ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଉଟି ଅଧିକାର ସଂଗଠନ ଦ୍ୱାରା ଓଡିଶାର ଖାଉଟି ମାନଙ୍କୁ ନ୍ୟାୟ ପ୍ରଦାନ କେବେ 

ଖାଉଟି ଅଧିକାର ସଂଗଠନ ଦ୍ୱାରା ଓଡିଶାର ଖାଉଟି ମାନଙ୍କୁ ନ୍ୟାୟ ପ୍ରଦାନ କେବେ 

ବାଲେଶ୍ବର,୦୩/୦୨/୨୫ – ଖାଉଟି ଅଧିକାର ସଂଗଠନ ସର୍ବ ଭାରତୀୟ ସ୍ତରରେ ଓଡିଶା ସମେତ ୨୫ ଟି ରାଜ୍ୟରେ କାର୍ଯ୍ୟ କରୁଛି । ଖାଉଟି ଅଧିକାର ସଂଗଠନ ଓଡିଶା ଶାଖା ଦ୍ୱାରା ଓଡିଶାର ଅଗଣିତ ଖାଉଟି ମାନଙ୍କୁ ସଚେତନ ଓ ଖାଉଟି ସୁରକ୍ଷା ପ୍ରଦାନ କରିବା ପାଇଁ କାର୍ଯ୍ୟ କରୁଛି । ଖାଉଟି ଅଧିକାର ସଂଗଠନ ଓଡିଶାରେ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ଖାଉଟି ମାନଙ୍କୁ ଖାଉଟିଙ୍କ ଅଧିକାର, ଦାୟିତ୍ୱ ଓ ଖାଉଟିଙ୍କୁ କିପରି ଆଇନୀଗତ ଅଧିକାର ମିଳିପାରିବ ସେଥିପାଇଁ ତତ୍ପର ହୋଇ ଉଠିଛି । ଓଡ଼ିଶାର ଖାଉଟି ମାନଙ୍କୁ ଠକୁଥିବା ସଂସ୍ଥା, ସେବା ପ୍ରଦାନ କରୁଥିବା ସଂସ୍ଥା ଓ ସାଇବର ଠକ ଠାରୁ ସୁରକ୍ଷା ପ୍ରଦାନ କରିଯାଇ ପାରିବ ବୋଲି ସଂଗଠନର ଲକ୍ଷ୍ୟ ଏବଂ ଉଦେ । ଏହା ଦ୍ୱାରା ସଂଗଠନ ଓଡ଼ିଶାର ସମସ୍ତ ଖାଉଟି ମାନଙ୍କୁ ସଚେତନତା ମାଧ୍ୟମରେ ଆସ ଆମେ ଓଡିଶାରେ ବନେଇବା ଏକ ଖାଉଟିର ଚେନ (“AAO BANAYEN CONSUMER CHAIN”) । ଖାଉଟି ସଚେତନ ହେଲେ ଠକାମୀର ଶିକାର ହେବେନାହଁ ବୋଲି ସଙ୍ଗଠନ କହିଛି । ଓଡ଼ିଶାର ଅଗଣିତ ଖାଉଟି ମାନଙ୍କୁ ସଚେତନ କରିବା ଏବଂ ଅଧିକାରର ସୁରକ୍ଷା କରିବା ଓ ଖାଉଟି ସଚେତନ ହେଲେ ଠକେଇର ଶିକାର ହେବେ ନାହିଁ ଵୋଲି ସଂଗଠନ ସଭାପତି ନବୀନ .ପି. ଶର୍ମା ଓ ରାଜ୍ୟ କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର ପରିଡ଼ା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । 

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧୁମଧାମରେ ପାଳିତ ହେଲା ହିନ୍ଦୁ ନବବର୍ଷ 

masiha

ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଏକକ ସମ୍ପର୍କ ଅଭିଯାନ କରିବେ ଯୁଗ ଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!