ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଜକୁଇନ ୨୦୨୩ ମୁକୁଟ ପିନ୍ଧିଲେ ଜଗତପୁର ସାନିଆ

ଜଗତପୁର,୨୯/୦୭:ରାଜ୍ୟର କୋଣ ଅନୁକୋଣରୁ ବଚ୍ଛା ବଚ୍ଛା ବଣମଲ୍ଲି ବାହାର କରିବା ପାଇଁ ଘରୋଇ ଟିଭି ଚ୍ୟାନେଲ ଜୀସାର୍ଥକରେ ପ୍ରସାରିତ ହେଉଛି ରିୟଲିଟି ସୋ ରଜକୁଇନ | ଏହି ରିୟଲିଟି ସୋ ରଜକୁଇନ ୨୦୨୩ର ବିଜୟୀ ମୁକୁଟ ପିନ୍ଧିଛନ୍ତି ଜଗତପୁର ଅଞ୍ଚଳର ଚମ୍ପତ୍ତି ପଞ୍ଚାୟତ ଅନ୍ତର୍ଗତ ମଠସାହିର ଝିଅ ସାନିଆ ଖାତୁନ୍ | ସହରର ଆଲିସାନ ବଙ୍ଗଳାରେ ରହି ସମସ୍ତ ସୁବିଧା ତଥା ପ୍ରୋତ୍ସାହନ ପାଇ କୌଣସି କ୍ଷେତ୍ରରେ ପ୍ରଶଂସିତ ହେବାକୁ ଭୁଲ୍ ପ୍ରମାଣିତ କରିପାରିଛନ୍ତି ସାନିଆ | ନିଜର ଇଚ୍ଛାଶକ୍ତି, କର୍ତ୍ତବ୍ୟ ତଥା କଠିନ ପରିଶ୍ରମ ଆଗରେ ସମସ୍ତ ଫିକାପଡିଥାଏ | ପଙ୍କରୁ ପଦ୍ମ ଫୁଟିଲା ପରି ଏହାକୁ ପ୍ରମାଣ କରି ପାରିଛନ୍ତି ଭଙ୍ଗା ଆଜବେଷ୍ଟସ ଘରେ ରହୁଥିବା ସେଖ୍ ଅଖତର ଅଲ୍ଲି ଓ ରିନା ବିବିଙ୍କ ୧୫ବର୍ଷର ସାନ ଝିଅ ସାନିଆ ଖାତୁନ୍ | ସେଖ୍ ଅଖତର କଲିକତାର ମୁଳ ବାସିନ୍ଦା ହୋଇଥିବା ବେଳେ ଦୀର୍ଘ ୨୦ବର୍ଷ ହେବ ମଠସାହିରେ ଭଙ୍ଗା ଆଜବେଷ୍ଟସ ଘର କରି ରହିଆସୁଛନ୍ତି | ବାପା ମାଆ ଦୁହେଁ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଛନ୍ତି | ସାନିଆ ଗତ ଦଶମ ବୋର୍ଡ ପରୀକ୍ଷାରେ ରାଜକିଶୋର ବିଦ୍ୟାପୀଠରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଚଳିତ ବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଆଡମିଶନ କରିଛନ୍ତି | ଜୀସାର୍ଥକରେ ପ୍ରସାରିତ ହେଉଥିବା ରିଅଲିଟି ସୋ ରଜକୁଇନରେ ପ୍ରଥମେ କଟକର ସାରଳା ଭବନରେ ପ୍ରି ଅଡିସନରେ ଭାଗନେଇ ବିଚାରକଙ୍କ ମନ ଜିଣିପାରିଥିଲେ | ଦୀର୍ଘ ଚାରି ମାସ ପରେ ଏହାର ଗ୍ରାଣ୍ଡ ଫାଇନାଲ ସୋ ଜଗତପୁର ସ୍ଥିତ ଜୀସାର୍ଥକ ଷ୍ଟୁଡିଓରେ ଅନୁଷ୍ଠିତ ହୋଇଥିଲା | ଏହି ଗ୍ରାଣ୍ଡ ଫାଇନାଲ ପ୍ରତିଯୋଗୀତାରେ ଭାଗ ନେଇଥିବା ୧୨ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସାନିଆଙ୍କୁ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ବିବେଚିତ କରାଯାଇ ବିଜୟୀ ମୁକୁଟ ପିନ୍ଧା ଯାଇଥିଲା | ସାନିଆଙ୍କ ଏହି ସଫଳତା ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି | ଭବିଷ୍ୟତରେ ଜଣେ ସଫଳ ଅଭିନେତ୍ରୀ ହେବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି |

କଟକ ରୁ ସୁକାନ୍ତ ମହାପାତ୍ରଙ୍କ ରିପୋର୍ଟ୍

Related posts

ଗୁଣ୍ଡୁରିଆ ଶହୀଦ ଦିଵସରେ ବିଜେଡି ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି

masiha

କ୍ୟାନ୍ସର ରୋଗରେ ମହିଳାଙ୍କ ମୃତ୍ୟୁ

Sunil Chandra Nayak

ଆସନ୍ତା ମାର୍ଚ୍ଚ ୧୬ରେ ସଚେତନ ନାଗରିକ ମଞ୍ଚର ୧୦ମ ବାର୍ଷିକୋତ୍ସବ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort