ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ 

ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ 

ରାଉରକେଲା : ୮/୫/୨୬ :  ଭାରତୀୟ ରେଡକ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ଆଜି ବିଶ୍ବ ରେଡକ୍ରସ ଦିବସ ପାଳିତ ହୋଇଯାଇଛି l  ଏହି ଅବସରରେ ଉଦିତନଗରସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନସଂସ୍ଥା ର ସମ୍ମିଳନୀ କକ୍ଷ ଠାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ର ଆୟୁ୍କ୍ତ ସୁଶ୍ରୀ ଦୀନା ଦସ୍ତଗୀର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୋବେଲ ଶାନ୍ତି ପୁରସ୍କାରର ପ୍ରଥମ ବିଜେତା ହେନରୀ ଡୁରାଣ୍ଟ ଙ୍କୁ ସ୍ମରଣ କରିଥିଲେ  ଓ କହିଥିଲେ ଯେ, ଏହି ଦିନଟି ହେନରୀ ଡୁରାଣ୍ଟ ଙ୍କ ଜନ୍ମଦିନ ଅବସରରେ ପାଳନ କରାଯାଏ। ସେ ଯୁଦ୍ଧ ସମୟରେ ଆହତ ଓ ଅସହାୟ ଲୋକଙ୍କୁ ସହାୟତା କରିବାର ମହାନ ଚିନ୍ତାଧାରାରୁ ରେଡ୍ କ୍ରସ୍ ଆନ୍ଦୋଳନର ଆରମ୍ଭ କରିଥିଲେ।

 ଭାରତୀୟ ରେଡକ୍ରସ ସଂଗଠନ ରକ୍ତଦାନ ଶିବିର, ପ୍ରାକୃତିକ ବିପଦ ସମୟରେ ସହାୟତା, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସଚେତନତା ଭଳି ବହୁ ସେବାମୂଳକ କାର୍ଯ୍ୟ କରୁଛି।

ଆଜିର ଦିନରେ ଆମେ ସମସ୍ତେ ମାନବ ସେବା ପାଇଁ ସଦା ପ୍ରସ୍ତୁତ ରହିବାର ସଙ୍କଳ୍ପ ନେବା। ଛୋଟ ଛୋଟ ସହଯୋଗ ମଧ୍ୟ ଜଣେ ଅସହାୟ ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ । ମାନବ ଜୀବନ ମୂଲ୍ୟବାନ ନିଜ ଆଖ ପାଖରେ ଯଦି କୌଣସି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଙ୍କୁ ଦେଖିଲେ ତୁରନ୍ତ ସହଯୋଗ କରିବା ପାଇଁ ତତ୍ପରତା ଦେଖାଇ  ଜୀବନ ବଂଚାଇବାରେ ସହଯୋଗ କରିବା ଉଚିତ୍ l  ମାନବ ଜୀବନ ବଞ୍ଚେଇବା, ଦୁର୍ବଳ ସମୂହଙ୍କର ସହାୟତା କରି ସେମାନଙ୍କୁ ବଞ୍ଚିବାର ଆଶ୍ବସ୍ତି ପ୍ରଦାନ କରିବା  ହେଉଛି ଆଜି ଦିନ ର ସଂକଳ୍ପ । 

 ଏହା ବ୍ୟତୀତ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ ଗତ ବର୍ଷ ଜୁଲାଇ ମାସରୁ ଅଦ୍ୟାବଧି ରାଉରକେଲା ଅତିରିକ୍ତ ଜିଲ୍ଲପାଳ କାର୍ଯ୍ୟାଳୟର ରେଡକ୍ରସ ପାଣ୍ଠି ରୁ ୨୨ଜଣଙ୍କୁ ୨ ଲକ୍ଷ ୬୧ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିରେ ସର୍ବାଧିକ କ୍ୟାନ୍ସର ର ରୋଗୀ ଅଛନ୍ତି। ଏହା ବ୍ୟତୀତ ଟ୍ରାଫିକ ଗେଟରେ ହୋଇଥିବା ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ 6 ଜଣ ଦୋକାନୀ, ସ୍ବଚ୍ଛ ସାଥୀ ତଥା ନିକଟରେ ବିମାନ ଦୁର୍ଘଟଣା ରେ ମୃତକଙ୍କ ପରିବାରକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । 

ଏହି କାର୍ଯ୍ୟକ୍ରମ ପୂର୍ବରୁ ସକାଳେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ଥିଲା l ଏହି ଶୋଭା ଯାତ୍ରା ରେ  ସିଭିଲ ଡିଫେନ୍ସ ଭୋଲେନଟିଅର ସାମିଲ ହୋଇଥିଲେ ା ଅତିରିକ୍ତ ଜିଲ୍ଳାପାଳ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରାଇଥିଲେ l ଏହି ସଚେତନତା ରାଲି ରାଉରକେଲା ମହାନଗରନିଗମ କାର୍ଯ୍ୟାଳୟ ରୁ ଆରମ୍ଭ କରି ଆମ୍ବେଦକର ଛକ ଦେଇ ଆଇଟିଡି ଏ ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ଯାଇଥିଲା । 

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ ,ଅତିରିକ୍ତ ଉପ ଜିଲ୍ଲାପାଳ ଚାନ୍ଦିନୀ, ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଳବୀ ନାୟକ , ପି ଏ ଆଇ ଟି ଡି ଏ ପାନପୋଷ ବିକ୍ରଣୀ କିସପୋଟ୍ଟl ଡେପୁଟି କମିଶନର ଚନ୍ଦ୍ରକାନ୍ତ ,ଡେପୁଟି କଲେ୍ଟର

 ପ୍ରlରବ୍ଧା ବଡ଼ପଣ୍ଡା  ସମେତ ଅତିରିକ୍ତ ଜିଲ୍ଳାପାଳ କାର୍ଯ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l  ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ l

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମିଳିତ ସଂଗ୍ରାମ ମଞ୍ଚ ପକ୍ଷରୁ 12 ଘଣ୍ଟିଆ ବନ୍ଦ ପାଳନ

Sunil Chandra Nayak

ଗୋଆରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପରିବାର ଲୋକଙ୍କ ନିବେଦନ

masiha

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!