ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମୁହିକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ସାମୁହିକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

କଲମପୁର -୩୦/୧(ମସିହା ) କଳାହାଣ୍ଡି ଜିଲ୍ଲା କଲମପୁର ବିଜୁ କଲ୍ୟାଣ ମଣ୍ଡପରେ କଲମପୁର ରକ୍ତଦାତା ସମନ୍ନୟ ସମିତି ଆନୁକୂଲ୍ୟରେ ସାମୁହିକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆଜି ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି, ଏହାକୁ ଓଡିଶା ଡ଼୍ରାଇଭର ମହାସଂଘ, ବ୍ଲକ ଆଦିବାସୀ ସଂଘ, ବ୍ଲକ ଯାଦବ ମହାସଭା, ବଜରଙ୍ଗବଳୀ କମିଟି, ରାଜପୁତ କ୍ଷତ୍ରିୟ ପାଇକ ସମାଜ, ଡ,ବିଆର ଆମ୍ବେଦକର କ୍ଳବ୍,ପତଞ୍ଜଳୀ ଯୋଗ ସମିତି, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇ ଜାଇସନ, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ, ସ୍ଵାମୀ ବିବେକାନନ୍ଦ ଯୁବ ପରିଷଦ,କସ୍ତୁରିକା ଦେବୀ ମହାବିଦ୍ୟାଳୟ,ବଣିକ ସଂଘ,ଅନୁସୁଚିତ ବିକାଶ ପରିଷଦ, ଅଖିଳ ବିଶ୍ଵ ଗାୟତ୍ରୀ ପରିବାର, ଦକ୍ଷୀଣ ଶୌଣ୍ଢିକ ସମାଜ, ବାଙ୍କୀ ରାଜପୁତ ସମାଜ ପ୍ରଭୃତି ସମର୍ଥନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ୯୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଧର୍ମଗଡ ବିଧାୟକ ସୁଧିର ପଟ୍ଟଯୋଷୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ,ବିଡିଓ ବିଜୟ ମାଣ୍ଡାଙ୍ଗୀ, ତହସିଲଦାର ସ୍ମରଣୀକା ତୁଳ, ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ସୁଶ୍ରୀ ମଧୁସ୍ମିତା ନାଏକ,ସିଡିପିଓ ନିର୍ବାସିନୀ ଦେଇ, ସମାଜସେବୀ ଚିନ୍ମୟ ବେହେରା ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ, ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ଡ଼ାକ୍ତର ମୋନାଲିସା ପଣ୍ଡା ଉପସ୍ଥିତ ଥିଲେ,ସଞ୍ଜିବ ଠାକୁର, ପ୍ରଶାନ୍ତ ମାଝି,ସୁଧିର ବାଗ,ବ୍ରଜ ସାହୁ, ଞ୍ଜାନ ପଣ୍ଡା,ଦର୍ଶନ ଗୁପ୍ତା,ଭୁଜରାଜ ଛତ୍ରିଆ, ଇଶ୍ଵରୀ ବାବୁ ପ୍ରଭୃତି ସହଯୋଗ କରିଥିଲେ।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଉତ୍ସବ ” ଘୁମୁରା ” ର ରୌପ୍ୟ ଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ନୌ-ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରବାସୀ ଭାରତୀୟ ଦିବସ-୨୦୨୫ ରେ ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଳା ସ୍ତରରେ ପ୍ରଥମ ଛାତ୍ରୀ ଏସ୍ ହାରିକା ,ବ୍ଳକ ସ୍ତରରେ ପ୍ରଥମ ଓ ଜିଲ୍ଲା ସ୍ତରରେ ଦ୍ଵିତୀୟ ଛାତ୍ରୀ ପରମେଶ୍ୱରୀ 

masiha

ଢେଙ୍କାନାଳରେ ଭାଗ ନେଲେ ୫୬୯ ଛାତ୍ରଛାତ୍ରୀ : ଶତାୟୁ,ପିଏମ୍ ଶ୍ରୀ ବି. ବି.ସରକାରୀ ହାଇସ୍କୁଲ୍, ଢେଙ୍କାନାଳରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା-୨୦୨୫ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!