ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ପ୍ରୟାସରେ ରାଇରଙ୍ଗପୁରରେ କ୍ବେସ୍ କର୍ପ ପ୍ରାଇଭେଟ୍ ଲିମିଟେଡ ଆନୁକୁଲ୍ୟରେ ବୃହତ ନିଯୁକ୍ତି ମେଳା

 ମୟୂରଭଞ୍ଜ -୧୮/୬ (ମସିହା)ଓଡ଼ିଶାର ସର୍ବ ବୃହତ୍ତମ ଆଦିବାସୀ ଅଧ୍ୟୁଷିତ ଶିଳ୍ପବିହୀନ ମୟୂରଭଂଜ ଜିଲ୍ଲାରେ ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ହୁ ହୁ ବୃଦ୍ଧି ପାଉଛି ।ଗାଁ ହେଉଛି ଯୁବଗୋଷ୍ଠୀ ଶୂନ୍ୟ ।ଘରେ ବୁଢ଼ା ବାପ ମାଆଙ୍କ ମୁହଁରେ ଦାନା ଗଣ୍ଡେ, ଔଷଧ ଟିକେ ,ଭଗ୍ଗା କଂଚା ଘରର ମରାମତି,ଛୁଆପିଲା ଙ୍କ ଶିକ୍ଷାକୁ ନେଇ ଦାଦନ ପାଇଁ ସୁଦୂର ବାଙ୍ଗାଲୋର ଚେନ୍ନାଇ,କେରଳ,ହାଇଦ୍ରାବାଦ,ଦିଲ୍ଲୀ ମୁମ୍ବାଇ ପଳାଉଛନ୍ତି ଯୁବଗୋଷ୍ଠୀ। ଏସବୁ ଅଭାବୀ ପରିସ୍ଥିତିକୁ ଦେଖି ମୟୁରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଚିନ୍ତିତ । ରାଇରଙ୍ଗପୁର ଏବଂ ବାରିପଦାରେ କ୍ବେସ କର୍ପ ପ୍ରାଇଭେଟ ଲିମିଟେଡ ସହାୟତାରେ ଦୁଇଟି ମେଗା ନିଯୁକ୍ତି ମେଳା ଆୟୋଜନ କରିଛନ୍ତି ।ଆଜି ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ମେଗା ନିଯୁକ୍ତି ମେଳା କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ତାଙ୍କ ସହିତ ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ସଂଜୀବ ମହାନ୍ତି,ବରୁଣ ଦେ,ସଂଜୟ ନାୟକ,ଫାଗୁରାମ ମାର୍ଣ୍ଡୀ,ସାମନ୍ତ ଗିରି,ସତ୍ୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।ଆଜିର ନିଯୁକ୍ତି ମେଳାରେ ପ୍ରବଳ ଖରା ସତ୍ବେ ୬୩୦ ଜଣ ଯୁବକ ଯୁବତୀ ନାମ ପଂଜୀକରଣ କରିଥିବାବେଳେ ସେଥିମଧ୍ୟରୁ ୨୧୮ ଜଣଙ୍କୁ ଚୟନ କରାଯାଇଥିଲା । ଦେଶର ବିଭିନ୍ନ ପ୍ରାନ୍ତରେ ବଡ଼ କମ୍ପାନୀ ତଥାଗୁଜୁରାଟର ସାନନ୍ଦ ରେ ୨୩ ଜଣ, ତାମିଲନାଡୁ ଚେନେଇର ୧୪ ଜଣ ,କଟକରେ ୮୬ ଜଣ,ଓଡ଼ିଶାର ବିଏସଏନଏଲର,ବି ଏଫ ଏସ ଆଇ ୯୫ ଜଣ କମ୍ପାନୀରେ ଯୋଗ ଦେବା ପାଇଁ ଚୟନ ହୋଇଛନ୍ତି । ସେମାନଙ୍କ ଯିବା ଆସିବା,ରହିବା,ଖାଇବା, ପ୍ରଶିକ୍ଷଣ ନିଯୁକ୍ତି ସଂପୁର୍ଣ୍ଣ ନିଃଶୁଳ୍କ ବ୍ୟବସ୍ଥା କରା ଯାଇଛି ବୋଲି କ୍ବେସ ତରଫରୁ ସୂଚନା ଦିଆଯାଇଥିଲା ।କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାର ଆଜି ରାଇରଙ୍ଗପୁର ଏବଂ ଆସନ୍ତାକାଲି ବାରିପଦାରେ ଆୟୋଜନ କରା ଯାଉଛି ।ଆଗକୁ ବର୍ଷା ଋତୁ ପରେ ଆହୁରି ବଡ ବଡ କମ୍ପାନୀ ଦ୍ବାରା ନିଯୁକ୍ତି ମେଳା ଆୟୋଜନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ଏହି ନିଯୁକ୍ତି ମେଳା କିଛି ନା କିଛି ଆଜିକାର ଯୁବପିଢୀଙ୍କୁ ଆତ୍ମ ନିର୍ଭରଶୀଳ ଉଚ୍ଚ ତାଲିମ ପ୍ରଦାନ କରାଇବାରେ ସହାୟକ ହେବ ବୋଲି କହିଥିଲେ । ମୟୂରଭଞ୍ଜ ଜିଲ୍ଲାରୁ ୫୦୦୦ ରୁ ଉର୍ଦ୍ଧ୍ବ ବେକାର ଯୁବକ ଓ ଯୁବତୀଙ୍କୁ କର୍ମସନ୍ଥା ଯୋଗାଇବା ପାଇଁ ଏହି ମେଗା ନିଯୁକ୍ତି ମେଳାର ଉଦେଶ୍ୟ ବୋଲି କହିଥିଲେ ।କ୍ବେସ କର୍ପ ପ୍ରାଇଭେଟ୍ ଲିମିଟେଡ ତରଫରୁ ଅପରୂପା ପ୍ରତିହାରୀ,ଜଲାଜ ସେଠୀ,ପ୍ରତୀକ ମିଶ୍ର,ଜଗନ ଦାସ ମହାପାତ୍ର,ସଂଗ୍ରାମ କେଶରୀ ପଣ୍ଡା,ସୋମ୍ଯ ରଂଜନ ସାହୁ, ସୁଚରିତା ପ୍ରଧାନ, ନିରଞ୍ଜନ ସେଠୀ, ଦେବାଶିଷ ଶତପଥୀ, ପଦ୍ମିନୀ ବେହେରା ପ୍ରମୁଖ ଯୁବକ ଯୁବତୀଙ୍କ ସାର୍ଟିଫିକେଟ ଯାଞ୍ଚ କରି ସେମାନଙ୍କୁ କାଉସିଲିଂ କରି ଚୟନ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବଜ୍ରାଘାତ ରେ ବଡ଼ ଭଉଣୀ ମୃତ,ସାନ ଭଉଣୀ ଗୁରୁତର

Sunil Chandra Nayak

ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପି ମେଳା ୨୦୨୩ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡାରେ ଅନୁଷ୍ଠିତ

masiha

କାନ୍ଥ ଛାତରୁ ପାଣି ଝରୁ ଥିବାରୁ ଛାତ୍ରଛାତ୍ରୀମାନେ ବାହାରେ ପଢୁଥିବା ପ୍ରସଙ୍ଗ: ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କଲେ ସମସ୍ୟାର ସମାଧାନ ହେବ ଜିଲ୍ଲା ଶିକ୍ଷା ଅଧିକାରୀ

Sunil Chandra Nayak

Leave a Comment

error: Content is protected !!