ଖର୍ଚରେ ନିଜକୁ ସୁସ୍ଥ ଓ ସୁରକ୍ଷିତ ରଖି ପାରିବା । ମୁଖ୍ୟବକ୍ତା ଧନ୍ଵନ୍ତରୀ ଦିବସରେ ଆଜିର ଅନୁଚିନ୍ତା କହିଥିଲେ ।ସଭାପତି ଯୁଗଳ ମହାନ୍ତ ସରକାର ଗ୍ରାମାଞ୍ଚଳରେ ଵୈଦ୍ଯଓ କବିରାଜ ମାନଙ୍କୁ ଚିହ୍ନଟ କରିବା ସହ ମାନ୍ୟତା ଦିଅନ୍ତୁ । ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ଦେବାସହ ଆୟୁର୍ବେଦ ଜଙ୍ଗଲ ସୃଷ୍ଟି କରନ୍ତୁ ।ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଵ୍ଳକରଉ ଖ୍ୟାତନାମା ଵେଦ୍ଯ ଯୋଗ ଦେବାସହ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରଶାନ୍ତ ନିଳୟ ମହାକୁଡ,ମଦନ ଦାସ, ରାମେଶ୍ବର ସାହୁ,ତାପସ ମହାନ୍ତ,ଵୀରଵଲ ନାୟକ,ପ୍ରଦୀପ ମହାକୁଡ଼ , ଚନ୍ଦନ ପାତ୍ର,ଉଦୟ ରଂଜନ ଦେ ,ବିଭୀଷଣ ମହାନ୍ତ,ତଳୁ ଟୁଡୁ,ଲେମ୍ବୁ ମୁନ୍ଦେଇୟା, ମନୋରଞ୍ଜନ ମହାନ୍ତ,ଅନିଲ ମହାନ୍ତ,ଇନ୍ଦ୍ରମଣି ନାଏକ, ମନୋରଞ୍ଜନ ମହାନ୍ତ,ସାରିଲା ଚନ୍ଦ୍ର ହାଁସଦା,ପାଓଁରୋ ବେହେରା,ଭୀମ ମହାକୁଡ, ବୀରେନ୍ଦ୍ର ମୁର୍ମୁ,ସୁନାମ ପିଙ୍ଗୁଆ,ତରଣୀସେନ ବେହେରା,ଅନ୍ତ ମାଝୀ,ମୁକ୍ତିର ହୁସେନ,ସୁନୀଲ ପାଲ,ପିତା ସୟ, କାର୍ତ୍ତିକ ମହାନ୍ତଙ୍କ ସମେତ ବହୁ କବିରାଜ ଯୋଗ ଦେଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜବାଗୁଡା ଓ ନନ୍ଦପୁରା ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ 

masiha

ସୁନାଫୁଲ ସାହିତ୍ୟ ସଂସଦର ବସନ୍ତ କବିତା ଆସର

Sunil Chandra Nayak

ରାଇରଙ୍ଗପୁରରେ ଆନ୍ତର୍ଜାତିକ ସେବିକା ଦିବସ

Leave a Comment

error: Content is protected !!