ପାପଡାହାଣ୍ଡି,31/1, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତ କାଳିଆଗୁଡା ଗ୍ରାମରେ ଝାଡା ବାନ୍ତି ଦେଖାଦେଇଛି | ଏଥିରେ ଗ୍ରାମର ଗୋଟିଏ ପରିବାରର 2 ଜଣ ଆକ୍ରାନ୍ତ ହୋଇ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି | ଝାଡା ବାନ୍ତିର କାରଣ ରାତ୍ରି ଭୋଜନର ଶୁଖୁଆ ବୋଲି ସନ୍ଦେହ କରାଯାଉଛି | ଆକ୍ରାନ୍ତ ମାନେ ହେଲେ ମୁକ୍ତା ଭତରା ଓ ଗୋରି ଭତରା | ସୋମବାର ରାତିରୁ ଦୁଇ ହିଁ ଙ୍କୁ ଝାଡା ବାନ୍ତି ହୋଇଥିଲା | ରାତିରେ ସେମାନେ ଶୁଖୁଆ ଖାଇଥିବା କହିଛନ୍ତି | ଝାଡା ବାନ୍ତି ହେବାରୁ ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ଚିକିତ୍ସା କରାଯାଉଛି | ଖବର ପାଇ ମେଡିକାଲ ଟିମ ସଜାଗ ହୋଇ ରହିଛନ୍ତି | ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ ବୋଲି ଡାକ୍ତର ମନସ୍ମିତା ସେଠି କହିବା ସହ ଖାଇବାରେ କିଛି କାରଣ ଯୋଗୁଁ ଝାଡା ବାନ୍ତି ହୋଇଥିବା ସୂଚନା ଦେଇଛନ୍ତି |
previous post