ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ନୂତନ କୋଠା ନିର୍ମାଣ ଦୁର୍ନୀତି ! 

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ନୂତନ କୋଠା ନିର୍ମାଣ ଦୁର୍ନୀତି ! 

ବ୍ରହ୍ମପୁର_ ଗତ ୨୦୧୭ ମସିହାରେ ବିଶ୍ବବିଦ୍ୟାଳୟର କୋଠା ନିର୍ମାଣ ପାଇଁ ଦଶକୋଟି ଟଙ୍କା ମଞ୍ଜୁର ହୋଇ ଏହାର ପୂର୍ଣ୍ଣାଙ୍ଗ କଳେବର ପାଇଁ ଠିକାଦାରଙ୍କୁ ଦାୟିତ୍ଵ ଦିଆଯାଇଥିଲା l ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନୂତନ ଗୃହ ନିର୍ମାଣ କରାଗଲା ସତ, ହେଲେ କିଛିଦିନ ପରେ ସ୍ଥାନେ ସ୍ଥାନେ କାନ୍ଥ ସବୁ ଫାଟି ଆଁ ହୋଇ ଯାଇଛି ତ ଆଉ କେଉଁଠି କାନ୍ଥରୁ ପଲସ୍ତରା ଖସି ପଡ଼ୁଛି l ଏ ସବୁ ଦେଖିଲେ ମଞ୍ଜୁର ଅର୍ଥରେ ଠିକାଦାର ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ୁଛି l ଏବେ ପରୀକ୍ଷା ଚାଲୁଥିବାରୁ ଛାତ୍ରଛାତ୍ରୀମାନେ ଠିକରେ ବସି ପରୀକ୍ଷା ଦେଇ ପାରୁନାହାଁନ୍ତି l ଯା ଫଳରେ ବହୁ ମେଧାବୀ ଛାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି l ଯଦି ଏ ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଛାତ୍ର ନେତା ସାଇ ପ୍ରସାଦ ସୁଚନା ଦେଇଛନ୍ତି l 

( ମ ନି ସ ) 

Related posts

୮ବର୍ଷ ର ଅସମ୍ପୂର୍ଣ ପ୍ରକଳ୍ପ,ରେକର୍ଡ ୩ଦିନ ରେ ସମ୍ପୂର୍ଣ କଲେ ବିଡିଓ , ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

Sunil Chandra Nayak

ମା କରେଇଶୁଣିଙ୍କ ପୀଠରେ ଭଏସ୍ ଅଫ୍ ମିଡିଆ, ଗୋପବନ୍ଧୁ ପ୍ରେସକ୍ଳବର ଆଲୋଚନା ବୈଠକ

Sunil Chandra Nayak

Swachhata Hi Seva 2025 Drive Launched at Rayagada DRM Camp office

Sunil Chandra Nayak

Leave a Comment

error: Content is protected !!