ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀର୍ଘ ବର୍ଷର ଅନ୍ତ ଘଟାଇ ପରୀକ୍ଷା ମୁଳକ ଭାବେ ଗଡିଲା ଅନୁଗୁଳ-ଡୁବୁରି ରେଳଲାଇନ ଉପରେ ମାଲବାହି ଟ୍ରେନ

କାମାକ୍ଷାନଗର(ମ ନି ସ) ୩୦/୦୧ // ଅନୁଗୁଳ-ସୁକିନ୍ଦା ପ୍ରସ୍ତାବିତ ନୂତନ ରେଳ ଲାଇନ ଏବେ ବାସ୍ତବ ରୂପନେବାକୁ ଯାଉଛି। ଦିର୍ଘବର୍ଷ ଅପେକ୍ଷାକୁ ଅନ୍ତ ଘଟାଇ ରେଳଲାଇନ କାର୍ଯ୍ୟ ସମ୍ପୁଣ୍ଣ ହୋଇସାରିଛି । ଆଜି ପରିକ୍ଷା ମୁଳକ ଭାବେ ଏକ ମାଲବାହି ଟ୍ରେନ ଏହି ନୂତନ ରେଳଲାଇନ ଉପରେ ଚାଲିଛି। ଆଜି ଯାଜପୁର ଜିଲ୍ଲା ବାଘୁଆପାଳରୁ ଦିନ ୧୧ ଟାରେ ବାହାରି ସୁକିନ୍ଦା ଦେଇ ଅନୁଗୁଳ ଜିଲ୍ଲାର ବୁଢାପଙ୍କ ପର୍ଯ୍ୟନ୍ତ ଯାଇଥିଲା। ୯୫ କିମି ରାସ୍ତା ବିଶିଷ୍ଟ ଏହି ରେଳଲାଇନରେ ୫୮ ବଗି ବିଶିଷ୍ଟ ୫ ହଜାର ୭୦୦ ଟନ ମାଲ ନେଇ ପରିକ୍ଷା ମୁଳକ ଭାବେ ଟ୍ରେନ ଗଡିଥିଲା। ଏହା ପରେ ସରକାରୀ ନିୟମ ଅନୁଯାୟୀ ବିଭିନ୍ନ ପ୍ରକାରର ଅନୁମତି ମିଳିବା ପରେ ଫେବୃଆରି ୧୫ ତାରିଖ ପରେ ସ୍ବଭାବିକ ଭାବେ ଟ୍ରେନ ଚାଲିବ ବୋଲି କହିଛନ୍ତି ରେଳ ବିକାଶ ନିଗମର ପ୍ରୋଜେକ୍ଟ ମ୍ୟାନେଜର।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ; ମ.ରାମପୁର ପଞ୍ଚାୟତ ସମିତି

masiha

ଆତ୍ମହୁତି ଜଗଦୀଶ ଙ୍କ ବୁର୍ଲା ଠାରେ ମୃତ୍ୟୁ

Sunil Chandra Nayak

ସ୍ବର୍ଗତ ଫକୀର ମୋହନ ମିଶ୍ର ଙ୍କ ଆଜି ପୁଣ୍ୟ ତିଥିରେ ମନେ ପକାଉଛନ୍ତି ଅଞ୍ଚଳବାସୀ

Leave a Comment

error: Content is protected !!