ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଜକୁଇନ ୨୦୨୩ ମୁକୁଟ ପିନ୍ଧିଲେ ଜଗତପୁର ସାନିଆ

ଜଗତପୁର,୨୯/୦୭:ରାଜ୍ୟର କୋଣ ଅନୁକୋଣରୁ ବଚ୍ଛା ବଚ୍ଛା ବଣମଲ୍ଲି ବାହାର କରିବା ପାଇଁ ଘରୋଇ ଟିଭି ଚ୍ୟାନେଲ ଜୀସାର୍ଥକରେ ପ୍ରସାରିତ ହେଉଛି ରିୟଲିଟି ସୋ ରଜକୁଇନ | ଏହି ରିୟଲିଟି ସୋ ରଜକୁଇନ ୨୦୨୩ର ବିଜୟୀ ମୁକୁଟ ପିନ୍ଧିଛନ୍ତି ଜଗତପୁର ଅଞ୍ଚଳର ଚମ୍ପତ୍ତି ପଞ୍ଚାୟତ ଅନ୍ତର୍ଗତ ମଠସାହିର ଝିଅ ସାନିଆ ଖାତୁନ୍ | ସହରର ଆଲିସାନ ବଙ୍ଗଳାରେ ରହି ସମସ୍ତ ସୁବିଧା ତଥା ପ୍ରୋତ୍ସାହନ ପାଇ କୌଣସି କ୍ଷେତ୍ରରେ ପ୍ରଶଂସିତ ହେବାକୁ ଭୁଲ୍ ପ୍ରମାଣିତ କରିପାରିଛନ୍ତି ସାନିଆ | ନିଜର ଇଚ୍ଛାଶକ୍ତି, କର୍ତ୍ତବ୍ୟ ତଥା କଠିନ ପରିଶ୍ରମ ଆଗରେ ସମସ୍ତ ଫିକାପଡିଥାଏ | ପଙ୍କରୁ ପଦ୍ମ ଫୁଟିଲା ପରି ଏହାକୁ ପ୍ରମାଣ କରି ପାରିଛନ୍ତି ଭଙ୍ଗା ଆଜବେଷ୍ଟସ ଘରେ ରହୁଥିବା ସେଖ୍ ଅଖତର ଅଲ୍ଲି ଓ ରିନା ବିବିଙ୍କ ୧୫ବର୍ଷର ସାନ ଝିଅ ସାନିଆ ଖାତୁନ୍ | ସେଖ୍ ଅଖତର କଲିକତାର ମୁଳ ବାସିନ୍ଦା ହୋଇଥିବା ବେଳେ ଦୀର୍ଘ ୨୦ବର୍ଷ ହେବ ମଠସାହିରେ ଭଙ୍ଗା ଆଜବେଷ୍ଟସ ଘର କରି ରହିଆସୁଛନ୍ତି | ବାପା ମାଆ ଦୁହେଁ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଛନ୍ତି | ସାନିଆ ଗତ ଦଶମ ବୋର୍ଡ ପରୀକ୍ଷାରେ ରାଜକିଶୋର ବିଦ୍ୟାପୀଠରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଚଳିତ ବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଆଡମିଶନ କରିଛନ୍ତି | ଜୀସାର୍ଥକରେ ପ୍ରସାରିତ ହେଉଥିବା ରିଅଲିଟି ସୋ ରଜକୁଇନରେ ପ୍ରଥମେ କଟକର ସାରଳା ଭବନରେ ପ୍ରି ଅଡିସନରେ ଭାଗନେଇ ବିଚାରକଙ୍କ ମନ ଜିଣିପାରିଥିଲେ | ଦୀର୍ଘ ଚାରି ମାସ ପରେ ଏହାର ଗ୍ରାଣ୍ଡ ଫାଇନାଲ ସୋ ଜଗତପୁର ସ୍ଥିତ ଜୀସାର୍ଥକ ଷ୍ଟୁଡିଓରେ ଅନୁଷ୍ଠିତ ହୋଇଥିଲା | ଏହି ଗ୍ରାଣ୍ଡ ଫାଇନାଲ ପ୍ରତିଯୋଗୀତାରେ ଭାଗ ନେଇଥିବା ୧୨ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସାନିଆଙ୍କୁ ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ବିବେଚିତ କରାଯାଇ ବିଜୟୀ ମୁକୁଟ ପିନ୍ଧା ଯାଇଥିଲା | ସାନିଆଙ୍କ ଏହି ସଫଳତା ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି | ଭବିଷ୍ୟତରେ ଜଣେ ସଫଳ ଅଭିନେତ୍ରୀ ହେବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି |

କଟକ ରୁ ସୁକାନ୍ତ ମହାପାତ୍ରଙ୍କ ରିପୋର୍ଟ୍

Related posts

ସିଂଲା ରେ 22ତମ ମକର ମିଳନ -2025 ଉଦଯାପିତ

masiha

କଳାହାଣ୍ଡିରେ ଅମରକଣ୍ଟକ ସ୍ଥିତ ରାଷ୍ଟ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟର ଅଫ୍ କ୍ୟାମ୍ପସ୍ ସ୍ଥାପନ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜସୁ ପାର୍ଟି ତରଫରୁ ଧାରଣା

masiha

Leave a Comment

error: Content is protected !!