ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ 100ଲି ମଦ ଜବତ, 1500ଲି ପୋଚ ନଷ୍ଟ 

ପାପଡାହାଣ୍ଡି,27/7, ମନିସ —-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ବିଭିନ୍ନ ସ୍ଥାନକୁ ଅବକାରୀ ପୋଲିସ ଓ ପାପଡାହାଣ୍ଡି ଏବଂ ମଇଦଲପୁର ପୋଲିସର ମିଳିତ ଚଢ଼ାଉ କରି 100ଲି ମଦ ଜବତ କରାଯାଇଥିବା ବେଳେ 1500ଲି ପୋଚ ନଷ୍ଟ କରାଯାଇଛି | ଜିଲ୍ଲା ଅବକାରି ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ନିର୍ଦେଶକ୍ରମେ ନବରଙ୍ଗପୁର ଅବକାରୀ ଇନ୍ସପେକ୍ଟର ସୁଧୀର କୁମାର ସାହୁଙ୍କ ନେତୃତ୍ୱରେ ପାପଡାହାଣ୍ଡି ଅବକାରୀ ଏଏସଆଇ ଅମିୟ ଖଞ୍ଜ, ଏଏସଆଇ ତ୍ରିନାଥ ସୌରା, ଏଏସଆଇ ବାଳକୃଷ୍ଣ ନାୟକ ,ଓଆଇସି ଦେଶରାଜ ସୁନା ଏବଂ ପାପଡାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇଙ୍କ ପ୍ରମୁଖ ଉପସ୍ଥିତିରେ ମାଲତିଗୁଡା, ତୁମ୍ବର୍ଲା, ଲାଇବାନପଦର, ବେତଝରଣ, ସେମଳା, ଗାଦବାକୋତ୍ରା, ପିତାରୀଗୁଡା ଓ ମୈଦଲପୁର ଆଦି ଅଞ୍ଚଳ ଚଢାଉ କରିଥିଲେ | 100ଲି ମଦ ଜବତ ସହ 1500ଲି ପୋଚ ନଷ୍ଟ କରିଥିଲେ | ଅବକାରୀ ବିଭାଗ ଓ ପୋଲିସ ବିଭାଗର କର୍ମଚାରୀ ମାନେ ସହଯୋଗ ପ୍ରମୁଖ ସାମିଲ ଥିଲେ | ଏଥିରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ ପରେ ନୋଟିସ ଦେଇ ଛାଡି ଦିଆଯାଇଥିବା ସୂଚନା ମିଳିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପୁର୍ବ ଶତୃତାକୁ କେନ୍ଦ୍ର କରି ବୃଦ୍ଧ କୁ ଭୁଜାଲି ମାଡ଼

ଘରୁ ସୁନା ଅଳଙ୍କାର ଚୋରି ଅଭିଯୋଗ 

masiha

ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ ଛତିଶଗଡ଼ ଓ ନୂଆପଡ଼ାର ଆନ୍ତଃରାଜ୍ୟ ରାକେଟର ପର୍ଦାଫାସ, କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!