ପୂର୍ବତନ ବିଧାୟକଙ୍କ ପରଲୋକ
କାମାକ୍ଷାନଗର (ମନିସ)30/5/25 — କାମାକ୍ଷାନଗର ର ପୂର୍ବତନ ବିଧାୟକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କର ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି l ଶ୍ରୀ ପଟ୍ଟନାୟକ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଗତ ୨ ଦିନ ଧରି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ l ଶୁକ୍ରବାର ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଚ୍ଛି l ଶ୍ରୀ ପଟ୍ଟନାୟକ ରାଜନୀତିରେ ଅଂଶ ଗ୍ରହଣ କରି ୧୯୭୭ ମସିହାରେ ଜନତା ପାର୍ଟି ରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ପରେ ୧୯୮୫ ମସିହାରେ ଭାରତୀୟ ଜନତା ପାର୍ଟି ରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଓଡ଼ିଶାର ପ୍ରଥମ ବିଜେପି ବିଧାୟକ ହୋଇ ପାରିଥିଲେ l ପରେ ୧୯୯0 ମସିହାରେ ଜନତା ଦଳ ରୁ ଚକ୍ର ଚି଼ହ୍ନରେ ବିଜୟ ଲାଭ କରିଥିଲେ l ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶିକ୍ଷାର ଉର୍ନତି ସକାଶେ କାମାକ୍ଷାନଗର ନିର୍ବାଚନା ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ବିଦ୍ୟାଳୟ ସମହାବିଦ୍ୟାଳୟ ଗଢି ଉଠିଥିଲା l ତାଙ୍କର ବିୟୋଗରେ କାମାକ୍ଷାନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ବିଦ୍ୟୁତ ତାର ସଂସ୍ପର୍ଶିରେ ଆସି ଜଣେ ଗୁରୁତର
କାମାକ୍ଷାନଗର (ମନିସ)29/5/25 — କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗ୍ରାମରେ ଗୁରୁବାର ଅପରାହ୍ନରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗୁରୁତର ଭାବେ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବାର ଜଣାଯାଇଛି l ବାଉଁଶପାଳ ଗ୍ରାମର ବିନୋଦ ମହାନ୍ତିଙ୍କ ବାଡ଼ି ପଛପଟେ ଏକ ଆମ୍ବ ଗଛର ଡାଳ ଭାଙ୍ଗି ଯାଇଥିଲା l ଆମ୍ବ ଡାଳଟି ଏଲଟି ତାର ରେ ଲାଗିଥିବାର ବିନୋଦ ଜାଣି ନପାରି ଡାଳକୁ ଟାଣୁଥିବା ବେଳେ ବିଦ୍ୟୁତ ଆଘାତ ର ଶିକାର ହୋଇଥିଲେ l ଫଳରେ ବିନୋଦ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ଏହା ଦେଖି ଗ୍ରାମବାସୀ ତୁରନ୍ତ ବିନୋଦଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l
ଜଙ୍ଗଲ ମଧ୍ୟରେ ଚାଷ ନିଷ୍ପତି
କାମକ୍ଷାନାଗାର (ମନିସ)29/5/25 — କାମାକ୍ଷାନଗର ଅଞ୍ଚଳରେ ରହିଥିବା ଜଙ୍ଗଲ ଅଞ୍ଚଳର ସୁରକ୍ଷା ନେଇ ବନ ସୁରକ୍ଷା ସମିତି ପକ୍ଷରୁ ଜଙ୍ଗଲାଞ୍ଚଳରେ ବିଭିର୍ନ୍ନ ଚାଷ କରିବା ସକାଶେ ସଚେତନତା ସୃଷ୍ଟି କରାଯାଇଛି l କାମାକ୍ଷାନଗର ଜଙ୍ଗଲ ରୁ କେତେକ ଦୁର୍ବୁତ୍ତ ମୂଲ୍ୟବାନ କାଠ କାଟି ନେଉଥିବା ସହିତ ନିଆଁ ଲଗାଇ ଦେଇ ବାହୁ ମୂଲ୍ୟବାନ ଗଛ ଓ ଔଷଧୀୟ ଲତା ସବୁ ନଷ୍ଟ କରିଦେଉଛନ୍ତି l ଏହାର ସୁରକ୍ଷା ପାଇଁ ବନ ସୁରକ୍ଷା ସମିତି ପକ୍ଷରୁ ଜଙ୍ଗଲ କୁ କିପରି ସୁରକ୍ଷା ଦିଆଯାଇ ମୂଲ୍ୟବାନ କାଠ ସହିତ ଔଷଧୀୟ ଲତା କୁ ବଞ୍ଚାଇବାକୁ ହେବ ସେଥିପାଇଁ ଜଙ୍ଗଲ ମଧ୍ୟରେ ଦେଶୀ ଆଳୁ,ହଳଦୀ,ଗୋଲମରିଚ, ପିପ୍ପଳୀ ବିଭିନ୍ନ ଲତା ଜାତୀୟ ଚାଷ କରାଗଲେ ସନ୍ନିକଟ ଗ୍ରାମର ଚାଷୀ ଉପକୃତ ହେବା ସହିତ ଜଙ୍ଗଲ କୁ ସୁରକ୍ଷା ଦେଇହେବ l ପୁଣି ଏହି ଚାଷ ଦ୍ୱାରା ଚାଷୀ ବେଶ ନିଜ ରୋଜଗାର କରିପାରିବେ l କଙ୍କଡାହାଡ଼ ବ୍ଲକ ର କେରଜୁଳି ପଞ୍ଚାୟତର କଲଦା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାଥମିକ ସ୍ତରରେ ଦେଶିଆଳୁ ଲଗାଯାଇଛି l ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମ ନିକଟବର୍ତ୍ତୀ ଜଙ୍ଗଲରେ ଏଭଳି କୃଷି କରାଯାଇ ଜଙ୍ଗଲ କୁ ସୁରକ୍ଷା ଦେବା ସହିତ ଚାଷୀ ଲାଭବାନ ହୋଇପାରିବେ ବୋଲି ବନ ସୁରକ୍ଷା ସମିତି ପକ୍ଷରୁ ପ୍ରକାଶ l
ଲମ୍ବୋଦରପୁର ଗ୍ରାମ ନିକଟ ଗଛରେ ଅଜଣା ଲୋକର ଝୁଲନ୍ତା ମୃତଦେହ ଠାବ
ଢେଙ୍କାନାଳ (ମନିସ)29/5/25 — ଢେଙ୍କାନାଳ ସଦର ଥାନା ଭାଲିଆବୋଲ କାଟେଣୀ ଗ୍ରାମପଞ୍ଚାୟତ ଲମ୍ବୋଦରପୁର ଗ୍ରାମ ନିକଟ ଶ୍ମଶାନରେ ଏକ ଗଛରେ ଜଣେ ଅଜଣା ଲୋକର ଝୁଲନ୍ତା ମୃତଦେହ ଠାବ କରାଯାଇଛି । ଯୁବକ ଜଣଙ୍କର ପରିଚୟ ମିଳିପାରିନାହିଁ। ଝୁଲନ୍ତା ଅବସ୍ଥାରେ ଗଛରେ ଝୁଲି ରହିଥିବା ଗ୍ରାମବାସୀମାନେ ଦେଖିବା ପରେ ୧୧ ବେଳେ ଏହି ବିଷୟରେ ସୂଚନା ଦେଇଛନ୍ତି । ଅଞ୍ଚଳର ଏହି ଯୁବକ ଜଣକକୁ କେହି ଚିହ୍ନି ପାରୁ ନାହାଁନ୍ତି ଏବଂ ମୃତ୍ୟୁ ହୋଇଥିବାର କାରଣ ମଧ୍ୟ ସ୍ପଷ୍ଟହୋଇ ନାହିଁ । ହେଲେ ଝୁଲନ୍ତା ଅବସ୍ଥାରେ ମୃତଦେହଟି ଓହଳି ରହିଥିବା ଗଛରେ ଏହି ଦୃଶ୍ୟ ।
ଆଳତୁମା ଦଧିବାମନ ଜୀଉ ମନ୍ଦିର ପରିଚାଳନା କିମିଟି ତରଫରୁ ଦେବୋତ୍ତର ବିଭାଗ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
କାମାକ୍ଷାନଗର (ମନିସ)29/5/25 — କାମାକ୍ଷାନଗର ସହର ଅନ୍ତର୍ଗତ ଆଳତୁମା ଗ୍ରାମରେ ଆବାହମାନ କାଳରୁ ବିରାଜିତ ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର। ଏ ମନ୍ଦିର ବହୁ ପୁରାତନ ଏଵଂ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକତାର କେନ୍ଦ୍ର ବିନ୍ଦୁ।
ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରଭୁ ଦଧିବାମନଙ୍କ ପ୍ରଥମ ସେଵକ ସନାତନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଏକ ତିନିଜଣିଆ ପ୍ରତିନଧିମଣ୍ଡଳୀ ତଥା ମନ୍ଦିର କମିଟିର ସମ୍ପାଦକ ହେମନ୍ତ ଦାସ ଏଵଂ ଗ୍ରାମ କମିଟିର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ମହାନ୍ତି ଢେଙ୍କାନାଳ ଦେବୋତ୍ତର ବିଭାଗ କାର୍ଯ୍ୟାଳୟକୁ ଗସ୍ତ କରି – ଦେବୋତ୍ତର ବିଭାଗର ମୂଖ୍ୟ ଅଧିକାରୀ ପ୍ରଦ୍ୟୁମ୍ନ ତ୍ରୀପାଠୀଙ୍କୁ ଏକ ୩ ଦଫା ସମ୍ବଳିତ ଦାଵିପତ୍ର ପ୍ରଦାନ କରିଛନ୍ତି।ଚଳିତ ଵର୍ଷ ରଥଯାତ୍ରାକୁ ନେଇ ରଥ କାଠ ଯୋଗାଇଦେଵା , ମନ୍ଦିରର ଉନ୍ନତିକରଣ ଏଵଂ ପୁରାତନ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଥିଵା ଯୋଗୁ ପ୍ରଭୁ ଏବେ ଅନ୍ୟ ଏକ ଘରେ ରହି ପୂଜା ପାଉଛନ୍ତି, ପ୍ରଭୁ ରତ୍ନଵେଦୀ କୁ କିଭଳି ଅତିଶିଘ୍ର ଯିବେ ଏଵଂ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେବ ଏଥିପାଇଁ ଦାବି ହୋଇଛି । ଦେଵତ୍ତୋର ଅଧିକାରୀ ଏଥିପାଇଁ ସରକାରୀ ସ୍ତରରେ ଯାହା ସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇଦିଆଯିଵ ବୋଲି ପ୍ରତିଶୃତି ପ୍ରଦାନ କରିଛନ୍ତି।
ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

