ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇନିଂ ରକର୍ସ ଏକାଡେମୀ ର ବାର୍ଷିକ ଉତ୍ସବ ଆସନ୍ତା ୨୬ ରେ ….

ସାଇନିଂ ରକର୍ସ ଏକାଡେମୀ ର ବାର୍ଷିକ ଉତ୍ସବ ଆସନ୍ତା ୨୬ ରେ …..

ରାଉରକେଲା: ସାମାଜିକ ଅନୁଷ୍ଠାନ ସାଇନିଂ ରକର୍ସ ଏକାଡେମୀ ର ଅଷ୍ଟମ ବାର୍ଷିକ ଉତ୍ସବ ୨୬ ତାରିଖ ଦିନ ସନ୍ଧ୍ୟା ୫ଟା ସମୟରେ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଲୀନା ବିଶ୍ବାଳ ଏସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ଏହି ବାର୍ଷିକ ଉତ୍ସବ ପାଇଁ ବିଭିନ୍ନ ପ୍ରତିଯୋଗିତାରେ ସମଗ୍ର ଓଡ଼ିଶାରୁ ପ୍ରାୟ ୪୦୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୦ ଜଣ ଫାଇନାଲ ରାଉଣ୍ଡ କୁ ଉନ୍ନିତ ହୋଇଛନ୍ତି। ୨୬ ତାରିଖ ଦିନ ହେବାକୁ ଥିବା ଫାଇନାଲ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ କ୍ରାଉନ,ଟ୍ରଫି ଓ ଗିଫ୍ଟ ଭାଉଚର ଦେଇ ସମ୍ମାନିତ କରିବେ। ବିଚାରକ ଭାବେ ରାଜ୍ୟ ବାହାରୁ ରାଖୀ ମଣ୍ଡଳ,ମିତାଲି ଦାସ ଗୁପ୍ତା, ୟାରିଅର ପଟେଲ ଓ ବଡ଼ବିଲ ରୁ ମେକପ ଆର୍ଟିଷ୍ଟ ଖୁସବୁ ଠକ୍କର ଯୋଗଦେବେ। ଏଣୁ ଏହି କାର୍ଯ୍ୟକ୍ରମରେ ସହରବାସୀ ବହୁସଂଖ୍ୟାରେ ଯୋଗ ଦେବା ପାଇଁ ଅନୁରୋଧ କରାଯାଉଛି। ଅନ୍ୟ ମାନଙ୍କ ମଧ୍ୟରେ ଡ଼ଃ ଲଲାଟ ଇନ୍ଦୁ ଆଚାର୍ଯ୍ୟ,ସୋନୁ ମୁଖାର୍ଜୀ,ପ୍ରେମ କୁମାର,ନିତ୍ୟାଞ୍ଜଳୀ ପରିଡ଼ା, ବର୍ଣ୍ଣାଳୀ ରାଉତ,ଚିନୁ ରାଉତ,ପ୍ରବିନ ଚାୱଲା, ପ୍ରଜ୍ଞା ପରିମିତା ଦାସ, ଗୀତା ଜୟସ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଓଡିଶା ଡ଼୍ରାଇଭର ସଂଘ ତରଫରୁ ଡ଼୍ରାଇଭର ଦିବସ ଧୂମଧାମରେ ପାଳିତ 

masiha

ନିଖିଳ ଶିକ୍ଷକ ସଙ୍ଘର ୮୦ ଟପମ ପ୍ରତିଷ୍ଟା ଦିବସ ପାଳନ ହୋଇଯାଇଛି 

masiha

ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ତରଫରୁ ବୁଦ୍ଧିଜିବୀ ସମ୍ମେଳନ

Sunil Chandra Nayak

Leave a Comment

error: Content is protected !!