ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖୁଡୁଖୁଡି ଖେଳ ଉପରେ ଚଢାଉ, ୧ ଗିରଫ 

ଖୁଡୁଖୁଡି ଖେଳ ଉପରେ ଚଢାଉ, ୧ ଗିରଫ 

ଡାବୁଗାଁ, ୩୦/୧ (ମ.ନି.ସ.)- ଗୁରୁବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ଗ୍ରାମ ନିକଟ କାଜୁ ବଗିଚା ମଧ୍ୟରେ ଚାଲିଥିବା ଖୁଡୁଖୁଡି ଖେଳ ଉପରେ ପୋଲିସ ଚଢାଉ କରି ଜଣ ଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ଗ୍ରାମ ନିକଟ କାଜୁ ବଗିଚା ମଧ୍ୟରେ ଖୁଡୁଖୁଡି ଖେଳ ଚାଲିଥିବା ପୋଲିସ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରିଥିଲା | ପୋଲିସ ପହଞ୍ଚିବା ଦେଖି ସେଠାରେ ଖେଳୁଥିବା ଲୋକେ ଦୌଡି ପଳାଇଥିଲେ | ଜଣେ ଲୋକ ପୋଲିସ ହାତରେ ଧାରା ପଡିଥିଲା | ଏଥିରେ ୬ ଟି ଗୋଟି, ୧ ଟି ପାଲି, ୧ ଟି ଝୁଡି ଓ ୮୫୦ ଟଙ୍କା ଜବତ କରାଯାଇଛି | ଏଥିରେ ସମ୍ପୃକ୍ତ ଜୁନାପାଣି ଗ୍ରାମର ଅନନ୍ତରାମ ବିନ୍ଧାଣି ଙ୍କୁ ଗିରଫ କରାଯାଇଛି | ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଚନ୍ଦ୍ର ଶେଖର ହଜାରୀ, ହାବିଲଦାର ଶିବଶଙ୍କର ଭଞ୍ଜ ଙ୍କ ସମେତ ପୋଲିସ କର୍ମଚାରୀ ମାନେ ଚଢାଉରେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦୀର୍ଘବର୍ଷ ଧରି ୱାରେଣ୍ଟ ଥିବା ଆସାମୀଙ୍କୁ ଗିରଫ କରି କନିଷ୍ଠ ଅଦାଲତକୁ ହସ୍ତାନ୍ତର କଲା ଝରୀଗାଁ ପୋଲିସ 

masiha

ରେଲତ୍ତ୍ବେ ଚାକିରୀ ନାମରେ ୨୧ ଲକ୍ଷ ଟଙ୍କା ଠକେଇ ଗିରଫ

Sunil Chandra Nayak

ଦିନ ଦି ପହରେ କଳା କନା ବୁଲେଇ ସଫା କରିଦେଲେ ଦୃର୍ବୁତ୍ତ

masiha

Leave a Comment

error: Content is protected !!