ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜରିମାନା

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜରିମାନା

କନ୍ଧମାଳ, ତା,୧୫/୧୧.(ମନିସ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣାର ୧୫ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ଅଶୋକ ଓରଫ ଆଶିଷ କୁମାର ନାୟକକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୨/୧/୨୦୨୦ ତାରିଖ ଦିନ ୭ ଘଣ୍ଟା ସମୟରେ ନାବାଳିକା ଜଣକ ବଜାର କାମରେ ଯାଇଥିବା ବେଳେ ସେଠାରେ ନାବାଳିକା ଜଣଙ୍କୁ ଏକୁଟିଆ ସୁଯୋଗ ନେଇ ଅଭିଯୁକ୍ତ ଆଶିଷ କୁମାର ନାୟକ ବଳପୂର୍ବକ କେଉଁ ଆଡ଼େ ନେଇଯାଇଥିଲା ଏବଂ ସମସ୍ତଙ୍କୁ ପୀଡିତାକୁ ବିବାହ କରିଥିବା କଥା ପ୍ରଚାର କରିଥିଲା। କୌଣସି ସୂତ୍ରରୁ ପୀଡିତା ପରିବାର ଖବର ପାଇ କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଆହୁରି ମଧ୍ୟ ପରିବାର ଲୋକେ ଅଭିଯୁକ୍ତ ପୀଡ଼ିତାଙ୍କୁ ଡରାଇ ଧମକାଇ ତୁ ମୋତେ ବିବାହ ନକଲେ ତୋତେ ଜୀବନରୁ ମାରିଦେବି ଏବଂ ତୋର ପରିବାରକୁ ଛାରଖାର କରିଦେବି ବୋଲି ମଧ୍ୟ ଧମକ ଦେଇଥିବା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ, ଥାନା କେସ୍ ନମ୍ବର ୦୩/୨୦ ରେ ଏକ ମାମଲା ପୋକ୍ସୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା। ସେହି ମାମଲାର ବିଚାର କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ଏଥି ସହିତ ଏହି ମାମଲାରେ ପୀଡ଼ିତାଙ୍କ ପରିବାରକୁ ଆଇନସେବା ପ୍ରାଧିକରଣ ତରଫରୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଦୁଇ କାକା ଭାଇଙ୍କ ଟାଙ୍ଗିଆ ଚୋଟରେ ଆଉ ଏକ କାକା ଭାଇ ମୃତ୍ୟୁ

masiha

ଥାନା ନିକଟରେ ଜୁଆ ଖେଳାଳୀଙ୍କ ଆଡ୍ଡାସ୍ଥଳୀ

Sunil Chandra Nayak

ସ୍କୁଟି ଡିକିଭାଙ୍ଗି ପଚାଶ ହଜାର ଟଙ୍କା ଲୁଟିନେଲେ ଦୃବୃତ୍ତ

Sunil Chandra Nayak

Leave a Comment

error: Content is protected !!