ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଡାବୁଗାଁ, ୩୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଆଜି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଅବସର ଗ୍ରହଣ କରିଛନ୍ତି | ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ମାନେ ପ୍ରଧାନଶିକ୍ଷକ ଙ୍କୁ ଉପଢୌକନ ସହ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଏହି ପରିପ୍ରେକ୍ଷୀରେ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ମାନେ ନିଜ ନିଜର ଅନୁଭୂତି ବ୍ୟକ୍ତ କରି ପ୍ରଧାନ ସିକୟାକ ଙ୍କୁ ବିଦାୟ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଆରତି ବିଶୋୟୀ, କିରଣ ମାଳା ତିର୍କୀ, ସୁପ୍ରିୟା ମହାଙ୍କୁଡ, ରଶ୍ମୀ ରଞ୍ଜିତା ନାୟକ, ବିନୀତା ଠାକୁର, ଦମୟନ୍ତୀ ଦୋରା, ସୁଦେସ୍ନା ଜାତି, କଳ୍ପନା ଉଥାନସିଂ, ଇତିଶ୍ରୀ ପ୍ରଧାନ, ସୁନାମଣି ପୂଜାରୀ, ରଶ୍ମୀରାଣୀ ପଣ୍ଡା, ମୋନାଲିସା ଜେନା, ଶୀତଲ ଷଡଙ୍ଗୀ, ସୌମିତ୍ର ଚକ୍ରବର୍ତ୍ତୀ, ଶିକ୍ଷକ ମହେଶ୍ଵର ନାଥ, ଦୀପ୍ତିରଞ୍ଜନ ବେହେରା, ସନାତନ ଭୋଇ, ଜ୍ଞାନରଞ୍ଜନ ବେହେରା, ସୌମ୍ୟରଞ୍ଜନ ନାୟକ ଓ ସମସ୍ତ ପରିଚାଳନା କମିଟି ସଭ୍ୟାସଭ୍ୟ, ଛାତ୍ରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମା’ ଦାଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ୧୫ ପର୍ଯ୍ଯାୟ କମ୍ବଳ ବାଣ୍ଟିବ ” ମୋ ଅନୁଷ୍ଠାନ “

masiha

ମହା ଆଡମ୍ବରରେ ହନୁମାନ ଜୟନ୍ତୀ ପାଳିତ

masiha

ବିଶ୍ବ ହିନ୍ଦୁ ପରିଷଦର ୬୦ତମ ପୂର୍ତ୍ତି ଉପଲକ୍ଷେ ବିଶାଳ ହିନ୍ଦୁ ଜାଗରଣ ଶୋଭାଯାତ୍ରା 

masiha

Leave a Comment

error: Content is protected !!