ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଝାଡା ବାନ୍ତିରେ 2 ଆକ୍ରାନ୍ତ

ପାପଡାହାଣ୍ଡି,31/1, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତ କାଳିଆଗୁଡା ଗ୍ରାମରେ ଝାଡା ବାନ୍ତି ଦେଖାଦେଇଛି | ଏଥିରେ ଗ୍ରାମର ଗୋଟିଏ ପରିବାରର 2 ଜଣ ଆକ୍ରାନ୍ତ ହୋଇ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି | ଝାଡା ବାନ୍ତିର କାରଣ ରାତ୍ରି ଭୋଜନର ଶୁଖୁଆ ବୋଲି ସନ୍ଦେହ କରାଯାଉଛି | ଆକ୍ରାନ୍ତ ମାନେ ହେଲେ ମୁକ୍ତା ଭତରା ଓ ଗୋରି ଭତରା | ସୋମବାର ରାତିରୁ ଦୁଇ ହିଁ ଙ୍କୁ ଝାଡା ବାନ୍ତି ହୋଇଥିଲା | ରାତିରେ ସେମାନେ ଶୁଖୁଆ ଖାଇଥିବା କହିଛନ୍ତି | ଝାଡା ବାନ୍ତି ହେବାରୁ ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ଚିକିତ୍ସା କରାଯାଉଛି | ଖବର ପାଇ ମେଡିକାଲ ଟିମ ସଜାଗ ହୋଇ ରହିଛନ୍ତି | ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ ବୋଲି ଡାକ୍ତର ମନସ୍ମିତା ସେଠି କହିବା ସହ ଖାଇବାରେ କିଛି କାରଣ ଯୋଗୁଁ ଝାଡା ବାନ୍ତି ହୋଇଥିବା ସୂଚନା ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ,କୋରାନା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଯୋରାଡବରା ଛକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!