ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ “ଟେବୁଲ ଟପ ଏକ୍ସରେ ସାଇଜ” ଅନୁଷ୍ଠିତ , “ମୁକାବିଲା ନିମନ୍ତେ ସମସ୍ତ ସରଞ୍ଜାମ ସହିତ ପ୍ରସ୍ତୁତି ରହିବାକୁ ନିର୍ଦେଶ

ରାୟଗଡ:-ତା.18/06-ରାୟଗଡ ଜିଲ୍ଲା ସ୍ଥରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପାଇଁ ଟେବୁଲ ଟପ ଏକ୍ସରେସାଇଜ ରାୟଗଡ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି l ଗତ 16/6/23ରିଖ ଦିନ ଏଥି ନିମନ୍ତେ ଗୁଗୁଲମିଟରେ ମାଧ୍ୟମରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା l ଆଜିର ଏହି ଟେବୁଲ ଟପ ଏକ୍ସରସାଇଜ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସମନାଥ ପ୍ରଧାନ, ଉପଜିଲ୍ଲାପାଳ, ଭୀମସେନ ଶବର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଭି. ଏଲ. ରାଜୁ, ରାଜ୍ୟ ସରକାରଙ୍କ ପର୍ଯ୍ୟବେକ୍ଷକ, ଲକ୍ଷ୍ମୀ ନାରାୟଣ ନାୟକ,ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ସୂର୍ଯମନୀ ଭୋଇ,ନିର୍ବାହୀଯନ୍ତ୍ରୀ ଗ୍ରାମୀୟ ନିର୍ମାଣ,ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ, ଅଗ୍ନିଶମ ବିଭାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜ୍ୟୋତିର୍ମୟ ପାତ୍ର ଆଦି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଏହି ବୈଠକରେ ବିଶେଷ କରି ବର୍ଷାଦିନେ ସମ୍ବାବ୍ୟ ବନ୍ୟା ଓ ବତ୍ୟାର କିପରି ମୁକାବିଲା କରାଯାଇପାରିବ , ଲୋକମାନଙ୍କୁ ଓ ଧନଜୀବନ କିପରି ଉଦ୍ଧାର କରାଯାଇ ପାରିବ,ଦାୟିତ୍ୱରେ ଥିବା ଅଧିକାରୀ, ସ୍ୱେଚ୍ଛାସେବୀ ମାନଙ୍କ ଭୂମିକା କଣ ରହିବ ସେଥିପାଇଁ ଆଜିର ଏହି କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ l ବିଭିନ୍ନ ବିଭାଗ ତରଫରୁ ବିପର୍ଯୟ ପୂର୍ବରୁ, ବିପର୍ଯୟ ସମୟରେ ଓ ପରେ କଣ ସବୁ ଭୂମିକା ରହିବ ତାହା ଉପସ୍ଥାପନା କରିଥିଲେ l ସ୍ୱାସ୍ଥ୍ୟ ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗ, ଗ୍ରାମୀୟ ନିର୍ମାଣ, ପୂର୍ତ୍ତ ବିଭାଗ, ପ୍ରଣିଧାନ ସୁରକ୍ଷା ବିଭାଗ ଓ ଯୋଗାଣ ବିଭାଗ ଅଧିକାରୀ ମାନେ ନିଜ ନିଜ ପ୍ରସ୍ତୁତି ସମ୍ପର୍କରେ ଉପସ୍ଥାପନା କରିଥିଲେ l ଅଗ୍ନିଶମ ବିଭାଗ ଓ ଓଡ୍ରାଫ ତରଫରୁ ପ୍ରଦର୍ଶନୀ ଓ ମୋକ ଡ୍ରିଲ ଆୟୋଜନ କରାଯାଇ ସେମାନଙ୍କ ପ୍ରସ୍ତୁତି ସମ୍ବନ୍ଧରେ ବୁଝାଇଥିଲେ l ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜିର ତା 18/06/23ରିଖଦିନ ଜିଲ୍ଲା ସଦର ମହକୁମା ଓ ପ୍ରତ୍ୟେକ ବ୍ଳକରେ ଟେବୁଳ ଟୋପ ଏକ୍ସରେ ସାଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଉପରେ ବିଭିନ୍ନ ବିଭାଗ ସହିତ ଆଲୋଚନା କରାଜିବା ସହ ଅଗ୍ନୀଶମ୍ମ ବିଭାଗ ତରଫରୁ ବିପର୍ଯ୍ୟୟ ମୁକାବିଲା ସମ୍ବନ୍ଧରେ ପ୍ରଦର୍ଶନ କରିଥିଲେl ସେହିପରି ଆସନ୍ତା 19/06/23ରିଖ ଦିନ ଜିଲ୍ଲାର ତିନୋଟି ବହୁମୂଖୀ ଆଶ୍ରୟ ସ୍ଥଳି ଯଥା ରାୟଗଡ ବ୍ଲକର ହାଟ ଶେଷଖାଲ ,ବିଷମ କଟକ କୁଟ୍ରାଗଡ଼ ଏବଂ ଗୁଣପୁରର ବିକ୍ରମପୁର ଠାରେ ମୋକ ଡ୍ରିଲ ଆୟୋଜନ କରାଯିବ l ଏହି ମୋକ ଡ୍ରିଲ ନିମନ୍ତେ ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳି ଅଂଚଳରେ ପରିଚାଳକ, ସ୍ଥାନୀୟ ଜନସାଧାରଣ, ସରପଂଚ, ସ୍ବେଚ୍ଛାସେବୀ, ଅଗ୍ନିଶମ ବିଭାଗ, ଆଦିଙ୍କୁ ସାମିଲ କରିବେ l ଅଗ୍ନିଶମ ବିଭାଗ ପକ୍ଷରୁ ମୋକ ଡ୍ରିଲ ପ୍ରଦର୍ଶନ କରି ଲୋକମାଙ୍କୁ ସଚେତନ କରିବେ l  ଏଥିପାଇଁ ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଡିଓ ମାନଙ୍କ ସହିତ ସଂମନ୍ଵୟ ବୈଠକ ଡାକି ବିଭିନ୍ନ ବିଭଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କେବେ କର୍ଯ୍ୟ କ୍ଷମ୍ ହେବ ଜୁନାଗଡ ରକ୍ତ ସଂଗ୍ରକ୍ଷଣ କେନ୍ଦ୍ର

Sunil Chandra Nayak

ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ବାଲେଶ୍ୱର ଜୋନ୍ ସ୍ତରୀୟ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ପ୍ରୋତ୍ସାହନ ଅଭାବରୁ ବନ୍ଦ ପଡ଼ିଛି କମାରଶାଳ

Leave a Comment

error: Content is protected !!