ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିଞ୍ଜିଳି ପୋଲିସ ପକ୍ଷରୁ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ 

ହିଞ୍ଜିଳି ପୋଲିସ ପକ୍ଷରୁ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ 

ହିଞ୍ଜିଳିକାଟୁ ତା ୦୮/୦୫ ସମାଜରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପକୁ କମାଇବା ଓ ଯୁବପିଢ଼ିଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ହିଞ୍ଜିଳି ପୋଲିସ ପକ୍ଷରୁ “ଜୁଭେଣ୍ଟିକା” ନାମକ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନ ସମୟରେ ଆୟୋଜିତ ହୋଇଯାଇଛି। ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ ଆଇ ସୁରେଶ ସାହୁ ରଶ୍ମି ରଞ୍ଜନ ସାମଲ ,ଜ୍ୟୋସ୍ନା ରାଣୀ ସାହୁ ,ଧରିତ୍ରୀ ବିଶ୍ୱାଳ,ସୁପରଭାଇଜ ଉମା ପାତ୍ର ସଂଯୁକ୍ତ ପ୍ରଧାନ, ସାରଳା ଶତପଥୀ,ପ୍ରମୁଖ ଯୋଗଦେଇ ଥିଲେ ଆଖପାଖ ଅଞ୍ଚଳର ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ ଛାତ୍ରୀ, ଅଙ୍ଗନବାଡ଼ି କର୍ମଚାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଶେଷକରି ଯୁବପିଢ଼ି କିପରି ନିଜକୁ ନିଶାସକ୍ତି, ସାଇବର ଠକେଇ, ସାମାଜିକ ଅପରାଧ ଓ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଠାରୁ ଦୂରେଇ ରହିପାରିବେ ସେ ନେଇ ସଚେତନ କରାଯାଇଥିଲା। ଏଥିସହ ଆଇନ ସମ୍ପର୍କିତ ମୌଳିକ ଜ୍ଞାନ, ମହିଳା ଓ ଶିଶୁ ସୁରକ୍ଷା, ସୋସିଆଲ ମିଡିଆର ସତର୍କ ବ୍ୟବହାର ଓ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷାରେ ସାଧାରଣ ଲୋକଙ୍କ ଭୂମିକା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଥାନା ଅଧିକାରୀ ଶ୍ରୀ ସେଠୀ ନିଜ ବକ୍ତବ୍ୟ ରଖିଥିଲେ ଯେ, ଆଜିର ଯୁବପିଢ଼ି ହେଉଛନ୍ତି ଆଗାମୀ ସମାଜର ଭବିଷ୍ୟତ। ସେମାନେ ଯଦି ସଚେତନ ଓ ସଠିକ ପଥରେ ଅଗ୍ରସର ହେବେ, ତେବେ ସମାଜରେ ଅପରାଧର ହାର ଅନେକ ହ୍ରାସ ପାଇବ। ପୋଲିସ ଓ ସାଧାରଣ ଜନତା ମଧ୍ୟରେ ଭଲ ସମ୍ପର୍କ ଗଢ଼ିଉଠିଲେ ଅନେକ ସମସ୍ୟାର ସମାଧାନ ସହଜ ହେବ ବୋଲି ମତ ପ୍ରକାଶ କରିଛନ୍ତି । ଅନ୍ୟପଟେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି କର୍ମଚାରୀମାନେ ଏପରି ସଚେତନତା ଶିବିରକୁ ସ୍ୱାଗତ କରିଥିଲେ। ଏହା ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବା ସହ ଅପରାଧ ରୋକିବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ ।

Related posts

ଜୁନାଗଡ଼ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫ ଅନୁଷ୍ଠିତ

Sunil Chandra Nayak

ସରକାରୀ ଜାଗାରେ ମରାଯାଇଥିବା ବୋର୍ଡ ହୋଇଗଲା ରାତାରାତି ଉଭାନ: ତହସିଲଦାର ଙ୍କ ନଜର ନାହିଁ            

masiha

ସ୍ଵତନ୍ତ୍ର ସକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ ର ସମୀକ୍ଷା ବୈଠକ

masiha

Leave a Comment

error: Content is protected !!