ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଚିଚିଆ ଗ୍ରାମର ମୁଣ୍ଡ ପଡା ଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ଚିଚିଆ ଗ୍ରାମର ମକରଧ୍ୱଜ ନାଏକ (୩୦) ବୋଲି ଜଣାପଡିଛି । ଏନେଇ ମୃତକ ଙ୍କ ବାପା ଯୁଧେଷ୍ଠି ନାଏକ ଦଶପୁର ଫାଣ୍ଡିରେ ତାଙ୍କ ପୁଅ କୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମତେ ମୃତକ ମକରଧ୍ୱଜ ନାଏକ ନିଜ ସ୍ତ୍ରୀ ଓ ୯ବର୍ଷର ନିଜର ଝିଅ ସହ ଘରେ ଶୋଇଥିଲେ । ପ୍ରବଳ ଗରମ ଅନୁଭୂତି ହେବାରୁ ଯୁବକ ଜଣକ ଗୋଟିଏ ଖଟ ନେଇ ଘର ବାହାରେ ଶୋଇଥିଲେ । ଘର ବାହାରେ ଶୋଇଥିବା ଅବସ୍ଥାରେ ତାକୁ ଟାଣି ଆଣି ଗାଁ ଦାଣ୍ଡରେ ହତ୍ୟା କରିବା ସହ ଘୋଷାଡି ଘୋଷାଡି ନେଇ ଚିଚିଆ ଗ୍ରାମ ର ମୁଣ୍ଡ ପଡା ସ୍ଥିତ ସନତ ମୁଣ୍ଡ ଙ୍କ ଘର ଦ୍ୱାରମୁହଁ ରେ ପକାଇଦେଇଥିଲେ। ସକାଳୁ ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଶେଷରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଦେଖିବାକୁ ପାଇଥିଲେ ।ଏନେଇ ପରିବାର ଲୋକେ ଦଶପୁର ଫାଣ୍ଡି କୁ ଖବର ଦେଇଥିଲେ।

ଚିଚିଆ ଗ୍ରାମର ଭରକା ଅଘରିଆ,ମୁନା ହଂସ,ସୁଧାଂଶୁ ହଂସ ତିନି ଜଣ ମିଶି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ପିଟି ପିଟି ମାରିଦେଇଥିବା ମୃତକ ଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇଲା ମାତ୍ରେ ଦଶପୁର ପୁଲିସ ପହଁଚି ଶବ ଟି କୁ ଜବତ କରିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟ ରେ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।  ଧର୍ମଗଡ଼ ଭାରପ୍ରାପ୍ତ ଏସଡିପିଓ ମୁକ୍ତି କୁମାର କୁଲୁ, ଗୋଲାମୁଣ୍ଡା ଥାନାଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି,ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ତଦନ୍ତ କରୁଥିବା ଜଣାପଡିଛି । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଣ୍ଡରାମାଲି ସମାଜ ର କର୍ମକର୍ତ୍ତା ଦୁର୍ଗାପ୍ରସାଦ ନାଏକ,ଭବାନୀ ବଣିଆ,ଖୁସିରାମ ଟୋଲଟିଆ, ବେଣୁଧର ନାଏକ,ତୁଲେଶ୍ୱର ନାଏକ,ଥବିର ନାଏକ ପ୍ରମୁଖ ଦାବୀ କରିଛନ୍ତି । 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ମୋବାଇଲ୍ ଫୋନ୍ ଲୁଟ୍ ମାମଲାରେ ରାଉରକେଲା ପୋଲିସ୍ ଦ୍ବାରା ଜଣେ ଗିରଫ୍ ସହିତ ଲୁଟ୍ ଜିନିଷ ଉଦ୍ଧାର

Sunil Chandra Nayak

କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ସଶସ୍ତ୍ର ଡକାୟତି , ଆଲମାରୀ ଭାଙ୍ଗି ୬ଲକ୍ଷ ଟଙ୍କା ସହ ଲୁଟିନେଲେ ସୁନାଗହଣା

ଆମ୍ବୁଲାନ୍ସ ଧକ୍କାରେ ନାବାଳକ ପୁଅ ମୃତ ବାପା ଗୁରୁତ୍ତର 

masiha

Leave a Comment

error: Content is protected !!