ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁସ୍ଥ ପଞ୍ଚାୟତ ଗଠନ ନେଇ ତାଲିମ

ସୁସ୍ଥ ପଞ୍ଚାୟତ ଗଠନ ନେଇ ତାଲିମ 

   ଡାବୁଗାଁ, ୨୮/୧୦ (ମ.ନି.ସ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ସୁସ୍ଥ ପଞ୍ଚାୟତ ଗଠନ ନେଇ ଏକ ଦିବାସୀୟ ତାଲିମ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ କିପରି ସୁସ୍ଥ ପଞ୍ଚାୟତ ଗଠନ କରାଯିବ ଓ ଏଥିରେ ପଞ୍ଚାୟତ ସ୍ତରରେ କାହାର କେଉଁ ଭୂମିକା ରହିଛି ସେ ନେଇ ତାଲିମ ଦିଆଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ବିଡିଓ ଶରତ ମାଝି ଓ ଜନ ସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ପୁଷ୍ପାରାଣୀ ସାମଲ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ବ୍ଲକ ର ସମସ୍ତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏଡିଇଓ, ୧୦ ଜଣ ଅଙ୍ଗନୱାଡି କର୍ମୀ, ୧୦ ଜଣ ଆଶା କର୍ମୀ, ୫ ଜଣ ଏମବିକେ ମାନଙ୍କୁ ମିଶାଇ ମୋଟ ୫୦ ଜଣ ତାଲିମ ନେଇଥିଲେ | ଏହି ତାଲିମ କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ, ପର୍ଶୁରାମ ମାଳୀ, ଅର୍ଜୁନ ଭତ୍ରା, ହଳଧର ଜାନୀ, ଦିବ୍ୟଶଙ୍କର ପୂଜାରୀ, କାମିନୀ ହରିଜନ ଓ ରୂପାଲୀ ମଣ୍ଡଳ, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ଓ ଡାଟା ଏଣ୍ଟ୍ରି ଅପରେଟର ପରମା ପନକା ପ୍ରମୁଖ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହେମଗିର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଘରେ ନିଆଁ ଲାଗି ଅଳ୍ପେକ ବର୍ତିଲେ ବିଧବା ମହିଳା

masiha

କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିରେ ଗଣଧାରଣା

Sunil Chandra Nayak

Leave a Comment

error: Content is protected !!